ନୂଆଦିଲ୍ଲୀ: ଆଜି CoWIN Global କନକ୍ଲେଭ କାର୍ଯ୍ୟକ୍ରମରେ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନିଜର ଚିନ୍ତାଧାରା ବିଚାର ବାଣ୍ଟିବା ନେଇ ସୂଚନା ମିଳିଛି । କୋରୋନା ବିରୋଧରେ ଯୁଦ୍ଧ କରିବା ପାଇଁ କୋୱିନ ଆପ ଏକ ଡିଜିଟାଲ ପ୍ଲାର୍ଟଫର୍ମ ।
ଅପରାହ୍ନ 3 ଟାରେ ଭର୍ଚୁଆଲ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ହେବା ନେଇ ଜାତୀୟ ସ୍ବାସ୍ଥ୍ୟ ପ୍ରାଧିକରଣ ପକ୍ଷରୁ ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମରେ ଦେଶ ସମସ୍ତ ଟେକ୍ନିକାଲ ସ୍ବାସ୍ଥ୍ୟ ବିଶେଷଜ୍ଞ ଯୋଗ ଦେବେ । ଏହି କନକ୍ଲେଭର ମୁଖ୍ୟ ଉଦ୍ଦେଶ୍ୟ ହେଲା କୋୱିନ ଜରିଆରେ ଟୀକାକରଣରେ ସାମିଲ ହୋଇ କୋରୋନା ବିରୋଧରେ ଜାରି ରହିଥିବା ଲଢେଇ ବିଷୟରେ ଭାରତର ଅଭିଜ୍ଞତା ବାଣ୍ଟିବା ।