ଓଡିଶା

odisha

PM Modi To Visit Karnataka: ଭାରତ ଶକ୍ତି ସପ୍ତାହକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

By

Published : Feb 6, 2023, 7:48 AM IST

ଆଜି କର୍ଣ୍ଣାଟକରେ ଭାରତ ଶକ୍ତି ସପ୍ତାହ ଓ ଏଚଏଏଲ ହେଲିକପ୍ଟର କାରଖାନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

PM Modi inaugurates India Energy Week
PM Modi inaugurates India Energy Week

ନୂଆଦିଲ୍ଲୀ:ଆଜି କର୍ଣ୍ଣାଟକ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିନ 11ଟା ସମୟରେ ବେଙ୍ଗାଲୁରରେ ପହଞ୍ଚିବା ପରେ ଭାରତ ଶକ୍ତି ସପ୍ତାହର 2023କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏଥିସହ ଅପରାହ୍ନ ସମୟରେ ଟୁମକୁରୁ ଠାରେ ଥିବା ହାଲ ହେଲିକପ୍ଟର କାରଖାନାକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଟ୍ବିଟ କରି କହିଛନ୍ତି ଯେ, ସୋମବାର ମୁଁ କର୍ଣ୍ଣାଟକ ଗସ୍ତରେ ଆସୁଛି । ପ୍ରଥମେ ବେଙ୍ଗାଲୁରୁରେ ପହଞ୍ଚିବା ପରେ ଭାରତ ଶକ୍ତି ସପ୍ତାହରେ ସାମିଲ ହେବି । ପରେ ଟୁମକୁରୁରେ ଅନେକ ବିକାଶମୂଳକ କାର୍ଯ୍ୟର ଶୁଭାରମ୍ଭ କରିବା ସହ ଭିତ୍ତିପ୍ରସ୍ତର ସ୍ଥାନ କରିବି ।

ଭାରତ ଶକ୍ତି ସପ୍ତାହ:ଆଜି ଠାରୁ ଆସନ୍ତା ୮ ତାରିଖ ପର୍ଯ୍ୟନ୍ତ ଭାରତ ଶକ୍ତି ସପ୍ତାହର ଆୟୋଜନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ପାରମ୍ପରିକ ଓ ଅଣପାରମ୍ପରିକ ଶକ୍ତି ଶିଳ୍ପ, ସରକାର ଓ ଏକାଡେମୀର ସଦସ୍ୟ ଭାରତ ଶକ୍ତିର ଭବିଷ୍ୟତ ଓ ଆହ୍ୱାନ ଉପରେ ଆଲୋଚନା କରିବେ । ବିଶ୍ୱର ବିଭିନ୍ନ ଦେଶରେ 30 ଜଣ ମନ୍ତ୍ରୀ ଏଥିରେ ସାମିଲ ହେବା ନେଇ ସୂଚନା ରହିଛି । ଏଥିସହ 30 ହଜାରରୁ ଅଧିକ ପ୍ରତିନିଧି, ଏକ ହଜାର ପ୍ରଦର୍ଶନକାରୀ ଓ ପାଞ୍ଚ ଶହ ବକ୍ତା ଏଥିରେ ସାମିଲ ହେବେ । ସେହିପରି ପ୍ରଧାନମନ୍ତ୍ରୀ ବିଶ୍ବ ତୈଳ ଓ ଗ୍ୟାସ ସିଇଓ ମାନଙ୍କ ସହ ଏକ ବୈଠକ କରିବେ । ସବୁଜ ଶକ୍ତିକୁ ନେଇ ବହୁମୁଖୀ କାର୍ଯ୍ୟ ପଦ୍ଧତିର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ।

ଇ-20 ଇନ୍ଧନର ଶୁଭାରମ୍ଭ: ଇଥାନଲ ମିଶ୍ରଣ କାର୍ଯ୍ୟକ୍ରମ ଅଧିନରେ ପ୍ରଧାନମନ୍ତ୍ରୀ ଦେଶରେ 11ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ତୈଳ ବିପଣନ କମ୍ପାନୀ ଗୁଡ଼ଇକର 84ଟି ରିଟେଲ ଆଉଟଲେଟରେ ଇ-20 ଇନ୍ଧନ ବ୍ୟବସ୍ଥା ଶୁଭାରମ୍ଭ କରିବେ । ଇ-20ହେଉଛି ପେଟ୍ରୋଲରେ ଶତକଡ଼ା 20 ଭାଗ ଇଥାନଲର ମିଶ୍ରଣ । 2025 ସୁଦ୍ଧା ସମ୍ପନ୍ନ ଶତକଡ଼ା 20 ପ୍ରତିଶତ ଇଥାନଲ ମିଶ୍ରଣ ଲକ୍ଷ୍ୟ ରଖିଛନ୍ତି ସରକାର । ତୈଳ ବିପଣନ କମ୍ପାନୀଗୁଡ଼ିକ ଏଥିପାଇଁ 2ଜି-3ଜି ଇଥାନଲ ପ୍ଲାଣ୍ଟମାନ ସ୍ଥାପନ କରୁଛନ୍ତି । ଯାହା ପ୍ରଗତିକୁ ସହଜ କରିବ।

ଗ୍ରୀନ ମୋବିଲିଟି ରାଲି: ଏହାପରେ ପ୍ରଧାନମନ୍ତ୍ରୀ ମଧ୍ୟ ଗ୍ରୀନ ମୋବିଲିଟି ରାଲିକୁ ପତାକା ଦେଖାଇ ଶୁଭାରମ୍ଭ କରାଇବେ । ଏହାପରେ ଭାରତୀୟ ତୈଳ କମ୍ପାନୀର ‘ଅନବଟଲ୍ଡ’ ପଦକ୍ଷେପ ଅନୁଯାୟୀ ୟୁନିଫର୍ମ ଲଞ୍ଚ କରିବେ । ପ୍ରଧାନମନ୍ତ୍ରୀ ଇଣ୍ଡିଆନ ଅଏଲ୍ସ ଟ୍ବିନ କୁକୁଟପ୍ ଇନଡୋର ସୋଲାର କୁକିଂ ସିଷ୍ଟମ ମଡେଲକୁ ଦେଶ ପାଇଁ ଉତ୍ସର୍ଗ କରିବେ । ଏହାର ବ୍ୟବହାର ଉପଯୋଗୀ ସହଜ । ଏହି ପଦ୍ଧତି ଉଭୟ ସୌର ଓ ବିକଳ୍ପ ଶକ୍ତି ଉତ୍ସରେ ଚାଲିପାରିବ ।

ଏଚଏଏଲ ହେଲିକପ୍ଟର କାରଖାନା:ସେହିପରି ପ୍ରତିରକ୍ଷା କ୍ଷେତ୍ରକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ପ୍ରଧାନମନ୍ତ୍ରୀ ଟୁମକୁରୁରେ ଏଚଏଏଲ ହେଲିକପ୍ଟର କାରଖାନାକୁ ଉଦଘାଟନ କରିବେ । ଏହା ଏକ ଉତ୍ସର୍ଗୀକୃତ ଗ୍ରୀନଫିଲ୍ଡ ହେଲିକପ୍ଟର କାରଖାନା ଯାହା ହେଲିକପ୍ଟର ନିର୍ମାଣର ସାମର୍ଥ୍ୟ ରଖିଛି । ଏହା ଏସିଆର ସର୍ବବୃହତ ହେଲିକପ୍ଟର ନିର୍ମାଣ ସୁବିଧା ଥିବା କାରଖାନା ।

ABOUT THE AUTHOR

...view details