ଓଡିଶା

odisha

ETV Bharat / bharat

Morbi bridge collapse: ଆଜି ମୋର୍ବି ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ମୋର୍ବି ମାଛୁ ନଦୀ ଉପରେ ଝୁଲା ପୋଲ ଭୁଶୁଡିବା ଘଟଣା । ଆଜି ମୋର୍ବି ଜିଲ୍ଲା ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ

Morbi bridge collapse: ଆଜି ମୋର୍ବି ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି
Morbi bridge collapse: ଆଜି ମୋର୍ବି ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି

By

Published : Nov 1, 2022, 8:32 AM IST

ଗାନ୍ଧୀନଗର:ଗୁଜୁରାଟ ମୋର୍ବିରେ ଝୁଲା ପୋଲ ଭୁଶୁଡିବା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି । ଏହି ଦୁର୍ଘଟଣାସ୍ଥଳ ପରିଦର୍ଶନ ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୋର୍ବି ଜିଲ୍ଲା ଗସ୍ତ କରିବେ(PM Modi to visit Morbi) । ସନ୍ଧ୍ୟା ସମୟରେ ପ୍ରଧାନମନ୍ତ୍ରୀ ଘଟଣାସ୍ଥଳ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହାପୂର୍ବରୁ ମୋଦି ଗତକାଲି ଝୁଲା ପୋଲ ଦୁର୍ଘଟଣା ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଛନ୍ତି । ରାଜଭବରେ ଅନୁଷ୍ଠିତ ଏହି ବୈଠକରେ ପ୍ରଧାନମନ୍ତ୍ରୀ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଉପରେ ଗୁରୁତ୍ବ ଦେଇଛନ୍ତି ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମୋର୍ବି ଗସ୍ତକୁ ତୀବ୍ର ସମାଲୋଚନା କରିଛି କଂଗ୍ରେସ ଓ ଆପ୍ । ମୋଦି ଘଟଣାସ୍ଥଳ ପରିଦର୍ଶନ କରିବା ସହ ମୋର୍ବି ସିଭିଲ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଆହତମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ହସ୍ପିଟାଲରେ ମରାମତି କାର୍ଯ୍ୟ ଚାଲିଛି । ଏହାକୁ ନେଇ ଉଭୟ କଂଗ୍ରେସ ଓ ଆମ ଆଦମୀ ପାର୍ଟି ଅଭିଯୋଗ କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ସିଭିଲ ହସ୍ପିଟାଲ ପରିଦର୍ଶନ କରିବାକୁ ଥିବାରୁ ହସ୍ପିଟାଲକୁ ରଙ୍ଗ ଦିଆଯାଉଛି । କାରଣ ପ୍ରଧାନମନ୍ତ୍ରୀଙ୍କ ଫଟୋସୁଟରେ ଯେମିତି କୌଣସି ଅଭାନ ନ ରୁହେ ସେତିପାଇଁ ଏହି ମରାମତି କାର୍ଯ୍ୟ କରାଯାଉଛି ।

ଏପରିକି ଆପ୍ ପକ୍ଷରୁ ଏହାର ଟ୍ବିଟର ଆକାଉଣ୍ଟରେ ହସ୍ପିଟାଲର ଏକ ଭିଡିଓ ମଧ୍ୟ ସେୟାର କରାଯାଇଛି । ଝୁଲା ପୋଲ ଦୁର୍ଘଟଣାରେ ୧୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି । ଶତାଧିକ ଲୋକ ଏବେ ବି ନିଖୋଜ ଅଛନ୍ତି । ହେଲେ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ବିଜେପି କର୍ମୀମାନେ ଫଟୋସୁଟ୍ ପାଇଁ ପ୍ରସ୍ତୁତରେ ବ୍ୟସ୍ତ ଅଛନ୍ତି କହି ସମାଲୋଚନା କରିଛି ଆପ୍ ।

ଏହାମଧ୍ୟ ପଢନ୍ତୁ: Morbi bridge collapse: ଉଚ୍ଚସ୍ତରୀୟ ବୈଠକରେ ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ଅନ୍ୟପଟେ କଂଗ୍ରେସ ମଧ୍ୟ ସିଭିଲ ହସ୍ପିଟାଲର କିଛି ଫଟୋ ଟ୍ବିଟରରେ ସେୟାର କରିଛି । ଫଟୋରେ ହସ୍ପିଟାଲରେ ରଙ୍ଗ କାର୍ଯ୍ୟ ଚାଲିଥିବା ଓ ନୂଆ ଟାଇଲ ପଡୁଥିବାର ଦେଖିବାକୁ ମିଳିଛି । ଫୋଟ ସେୟାର କରି କଂଗ୍ରେସ କହିଛି, ଏମାନଙ୍କୁ ଲଜ୍ଜା ନାହିଁ । ଏତେ ଲୋକ ମରିଗଲେ । କିନ୍ତୁ ବିଜେପି ଇଭେଣ୍ଟ ପ୍ରସ୍ତୁତିରେ ଲାଗିଛି । ଉଲ୍ଲେଖଯୋଗ୍ୟ, ରବିବାର ସନ୍ଧ୍ୟାରେ ମୋର୍ବି ଅନ୍ତର୍ଗତ ମାଛୁ ନଦୀ ଉପରେ ଥିବା ବ୍ରିଟିଶ ଅମଳର ଝୁଲାପୋଲ ହଠାତ୍ ଭୁଶୁଡି ପଡିଥିଲା(Morbi bridge collapse) । ଝୁଲା ପୋଲର କ୍ଷମତା ୧୨୫ ଥିବାବେଳେ ପ୍ରାୟ ୫୦୦ ଜଣ ଲୋକ ଏହା ଉପରେ ରହିଥିଲେ । ଯେଉଁ କାରଣରୁ ଏହା ଛିଣ୍ଡି ଯାଇଥିଲା ।

ABOUT THE AUTHOR

...view details