ନୂଆଦିଲ୍ଲୀ: ଆଜି ଗୁଜୁରାଟର ଗୁରୁଦ୍ୱାର ଲଖପତ ସାହେବ ଗୁରୁ ନାନକ ଦେବ ଜୀଙ୍କ ଗୁରୁପୁରବ ଉତ୍ସବକୁ ସମ୍ବୋଧିତ କରିବେ ପ୍ରାଧାନମନ୍ତ୍ରୀ ମୋଦି (PM Modi to virtually address Gurpurab celebrations ) । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଏକ ବିବୃତ୍ତି ଜାରି କୁହାଯାଇଛି ଯେ, ଆଜି ଦିନ ୧୨ଟା ୩୦ ମିନିଟରେ ଭିଡିଓ କନଫେରସିଂ ଜରିଆରେ ପ୍ରଧାନମନ୍ତ୍ରୀ ସମ୍ବୋଧନ କରିବେ ।
ତେବେ ପ୍ରତିବର୍ଷ ଡିସେମ୍ବର 23 ରୁ 25 ମଧ୍ୟରେ ଗୁଜରାଟର ଶିଖ ସଙ୍ଘ ଗୁରୁଦ୍ୱାର ଲଖପତ ସାହେବ ଠାରେ ଗୁରୁ ନାନକ ଦେବ ଜୀଙ୍କର ଗୁରୁପୁରବ ପାଳନ କରାଯାଏ । ଗୁରୁ ନାନକ ତାଙ୍କର ଯାତ୍ରା ସମୟରେ ଲଖପତରେ ରହିଥିଲେ । ଗୁରୁଦ୍ୱାର ଲଖପତ ସାହିବଙ୍କର କଠଉ ଏବଂ ପାଲଖି ସହିତ ଗୁରୁମୁଖିର ପାଣ୍ଡୁଲିପି, ମାର୍କିଂ ସ୍କ୍ରିପ୍ଟ ସହିତ ତାଙ୍କର ପ୍ରତିମୂର୍ତ୍ତି ରହିଛି ।