ଓଡିଶା

odisha

ହିମାଚଳ ଗସ୍ତରେ ପ୍ରଧାନମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର କରିବେ ଉଦଘାଟନ

By

Published : Oct 13, 2022, 9:26 AM IST

Updated : Oct 13, 2022, 10:28 AM IST

ଆଜି ହିମାଚଳ ପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଠାରେ ସେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଅଧିକ ପଢନ୍ତୁ

ଆଜି ହିମାଚଳ ଗସ୍ତ କରିବେ ପ୍ରଧାନମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର କରିବେ ଉଦଘାଟନ
ଆଜି ହିମାଚଳ ଗସ୍ତ କରିବେ ପ୍ରଧାନମନ୍ତ୍ରୀ, ବିଭିନ୍ନ ପ୍ରକଳ୍ପର କରିବେ ଉଦଘାଟନ

ଶିମଲା:ପାଖଉଛି ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ । ଗୁଜୁରାଟ ଓ ହିମାଚଳ ନିର୍ବାଚନ ପାଇଁ ଜୋରଦାର ପ୍ରଚାର କାର୍ଯ୍ୟ ଚଳାଇଛନ୍ତି ପ୍ରମୁଖ ରାଜନୈତିକ ଦଳ । ଏହାରି ଭିତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିମାଚଳ ପ୍ରଦେଶ ଗସ୍ତ କରିବେ(PM Modi to visit poll bound Himachal) । ଆଗକୁ ବିଧାନସଭା ନିର୍ବାଚନ ଥିବାବେଳେ ପ୍ରଧାନମନ୍ତ୍ରୀ ଏଠାରେ ଅନେକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ସେ ରାଜ୍ୟର ଉନା ଓ ଚାମ୍ବାକୁ ଯିବେ । ଉନାରେ ପ୍ରଧାନମନ୍ତ୍ରୀ ଉନା ହିମାଚଳ ରେଳ ଷ୍ଟେସନରୁ ବନ୍ଦେ ଭାରତ ଏକ୍ସପ୍ରେସ(Vande Bharat Express train)କୁ ପତକା ଦେଖାଇ ଶୁଭାରମ୍ଭ କରିବେ । ଏମବି ଅନ୍ଦାଉରା ଠାରୁ ଦିଲ୍ଲୀ ଯାଏଁ ଚାଲୁଥିବା ଏହା ଚତୁର୍ଥ ବନ୍ଦେ ଭାରତ ଏକ୍ସପ୍ରେସ ହେବ ।

ଏହାପରେ ମୋଦି ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଇନଫରମେସନ ଟେକ୍ନୋଲୋଜି(IIIT) ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ୨୦୧୭ରେ ପ୍ରଧାନମନ୍ତ୍ରୀ ମୋଦି ଏହାର ଭିତ୍ତିପ୍ରସ୍ଥର ସ୍ଥାପନ କରିଥିଲେ । ୫୩୦ରୁ ଅଧିକ ଛାତ୍ରଛାତ୍ରୀ ଏଠାରେ ଏବେ ପାଠ ପଢୁଛନ୍ତି । ସେହିପରି ମୋଦି ଉନାରେ ବଲ୍କ ଡ୍ରଗ ପାର୍କର( Bulk Drug Park) ଶିଳାନ୍ୟାସ କରିବେ । ପ୍ରାୟ ୧୯୦୦ କୋଟି ବ୍ୟୟରେ ଏହି ପାର୍କ ନିର୍ମିତ ହେବ ।

ଏହାମଧ୍ୟ ପଢନ୍ତୁ: ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ ଗୁଡିକୁ ୨୨ ହଜାର କୋଟି ଟଙ୍କା ଦେବେ ସରକାର

ଏହାପରେ ପ୍ରଧାନମନ୍ତ୍ରୀ ଚାମ୍ବା ଗସ୍ତ କରି ଏକ ସାଧାରଣ କାର୍ଯ୍ୟକ୍ରମରେ ଦୁଇଟି ଜଳ ବିଦ୍ୟୁତ ପ୍ରକଳ୍ପ(hydropower projects)ର ଭିତ୍ତିପ୍ରସ୍ଥର ସ୍ଥାପନ କରିବେ । ଏହି ଦୁଇଟି ପ୍ରକଳ୍ପରେ ବାର୍ଷିକ ୨୭୦ ନିୟୁତ ୟୁନିଟ ବିଦ୍ୟୁତ ଉତ୍ପାଦ ହେବ । ଏଥିରୁ ରାଜ୍ୟରେ ବାର୍ଷିକ ପ୍ରାୟ ୧୧୦ କୋଟି ଟଙ୍କାର ରାଜସ୍ବ ଆଦାୟ ହେବ ବୋଲି ଆଶା କରାଯାଉଛି । ଏହାସହ ପ୍ରଧାନମନ୍ତ୍ରୀ ଏଠାରେ ଗ୍ରାମ ସଡକ ଯୋଜନା-୩(PMGSY)ର ଲଞ୍ଚ କରିବେ । ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୪୨୦ କୋଟିରୁ ଅଧିକ ଟଙ୍କା ମଞ୍ଜୁର ହୋଇଛି । ମୋଦି ଉଭୟ ଉନା ଏବଂ ଚାମ୍ବାରେ ଦୁଇଟି ସାଧାରଣ ଜନସଭାକୁ ସମ୍ବୋଧିତ କରିବେ । ମୋଦିଙ୍କ ହିମାଚଳ ଗସ୍ତକୁ ନେଇ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର କହିଛନ୍ତି, ଆଗକୁ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବାବେଳେ ଏହା ପ୍ରଧାନମନ୍ତ୍ରୀଙ୍କ ନବମ ଗସ୍ତ ।

Last Updated : Oct 13, 2022, 10:28 AM IST

ABOUT THE AUTHOR

...view details