ନୂଆଦିଲ୍ଲୀ:ଆଜି (ବୁଧବାର) BIMSTEC ଶିଖର ସମ୍ମିଳନୀକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି । ଭର୍ଚୁଆଲ ମୋଡରେ ଅନୁଷ୍ଠିତ ସମ୍ମିଳନୀକୁ BIMSTECର ଅଧ୍ୟକ୍ଷ ଶ୍ରୀଲଙ୍କା ଦ୍ବାରା ଆୟୋଜିତ ହେବ । ଗତ ମାର୍ଚ୍ଚ 29ରେ ଏହାର ପ୍ରସ୍ତୁତି ନେଇ BIMSTECର ବୈଦେଶିକ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା ।
ଏହି ସମ୍ମିଳନୀରେ କୋରୋନା ମୁକାବିଲାର ପଦକ୍ଷେପ, ଆନ୍ତର୍ଜାତିକ ସ୍ତରରେ BIMSTEC ସଦସ୍ୟମାନେ ସମ୍ମୁଖୀନ ହେଉଥିବା ଅସୁବିଧା, ବୈଷୟିକ ଏବଂ ଅର୍ଥନୈତିକ ସହଯୋଗକୁ ଉନ୍ନତ ସ୍ତରକୁ ନେବାର ଲକ୍ଷ୍ୟ ଭଳି ପ୍ରସଙ୍ଗ ବିଚାରବିମର୍ଶର ମୁଖ୍ୟ ବିଷୟ ହେବ ବୋଲି ଆଶା କରାଯାଉଛି । ଏନେଇ ବୈଦେଶିକ ମନ୍ତ୍ରଣାଳୟ ଏକ ପ୍ରେସ ବିବୃତ୍ତି କରି ସୂଚନା ଦେଇଛି । ଦଳର ମୌଳିକ ଆନୁଷ୍ଠାନିକ ଗଠନ ଓ ଯନ୍ତ୍ରକୌଶଳ ପ୍ରତିଷ୍ଠା ଉପରେ ସଦସ୍ୟମାନେ ଆଲୋଚନା କରିବା ନେଇ ମଧ୍ୟ ଆଶା ପ୍ରକଟ କରାଯାଉଛି।