ଓଡିଶା

odisha

ETV Bharat / bharat

Mann Ki Baat: ଆଜି ମୋଦିଙ୍କ 95ତମ ମନ୍ କି ବାତ କାର୍ଯ୍ୟକ୍ରମ - ମନ୍ କି ବାତ

95ତମ ମନ୍ କି ବାତ୍ ସଂସ୍କରଣରେ (95th edition of Mann Ki Baat) ଆଜି (ରବିବାର) ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରିବେ । ଅଧିକ ପଢନ୍ତୁ

Mann Ki Baat
Mann Ki Baat

By

Published : Nov 27, 2022, 7:10 AM IST

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ମୋଦିଙ୍କର ମନ କି ବାତର ଆଜି(ରବିବାର) 95 ତମ ସଂସ୍କରଣ(95th edition of Mann Ki Baat)। ମୋଦିଙ୍କ ଏହି ଲୋକପ୍ରିୟତା କାର୍ଯ୍ୟକ୍ରମକୁ ଦେଶର କୋଣ ଅନୁକୋଣରୁ ଲୋକେ ଶୁଣିଥାନ୍ତି । ଆଜି ପୂର୍ବାହ୍ନ 11ଟ ସମୟରେ ଦେଶବାସୀଙ୍କୁ ସମ୍ବୋଧିତ କରି ନଜ ମନକଥା କହିବେ ମୋଦି । ଏହି କାର୍ଯ୍ୟକ୍ରମ ଅଲ ଇଣ୍ଡିଆ ରେଡିଓ, ଦୂର ଦର୍ଶନ ଏବଂ ନ୍ୟୁଜ ଅନ ଏୟାର ଆପରେ ପ୍ରସାରିତ ହେବ । ଏହାସହ ଏୟାର ନ୍ୟୁଜର ୟୁଟ୍ୟୁବ ଚାନେଲ, ଡିଡି ନ୍ୟୁଜ, PMO ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲରେ ସିଧା ପ୍ରସାରଣ ହେବ ।

ପ୍ରଧାନମନ୍ତ୍ରୀଙ୍କ ମନ କି ବାତ ଏକ ମାସିକ ରେଡିଓ କାର୍ଯ୍ୟକ୍ରମ । ଯାହା ପ୍ରତି ମାସର ଶେଷ ରବିବାରରେ ପ୍ରସାରିତ ହୋଇଥାଏ। ୨୦୧୪ ଅକ୍ଟୋବର ୩ରେ ମନ୍ କି ବାତ୍‌ର ପ୍ରଥମ ଏପିସୋଡ ପ୍ରସାରିତ ହୋଇଥିଲା । ହିନ୍ଦୀ ଭାଷାରେ ମନ କି ବାତ୍ ପ୍ରସାରଣ ପରେ ତୁରନ୍ତ ଆକାଶବାଣୀ ଆଞ୍ଚଳିକ ଭାଷାରେ ମୋଦିଙ୍କ ମନର କଥାକୁ ପ୍ରସାରିତ କରିଥାଏ ।

ଏହା ମଧ୍ୟ ପଢନ୍ତୁ: PM Modi calls on President: ରାଷ୍ଟ୍ରପତି ମୁର୍ମୁଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ଅକ୍ଟୋବର 30 ତାରିଖରେ ମୋଦିଙ୍କର ଶେଷ ମନ କି ବାତ କାର୍ଯ୍ୟକ୍ରମ ପ୍ରସାରିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କେନ୍ଦୁଝରର କୁନି ଦେହୁରୀଙ୍କୁ ପ୍ରଶଂସା କରିଥିଲେ ମୋଦି । ସୌର ଶକ୍ତିରୁ ବିଦ୍ୟୁତ ଉତ୍ପାଦନ କରି ସେ ସ୍ବାଭଲମ୍ବୀ ହୋଇଛନ୍ତି । ଏହା ସହ ଅନେକଙ୍କ ପାଇଁ ପ୍ରେରଣା ପାଲଟିଥିବା କହିଥିଲେ ପ୍ରଧାନମନ୍ତ୍ରୀ । ସୌର ଶକ୍ତିକୁ ନେଇ ନିଜେ ରୋଜଗାରକ୍ଷମ ହେବା ସହିତ ଅନେକଙ୍କୁ ରୋଜଗାର କ୍ଷମ କରିଛନ୍ତି କୁନି । ଆଦିବାସୀ ମହିଳାଙ୍କୁ ସୋଲାରୁ ରେଲିଙ୍ଗ ମେସିନ ଜରିଆରେ ସିଲ୍କ ବୁଣିବାର କୌଶଳ ନେଇ ତାଲିମ ଦେଉଥିବା ମଧ୍ୟ ମୋଦି କାର୍ଯ୍ୟକ୍ରମରେ କହିଥିଲେ ।

ସୌର ଶକ୍ତି ଜରିଆରେ ବିଦ୍ୟୁତ୍‌ ଉତ୍ପନ୍ନ କରି ରୋଜଗାରକ୍ଷମ ହୋଇଥିବା ଗାଁ ତଥା ଦେଶର ପ୍ରଥମ ସୌର ଶକ୍ତି ଗାଁ ଗୁଜୁରାଟର ମୋଦେରା ବିଷୟରେ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ । ଖାଲି କେନ୍ଦୁଝରରୁ କୁନି ନୁହେଁ ପୂର୍ବରୁ ଜଗତସିଂହପୁର ନାଉଗାଁ ବ୍ଲକ ଅରଖକୁଦ ରୋହିଆ ଗ୍ରାମର ସିଲୁ ନାୟକ, ପଟ୍ଟଚିତ୍ର ପାଇଁ ରାଉରକେଲାର ଭାଗ୍ୟଶ୍ରୀ ସାହୁ, ସ୍ବଚ୍ଛତା ପାଇଁ ପୁରୀର ଜଣେ ଯୁବପୀଢି ଓ ଇଷାନ ମୁଣ୍ଡାଙ୍କୁ ପ୍ରଶଂସା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details