ଓଡିଶା

odisha

ETV Bharat / bharat

ଆସନ୍ତା ସପ୍ତାହରେ ଇଣ୍ଡୋନେସିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି - G20 Summit

ଆସନ୍ତା ସପ୍ତାହରେ ଇଣ୍ଡୋନେସିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନଭେମ୍ବର 14ରୁ 16ରୁ ତିନିଦିନ ଧରି ହେବାକୁ ଥିବା ଜ-20 ଶିଖର ସମ୍ମିଳନୀରେ ଯୋଗ ଦେବେ । ଅଧିକ ପଢନ୍ତୁ

ଆସନ୍ତା ସପ୍ତାହରେ ଇଣ୍ଡୋନେସିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ
ଆସନ୍ତା ସପ୍ତାହରେ ଇଣ୍ଡୋନେସିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

By

Published : Nov 11, 2022, 11:05 AM IST

Updated : Nov 11, 2022, 2:54 PM IST

ନୂଆଦିଲ୍ଲୀ: ଆସନ୍ତା ସପ୍ତାହରେ ଇଣ୍ଡୋନେସିଆ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନଭେମ୍ବର 14ରୁ 16ରୁ ତିନିଦିନ ଧରି ହେବାକୁ ଥିବା ଜି-20 ଶିଖର ସମ୍ମିଳନୀରେ ଯୋଗ ଦେବେ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତାବର୍ଷ ଜି-20 ସମ୍ମିଳନୀ ଭାରତରେ ଆୟୋଜିତ ହେବ । ଏଥିଲେ ଅଧ୍ୟକ୍ଷତା କରିବା ଭାରତ । ଏବେ ଏହାର ଅଧ୍ୟକ୍ଷତା କରୁଛି ଇଣ୍ଡୋନେସିଆ । ଭାରତ ବିଧିବଦ୍ଧ ଭାବେ ଇଣ୍ଡେନେସିଆଠୁ ଅଧ୍ୟକ୍ଷତା ଦାୟିତ୍ବ ଗ୍ରହଣ କରିବ ।

ବାଲିରେ ଆୟୋଜିତ ହେବାକୁ ଥିବା ଜି-୨୦ ସମ୍ମିଳନୀରେ ବିଶ୍ୱସ୍ତରୀୟ ନେତେମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । ଜଳବାୟୁ ପରିବର୍ତ୍ତନ ଠାରୁ ଆରମ୍ଭ କରି ଋଷ ଓ ୟୁକ୍ରେନ ଯୁଦ୍ଧ ପ୍ରସଙ୍ଗ ଉପରେ ଫୋକସ ରହିଛି । ଖାଦ୍ୟ, ଶକ୍ତି, ସୁରକ୍ଷା, ସ୍ୱାସ୍ଥ୍ୟ ଓ ଡିଜିଟାଲ ଟ୍ରାନ୍ସଫରମେସନ ସମ୍ପର୍କରେ ଜି-୨୦ ଦେଶ ଗୁଡ଼ିକ ଆଲୋଚନା କରିବେ ।

ଏହା ବି ପଢନ୍ତୁ...ଦକ୍ଷିଣ ଭାରତରେ ଆଜିଠୁ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ, ବେଙ୍ଗାଲୁରୁରେ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ସମ୍ମିଳନୀରେ ଶେଷ ଦିନରେ ଇଣ୍ଡୋନେସିଆ ରାଷ୍ଟ୍ରପତି ୱିଡୋଡୋ ବିଧିବଦ୍ଧ ଭାବେ ଜି୨୦ର ଅଧ୍ୟକ୍ଷତା ଦାୟିତ୍ୱ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହସ୍ତାନ୍ତର କରିବେ । ଏହାପରେ ଡିସେମ୍ବର 1ରୁ ଔପଚାରିକ ଭାବେ ଜି-20 ସମ୍ମିଳନୀର ଅଧ୍ୟକ୍ଷା ଦାୟିତ୍ବ ନିର୍ବାହ କରିବ ଭାରତ । ନିକଟରେ ନଭେମ୍ବର 8 ତାରିଖରେ ଜି-20 ସମ୍ମିଳନୀ ପାଇଁ ଲୋଗ ଓ ଥିମ ଉନ୍ମୋଚନ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଚଳିତ ଥରର ବିଷୟବସ୍ତୁ (ଥିମ) ରଖାଯାଇଛି ଏକ ବିଶ୍ବ, ଏକ ପରିବାର, ଏକ ଭବିଷ୍ୟତ (One earth, one family, one future) । ସେହିପରି ଲୋଗରେ ହିନ୍ଦୀରେ ‘ବସୁଧୈବ କୁଟମ୍ବକଂ’ ବୋଲି ମଧ୍ୟ ଲେଖାଯାଇଛି ।

ଲଗୋ ଉନ୍ମୋଚନ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କହିଥିଲେ, ''ଜି-20 ସମ୍ମିଳନୀ ଭାରତ ପାଇଁ ଏକ ବଡ ସୁଯୋଗ ଆଣିବ । ଏହା ପ୍ରତି ଭାରତୀୟଙ୍କ ପାଇଁ ଗର୍ବର ବିଷୟ । ବିଶ୍ବର ସ୍ଥିତି ଓ ଅନ୍ତର୍ଜାତୀୟ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଭାରତ ତାର ଆଭିମୁଖ୍ୟ ରଖିବାକୁ ଏକ ବଡ଼ ଅବସର ପାଇଛି । ମହିଲା ସଶକ୍ତୀକରଣ, ଗଣତନ୍ତ୍ର ଏବଂ ଡିଜିଟାଲ ଟେକ୍ନୋଲୋଜି ଦିଗରେ ସୁଯୋଗ ଆଣିବ ।''

ଏହା ବି ପଢନ୍ତୁ...Indias G20 Presidency: ଲୋଗ ଓ ଥିମ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତରେ ପ୍ରତିପକ୍ଷଙ୍କ ସହ ମଧ୍ୟ ଆଲୋଚନା କରିବେ। ଜି-20 ଶିଖର ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏବଂ ଜର୍ମାନୀ ଚାନ୍ସସେଲର ଓଲାଫ ସଚୋଲଜ ଏବଂ ଅନ୍ୟ ନେତା ସାମିଲ ହେବେ ।

Last Updated : Nov 11, 2022, 2:54 PM IST

ABOUT THE AUTHOR

...view details