ଓଡିଶା

odisha

ETV Bharat / bharat

କର୍ଣ୍ଣାଟକ ଓ ତାମିଲନାଡୁରେ ଏକାଧିକ ମେଗା ପ୍ରକଳ୍ପର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ - ତାମିଲନାଡୁ କର୍ଣ୍ଣାଟକ ଗସ୍ତରେ ଯିବେ ପ୍ରଧାମନ୍ତ୍ରୀ

ଆସନ୍ତା ୧୧ ତାରିଖରେ ତାମିଲନାଡୁ, କର୍ଣ୍ଣାଟକ ଗସ୍ତରେ ଯିବେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି(PM Modi to visit Karnataka Tamil Nadu on Nov 11) । ଏବଂ ଆସନ୍ତା ୧୨ ତାରିଖରେ ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀଙ୍କ ଦକ୍ଷିଣ ଭାରତ ଗସ୍ତ
ପ୍ରଧାନମନ୍ତ୍ରୀଙ୍କ ଦକ୍ଷିଣ ଭାରତ ଗସ୍ତ

By

Published : Nov 10, 2022, 7:45 AM IST

Updated : Nov 10, 2022, 8:01 AM IST

ନୂଆଦିଲ୍ଲୀ: ଶନିବାର ତାମିଲନାଡୁ, କର୍ଣ୍ଣାଟକ ଗସ୍ତରେ ଯିବେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି(PM Modi to visit Karnataka, Tamil Nadu on Nov 11) । ଏବଂ ଆସନ୍ତା ୧୨ ତାରିଖରେ ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଗସ୍ତ ସମୟରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ ମୋଦି ।

ଗସ୍ତ ସମୟର ସମ୍ପୂର୍ଣ୍ଣ ବିବରଣୀ

ନେଭେମ୍ବର ୧୧ ତାରିଖ ସକାଳ ୯.୪୫ ମିନିଟ ସମୟରେ ପ୍ରଧାନମନ୍ତ୍ରୀ ସାଧୁ କବି କାନାକା ଦାସାଙ୍କ ପ୍ରତିମୂର୍ତ୍ତି ଏବଂ ବେଙ୍ଗାଲୁରୁର ବିଧାନସୌଧରେ ମହର୍ଷି ବାଲ୍ମିକୀଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରିବେ । ସରକାରୀ ଘୋଷଣା ଅନୁସାରେ, ଦିନ ୧୦.୨୦ ସମୟରେ ବେଙ୍ଗାଲୁରୁର KSR ରେଳ ଷ୍ଟେସନରେ ପତକା ଦେଖାଇ ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ଭାରତ ଗୌରବ କାଶୀ ଦର୍ଶନ ଟ୍ରେନର ଶୁଭାରମ୍ଭ କରିବେ ।

ଦିନ ୧୧.୩୦ ମିନିଟ ସମୟରେ ବେଙ୍ଗଲୁରୁ କେମ୍ପେଗୌଡ଼ା ଅନ୍ତର୍ଜାତୀୟ ଏୟାରପୋର୍ଟର ଟର୍ମିନାଲ୍-୨ ଉଦଘାଟନ କରିବେ । ଏହାପରେ ମଧ୍ୟାହ୍ନ ୧୨ଟା ସମୟରେ ବେଙ୍ଗାଲୁରୁ ବିମାନ ବନ୍ଦର ଠାରେ ନଦପ୍ରଭୁ କେମ୍ପେଗୌଡ଼ାଙ୍କ ୧୦୮ ଫୁଟ ଉଚ୍ଚର ଏକ ବିଶାଳ ପ୍ରତିମୂର୍ତ୍ତି(Statue of Nadaprabhu Kempegowda) ଉନ୍ମୋଚନ କରିବେ ।

ଏହା ମଧ୍ୟ ପଢନ୍ତୁ: ବେଙ୍ଗାଲୁରୁ ଯିବେ ପ୍ରଧାନମନ୍ତ୍ରୀ ମୋଦି, ପ୍ରସ୍ତୁତ ହୋଇଛି ସ୍ବତନ୍ତ୍ର ବନାରସୀ ପଗଡି

ଏହାପରେ ଅପରାହ୍ନ ୩.୩୦ ମିନିଟ ସମୟରେ ତାମିଲନାଡୁର ଦିଣ୍ଡିଗୁଲରେ ଗାନ୍ଧୀଗ୍ରାମ ଗ୍ରାମୀଣ ପ୍ରତିଷ୍ଠାନର 36 ତମ ସମାରୋହରେ ଯୋଗଦେବେ । ତେବେ ଆସନ୍ତା ୧୨ ତାରିଖରେ ପ୍ରଧାମନ୍ତ୍ରୀଙ୍କ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । କାର୍ଯ୍ୟସୂଚୀ ଅନୁସାରେ, ୧୨ ତାରିଖ ସକାଳ ୧୦.୩୦ ମିନିଟ ସମୟରେ ଆନ୍ଧ୍ରପ୍ରଦେଶର ବିଶାଖାପାଟନମରେ ଏକାଧିକ ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ଅପରାହ୍ନ ୩.୩୦ ମିନିଟ ସମୟରେ ମୋଦି ତେଲେଙ୍ଗାନାର ରାମାଗୁଣ୍ଡମରେ ଥିବା RFCL ପ୍ଲାଣ୍ଟ ପରିଦର୍ଶନ କରିବେ । ଏହାପରେ ୪.୧୫ରେ ପ୍ରଧାନମନ୍ତ୍ରୀ ରାମଗୁଣ୍ଡମ୍ ଠାରେ ଏକାଧିକ ପ୍ରକଳ୍ପର ଉଦଘାଟନ କରିବେ ।

କାର୍ଯ୍ୟକ୍ରମ ସୂଚୀ ଅନୁଯାୟୀ, ବେଙ୍ଗଲୁରୁରେ ୫ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା କେମ୍ପେଗୌଡ଼ା ଅନ୍ତର୍ଜାତୀୟ ଏୟାରପୋର୍ଟର ଟର୍ମିନାଲ୍-୨କୁ ଉଦଘାଟନ କରିବେ ମୋଦି । ଏହି ଟର୍ମିନାଲ କାର୍ଯ୍ୟକ୍ଷମ ହେଲେ ବାର୍ଷିକ ଯାତ୍ରୀଙ୍କ ଯାତାୟତ ସଂଖ୍ୟା ଅଢେଇ କୋଟିରୁ ୬କୋଟି ପର୍ଯ୍ୟନ୍ତ ବୃଦ୍ଧି ପାଇବ । ଟର୍ମିନାଲ୍-୨ ଉଦ୍ୟାନ ଭଳି ସୁସଜ୍ଜିତ କରାଯାଇଛି । ଯାହାକି ଯାତ୍ରୀମାନଙ୍କୁ ଉଦ୍ୟାନରେ ଭ୍ରମଣ କରିବା ଭଳି ଲାଗିବ । ଟର୍ମିନାଲ୍ 2 ବିଶ୍ବର ସବୁଠାରୁ ବଡ ଟର୍ମିନାଲ୍ ହେବ ବୋଲି କିହାଯାଉଛି । ଏହି ଟର୍ମିନାଲରେ ନୌରସାର କଳାକୃ୍ତି କରାଯାଇଛି । ଯାହାକି କର୍ଣ୍ଣାଟକର ଐତିହ୍ୟ ଏବଂ ସଂସ୍କୃତିକୁ ପ୍ରତିପାଦିତ କରିବ ।

ଦିନ ୧୦.୨୦ ସମୟରେ ବେଙ୍ଗାଲୁରୁର KSR ରେଳ ଷ୍ଟେସନରେ ପତାକା ଦେଖାଇ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ । ଯାହାକି ଦେଶର ପଞ୍ଚମ ବନ୍ଦେ ଭାରତ ଟ୍ରେନ ହେବ ଏବଂ ଦକ୍ଷିଣ ଭାରତରେ ପ୍ରଥମ ଟ୍ରେନ୍ ହେବ । ଭାରତ ଗୌରବ ଯୋଜନା ଅଧୀନରେ କର୍ଣ୍ଣାଟକ ହେଉଛି ପ୍ରଥମ ରାଜ୍ୟ ଯେଉଁଥିରେ କର୍ଣ୍ଣାଟକ ସରକାର ଏବଂ ରେଳ ମନ୍ତ୍ରଣାଳୟ ମିଳିତ ଭାବେ କର୍ଣ୍ଣାଟକରୁ ତୀର୍ଥଯାତ୍ରୀଙ୍କୁ କାଶୀ ପଠାଇବା ପାଇଁ କାର୍ଯ୍ୟ କରୁଛନ୍ତି ।

ପ୍ରଧାନମନ୍ତ୍ରୀ ବେଙ୍ଗାଲୁରୁ ବିମାନ ବନ୍ଦର ଠାରେ ନଦପ୍ରଭୁ କେମ୍ପେଗୋଡାଙ୍କ ୧୦୮ ଫୁଟ ଉଚ୍ଚର ଏକ ବିଶାଳ ପ୍ରତିମୂର୍ତ୍ତି(statue of Nadaprabhu Kempegowda) ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି କାର୍ଯ୍ୟକ୍ରମରେ ମୋଦିଙ୍କ ମୁଣ୍ଡର ଶୋଭାବର୍ଦ୍ଧନ ପାଇଁ ପ୍ରସ୍ତୁତ ହୋଇଛି ଏକ ଆକର୍ଷଣୀୟ ଉପହାର । ମହୀଶୂରର ଜଣେ କାରିଗର ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦେବାକୁ ଏକ ସୁନ୍ଦର ବନାରସୀ ପଗଡି ପ୍ରସ୍ତୁତ କରିଛନ୍ତି । ଆନ୍ଧ୍ରପ୍ରଦେଶ ଗସ୍ତ ସମୟରେ ୧୦,୫୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିବେ ମୋଦି । ତାମିଲନାଡୁର ଦିଣ୍ଡିଗୁଲରେ ଗାନ୍ଧୀଗ୍ରାମ ଗ୍ରାମୀଣ ପ୍ରତିଷ୍ଠାନର 36ତମ ସମାରୋହରେ ଯୋଗଦେବେ । ଏହି ସମାରୋହରରେ ପ୍ରାୟ ୨୩୦୦ ଛାତ୍ରଛାତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

Last Updated : Nov 10, 2022, 8:01 AM IST

ABOUT THE AUTHOR

...view details