ଓଡିଶା

odisha

ETV Bharat / bharat

ବିର୍ସା ମୁଣ୍ଡା ଜୟନ୍ତୀରେ ଆଜି ମଧ୍ୟପ୍ରଦେଶ ଯିବେ ମୋଦି, ଏକାଧିକ ପ୍ରକଳ୍ପର କରିବେ ଶୁଭାରମ୍ଭ

ଆଜି ‘ଜନଜାତୀୟ ଗୌରବ ଦିବସ’ କାର୍ଯ୍ୟକ୍ରମରେ ସାମିଲ ହେବାକୁ ମଧ୍ୟପ୍ରଦେଶ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜନଜାତି ସମ୍ପ୍ରଦାୟ ପାଇଁ ଏକାଧିକ ଯୋଜନା ଓ ପ୍ରକଳ୍ପର କରିବେ ଶୁଭାରମ୍ଭ । ଚଳିତବର୍ଷ ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜୟନ୍ତୀକୁ ‘ଜନଜାତୀୟ ଗୌରବ ଦିବସ’ ଭାବେ ପାଳୁଛି ସାରା ଦେଶ ।

By

Published : Nov 14, 2021, 7:39 PM IST

Updated : Nov 15, 2021, 6:47 AM IST

ଆସନ୍ତାକାଲି ମଧ୍ୟପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ, ଜନଜାତି ସମ୍ପ୍ରଦାୟ ପାଇଁ ଏକାଧିକ ପ୍ରକଳ୍ପର କରିବେ ଶୁଭାରମ୍ଭ
ଆସନ୍ତାକାଲି ମଧ୍ୟପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ, ଜନଜାତି ସମ୍ପ୍ରଦାୟ ପାଇଁ ଏକାଧିକ ପ୍ରକଳ୍ପର କରିବେ ଶୁଭାରମ୍ଭ

ନୂଆଦିଲ୍ଲୀ: ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜନ୍ମଜୟନ୍ତୀ ଅବସରରେ ଆଜି (ସୋମବାର) ସାରା ଦେଶରେ ପାଳିତ ହେବାକୁ ଯାଉଛି ଜନଜାତୀୟ ଗୌରବ ଦିବସ। ଏହି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସାମିଲ ହେବାପାଇଁ ମଧ୍ୟପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ରାଜଧାନୀ ଭୋପାଳର ଜାମ୍ବୁରୀ ମୈଦାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ସହ ଅପରାହ୍ନରେ ଜନଜାତି ସମ୍ପ୍ରଦାୟର କଲ୍ୟାଣ ପାଇଁ ଏକାଧିକ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବା ନେଇ ମଧ୍ୟ କାର୍ଯ୍ୟକ୍ରମ ରଖାଯାଇଥିବା ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO)ର ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛି ।

ପ୍ରଧାନମନ୍ତ୍ରୀ ଜନଜାତୀୟ ଗୌରବ ଦିବସ ମହାସମ୍ମିଳନୀ ସମୟରେ ‘ରାସନ ଆପକେ ଗ୍ରାମ’ ଯୋଜନା ଆରମ୍ଭ କରିବେ। ଯାହା ଦ୍ବାରା ସ୍ଥାନୀୟ ଜନଜାତି ଗ୍ରାମବାସୀମାନେ ଅନ୍ୟତ୍ର ଯିବା ବଦଳରେ ନିଜ ଗ୍ରାମରେ ସରକାରୀ ଖାଉଟି ସାମଗ୍ରୀ ପାଇପାରିବେ । ସେହିପରି ଆଦିବାସୀ ସମାଜରେ ପ୍ରାୟତଃ ଦେଖିବାକୁ ମିଳୁଥିବା ରକ୍ତହୀନତା, ଥାଲାସେମିଆ ଏବଂ ଅନ୍ୟାନ୍ୟ ହେମୋଗ୍ଲୋବିନୋପାଥିରେ ରୋଗ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ।

ସେହିପରି ସମଗ୍ର ଦେଶର ଏକାଧିକ ରଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସ୍ଥାପନ ହେବାକୁ ଥିବା 50ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ । ଏହି ବିଦ୍ୟାଳୟ ଆନ୍ଧ୍ରପ୍ରଦେଶ, ଛତିଶଗଡ, ଝାଡଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଓଡିଶା, ତ୍ରିପୁରା ଏବଂ ଦାଦ୍ରା ଏବଂ ନଗର ହାବେଳୀ ଏବଂ ଦାମନ, ଡିୟୁରେ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର ।

ଅପରାହ୍ନରେ ମଧ୍ୟ ଜନଜାତି ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ପ୍ରସ୍ତୁତ ଦ୍ରବ୍ୟର ପ୍ରଦର୍ଶନୀ ଏବଂ ମଧ୍ୟପ୍ରଦେଶର ଜନଜାତି ସମ୍ପ୍ରଦାୟର ଶହୀଦ ତଥା ସ୍ବାଧୀନତା ସଂଗ୍ରାମୀ ବୀରମାନଙ୍କ ଫଟୋ ପ୍ରଦର୍ଶନୀରେ ସାମିଲ ହେବା ସହ ସ୍ଥାନୀୟ ଆଦାବାସୀଙ୍କୁ ନିଯୁକ୍ତି ମଧ୍ୟ ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ମୋଦି । ଏହି କାର୍ଯ୍ୟକ୍ରମରେ ମଧ୍ୟପ୍ରଦେଶ ରାଜ୍ୟପାଳ ମଙ୍ଗୁଭାଇ ସି ପଟେଲ, ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ରମନ୍ତ୍ରୀ ଡ.ବୀରେନ୍ଦ୍ର କୁମାର, ନରେନ୍ଦ୍ର ସିଂ ତୋମାର ଏବଂ ମନ୍ତ୍ରୀ ପ୍ରହ୍ଲାଦ ଏସ ପଟେଲ ପ୍ରମୁଖ ମଧ୍ୟ ଉପସ୍ଥିତ ରହିବା ନେଇ ସୂଚନା ମିଳିଛି ।

@ANI

Last Updated : Nov 15, 2021, 6:47 AM IST

ABOUT THE AUTHOR

...view details