ନୂଆଦିଲ୍ଲୀ: ଦୁଇ ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(Prime Minister Narendra Modi) । ଆଜି ହେବାକୁ ଥିବା ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ ପ୍ରଧାନମନ୍ତ୍ରୀ ଜର୍ମାନୀ ଗସ୍ତ କରିଛନ୍ତି । ଏନେଇ ଜର୍ମାନୀର ଚାନସେଲର ଓଲାଫ ସ୍କୋଲେଜ ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ । ଆଜି ହେବାକୁ ଥିବା ସମ୍ମିଳନୀରେ ପରିବେଶ, ଶକ୍ତି, ଜଳବାୟୁ, ଖାଦ୍ୟ ସୁରକ୍ଷା, ସ୍ୱାସ୍ଥ୍ୟ, ଲିଙ୍ଗଗତ ସମାନତା ଏବଂ ଗଣତନ୍ତ୍ର ଉପରେ ଆୟୋଜିତ ଦୁଇଟି ଅଧିବେଶନକୁ ସମ୍ବୋଧିତ କରିବେ ।
PM Modi To Visit Germany: ଆଜି ଜି୭ ସମ୍ମିଳନୀରେ ଯୋଗଦେବେ ମୋଦି
ଦୁଇ ଦିନିଆ ବିଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ(Prime Minister Narendra Modi) । ଆଜି ଜି-୭ ଶିଖର ସମ୍ମିଳନୀରେ ହେବେ ସାମିଲ । ଅଧିକ ପଢନ୍ତୁ
ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଅନ୍ତର୍ଜାତୀୟ ସହଯୋଗକୁ ମଜବୁତ କରିବାକୁ ଏକ ପ୍ରୟାସରେ ଆର୍ଜେଣ୍ଟିନା, ଇଣ୍ଡୋନେସିଆ, ସେନେଗାଲ ଏବଂ ଦକ୍ଷିଣ ଆଫ୍ରିକା ଭଳି ଅନ୍ୟ ଗଣତାନ୍ତ୍ରିକ ରାଷ୍ଟ୍ର ମାନେ ମଧ୍ୟ ସାମିଲ ହେବେ । ହେବାକୁ ଥିବା ଶିଖର ସମ୍ମିଳନୀପରେ ପ୍ରଧାନମନ୍ତ୍ରୀ କିଛି ଅଂଶଗ୍ରହଣକାରୀ ରାଷ୍ଟ୍ରର ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ମଧ୍ୟ କରିବେ । ଶେଷ ଥର ପାଇଁ ଭାରତ-ଜର୍ମାନୀ ଆନ୍ତଃସରକାରୀ ପରାମର୍ଶ (ଆଇଜିସି) ଷଷ୍ଠ ସଂସ୍କରଣରେ ସାମିଲ ହେବା ପାଇଁ ପ୍ରଧାନମନ୍ତ୍ରୀ ୨ ମେ ୨୦୨୨ରେ ଜର୍ମାନୀ ଗସ୍ତରେ ଯାଇଥିଲେ ।
ସେହିପରି ଜି୭ ସମ୍ମିଳନୀରେ ଯୋଗଦେବା ପରେ ପ୍ରଧାନମନ୍ତ୍ରୀ ୨୮ ଜୁନରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଗସ୍ତରେ ଯିବେ । ସେଠାରେ ୟୁଏଇର ପୂର୍ବତନ ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ଶେଖ ଖଲିଫା ବିଲ ଜାୟେଦ ଅଲ ନାହ୍ୟାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବେ । ଏହାବାଦ ପ୍ରଧାନମନ୍ତ୍ରୀ ୟୁଏଇର ନୂତନ ରାଷ୍ଟ୍ରପତି ତଥା ଆବୁଧାବିର ଶାସକ ଶେଖ ମହମ୍ମଦ ବିନ ଜାୟେଦ ଅଲ ନାହ୍ୟାନଙ୍କୁ ଶୁଭେଚ୍ଛା ଜଣାଇବେ । ପ୍ରଧାନମନ୍ତ୍ରୀ ସେହି ଦିନ ଭାରତ ପ୍ରତ୍ୟାବର୍ତ୍ତନ କରିବେ ।