ଓଡିଶା

odisha

By

Published : Aug 23, 2022, 7:45 PM IST

ETV Bharat / bharat

ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଯିବେ ମୋଦି, ବିଭିନ୍ନ ପ୍ରକଳ୍ପର କରିବେ ଉଦଘାଟନ

ଆସନ୍ତା ୨୭ ଏବଂ ୨୮ ତାରିଖରେ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି । ସେଠାରେ ଆୟୋଜିତ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବେ । ଅଧିକ ପଢ଼ନ୍ତୁ

pm modi to visit gujarat for two days
ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଯିବେ ମୋଦି, ବିଭିନ୍ନ ପ୍ରକଳ୍ପର କରିବେ ଉଦଘାଟନ

ଗାନ୍ଧୀନଗର:ଆସନ୍ତା ୨୭ ତାରିଖରୁ ଦୁଇ ଦିନିଆ ଗୁଜୁରାଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି (pm modi to visit Gujarat for two days) । ସେଠାରେ ଆୟୋଜିତ ବିଭିନ୍ନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ । ସାବରମତି ନଦୀ ନିକଟରେ ଆୟୋଜିତ ଖଦି ମହୋତ୍ସବରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ । ଏଥିସହ ଭୁଜରେ ସ୍ମୃତି ବନ ମେମୋରିଆଲ ପରିଦର୍ଶନ କରିବା ସହ ଏହାର ଉଦଘାଟନ କରିବା ନେଇ ସୂତ୍ରରୁ ସୂଚନା ମିଳିଛି ।

ଅଗଷ୍ଟ ୨୭ ତାରିଖ ଶନିବାର ସନ୍ଧ୍ୟା ୫.୩୦ ସମୟରେ ଗୁଜୁରାଟରେ ପହଞ୍ଚିବେ । ଏହାପରେ ସେଠାରୁ ସାବରମତି ନଦୀ ନିକଟରେ ଆୟୋଜିତ ଖଦୀ ମହୋତ୍ସବରେ ଅଂଶଗ୍ରହଣ କରିବେ । ୨୮ ତାରିଖରେ ସକାଳ ୧୦ଟା ସମୟରେ ଭୁଜରେ ଅବସ୍ଥିତ ସ୍ମୃତି ବନ ମେମୋରିଆଲ ପରିଦର୍ଶନ କରି ଏହାର ଉଦଘାଟନ କରିବେ । ମଧ୍ୟାହ୍ନ ୧୨ଟା ସମୟରେ କେଏସକେଭି ବିଶ୍ବବିଦ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୋଦି ଯୋଗ ଦେବାର ସୂଚନା ରହିଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିବା ସହ ଉଦଘାଟନ କରିବେ । ଅହମ୍ମଦାବାଦରେ ନିର୍ମିତ ବ୍ରିଜ ଏବଂ ନର୍ମଦା କେନାଲରେ ନିର୍ମାଣ ହୋଇଥିବା ଜଳ ଯୋଗାଣ ପ୍ରକଳ୍ପର ଉଦଘାଟନ କରିବେ । ସେହିପରି ଗାନ୍ଧୀନଗର ସ୍ଥିତ ଜାପାନ କମ୍ପାନୀ ସୁଜୁକିର ୪୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବେ । ଆସନ୍ତା ସେପ୍ଟେମ୍ବର ୧୭ ତାରିଖରେ ମୋଦି ତାଙ୍କ ଜନ୍ମଦିନ ଅବସରରେ ପୁନଃ ଗୁଜୁରାଟ ଗସ୍ତ କରିବାର ସୂଚନା ରହିଛି ।

ଏହା ମଧ୍ୟ ପଢ଼ନ୍ତୁ:୨୦୨୪ରେ BJPର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ନରେନ୍ଦ୍ର ମୋଦି: ଅମିତ ଶାହ

ସୂଚନା ଥାଉକି, ଚଳିତ ବର୍ଷ ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ମୋଦି ପ୍ରତିମାସରେ ଗୁଜୁରାଟ ଗସ୍ତ କରୁଛନ୍ତି । ଏହାପୂର୍ବରୁ ଜୁଲାଇ ୨୮ ଏବଂ ୨୯ ତାରିଖରେ ପ୍ରଧାନମନ୍ତ୍ରୀ ଗୁଜୁରାଟ ଯାଇଥିଲେ । ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବାସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଏବଂ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଜୁଲାଇ ୨୮ ତାରିଖରେ ସାବର ଦୁଗ୍ଧ ପ୍ରକଳ୍ପର (Sabar dairy project ) ଉଦଘାଟନ କରିଥିଲେ । ସେହିପରି ଗୁଜୁରାଟର ଇଣ୍ଟରନ୍ୟାସନାଲ ଫାଇନାନ୍ସ ଟେକ୍ ସିଟିରେ (GIFT City ) ଦେଶର ପ୍ରଥମ ଅନ୍ତର୍ଜାତୀୟ ବୁଲିୟନ ଏକ୍ସଚେଞ୍ଜର(IIBX) ଶୁଭାରମ୍ଭ କରିଥିଲେ । ଏଥିସହ ଭାରତର ପ୍ରଥମ ଅନ୍ତର୍ଜାତୀୟ ଆର୍ଥିକ ସେବା କେନ୍ଦ୍ର ପ୍ରାଧିକରଣ ପରିଦର୍ଶନ କରି ମୁଖ୍ୟାଳୟର ଉନ୍ମୋଚନ ମଧ୍ୟ କରିଥିଲେ ପ୍ରଧାନମନ୍ତ୍ରୀ । ଗତ ମେ ୨୮ତାରିଖରେ ମଧ୍ୟ ମୋଦି ଗୁଜୁରାଟ ଗସ୍ତ କରି ରାଜକୋଟରେ ଆଧୁନିକ ଜ୍ଞାନ କୌଶଳରେ ନିର୍ମିତ ମାଟୁଶ୍ରୀ କେଡିପି ହସ୍ପିଟାଲ(Matushri KDP Multispecialty Hospital) ର ଉଦଘାଟନ କରିଥିଲେ ।

ABOUT THE AUTHOR

...view details