ଓଡିଶା

odisha

Mann Ki Baat: ଆଜି ମନ କଥା କହିବେ ପ୍ରଧାନମନ୍ତ୍ରୀ

By

Published : Sep 25, 2022, 7:07 AM IST

93ତମ ମନ୍ କି ବାତ୍ ସଂସ୍କରଣରେ (93th edition of Mann Ki Baat) ଆଜି (ରବିବାର) ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧନ କରିବେ । ଅଧିକ ପଢନ୍ତୁ

Mann Ki Baat
ଆଜି ମନ କଥା କହିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତ୍‌ର ଆଜି (ରବିବାର) 93ତମ ସଂସ୍କରଣ (93th edition of Mann Ki Baat) । ପୂର୍ବାହ୍ନ 11ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି । ଏହି କାର୍ଯ୍ୟକ୍ରମକୁ ଦେଶର କୋଣ ଅନୁକୋଣରୁ ଲୋକମାନେ ଶୁଣିଥାନ୍ତି । ଭାରତୀୟ ଜନତା ପାର୍ଟି ଦ୍ବାରା ଦେଶର ବିଭିନ୍ନ ସ୍ଥାନରେ ଲୋକମାନେ ଏହି କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି ।

ଏହି କାର୍ଯ୍ୟକ୍ରମ ଅଲ ଇଣ୍ଡିଆ ରେଡିଓ ଏବଂ ଦୂରଦର୍ଶନରେ ପ୍ରସାରିତ ହେବ । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ ବହୁ ଦଳୀୟ କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ ଏକ ମାସିକ ରେଡିଓ କାର୍ଯ୍ୟକ୍ରମ । ଯାହା ପ୍ରତି ମାସ ଶେଷ ରବିବାର ପ୍ରସାରିତ ହୋଇଥାଏ । ୨୦୧୪ ଅକ୍ଟୋବର ୩ରେ ମନ୍ କି ବାତ୍‌ର ପ୍ରଥମ ଏପିସୋଡ ପ୍ରସାରିତ ହୋଇଥିଲା । ହିନ୍ଦୀ ଭାଷାରେ ମନ କି ବାତ୍ ପ୍ରସାରଣ ପରେ ତୁରନ୍ତ ଆକାଶବାଣୀ ଆଞ୍ଚଳିକ ଭାଷାରେ ମୋଦିଙ୍କ ମନର କଥାକୁ ପ୍ରସାରିତ କରିଥାଏ ।

ଅଗଷ୍ଟ 28ରେ ପ୍ରଧାନମନ୍ତ୍ରୀ ଶେଷ ମନ୍ କି ବାତ୍ କାର୍ଯ୍ୟକ୍ରମ ପ୍ରସାରିତ ହୋଇଥିଲା । ଜଳ ସଂରକ୍ଷଣର ଗୁରୁତ୍ବ ସହିତ ମାଣ୍ଡିଆ ଉତ୍ପାଦନକୁ ମିଶନ ଭାବେ ପରିଣତ କରିବାକୁ ଆହ୍ବାନ ଦେଇଥିଲେ । ବିଶ୍ବରେ ମାଣ୍ଡିଆ ଉତ୍ପାଦନରେ ଭାରତ ଆଗରେ ରହିଛି । ଏହି ସଫଳତାକୁ ଜନ ଆନ୍ଦୋଳନରେ ପରିଣତ କରିବାକୁ କହିଥିଲେ ପ୍ରଧାନମନ୍ତ୍ରୀ । ଚାଷୀଙ୍କ ପାଇଁ ମାଣ୍ଡିଆ ବେଶ୍ ଲାଭଦାୟକ । ଏହା ଶରୀର ପାଇଁ ମଧ୍ୟ ଉପକାରୀ । ଜାତିସଂଘ ଏକ ପ୍ରସ୍ତାବ ପାରିତ କରି ବର୍ଷ 2023କୁ ଅନ୍ତର୍ଜାତୀୟ ମାଣ୍ଡିଆ ବର୍ଷ (International Year Of Millets) ଭାବେ ଘୋଷଣା କରିଥିବା କହିଥିଲେ ପ୍ରଧାନମନ୍ତ୍ରୀ ।

ଏହା ବି ପଢନ୍ତୁ...ବିଧାନସଭାରେ ଗେମ ଖେଳିଲେ ବିଧାୟକ, ଭିଡିଓ ସେୟାର କରି ଅଖିଳେଶଙ୍କ କଟାକ୍ଷ

ପ୍ରଧାନମନ୍ତ୍ରୀଙ୍କ ଏହି ମାସିକ ରେଡ଼ିଓ କାର୍ଯ୍ୟକ୍ରମ 'ମନ୍‌ କି ବାତ୍‌' ଲୋକପ୍ରିୟତା ବଢୁଛି । ଏଥର ମନ କି ବାତର ଏହି ସଂସ୍କରଣ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଚଳିତ ବର୍ଷ ଦେଶ ସ୍ବାଧୀନତାର ୭୫ ବର୍ଷ ପୂରଣ କରିଛି ଦେଶ । ଦେଶବାସୀ ସ୍ବାଧୀନତାର ୭୬ ବର୍ଷରେ ପାଦ ଥାପିଛନ୍ତି । ଆଜାଦୀ କା ଅମୃତ ମହୋତ୍ସବ ପାଳିଥିବାବେଳେ ଆଗାମୀ ମନ କି ବାତ୍‌ କାର୍ଯ୍ୟକ୍ରମର ଗୁରୁତ୍ବ ବଢିଛି । ଖାଲି ଭାରତରେ ନୁହେଁ ବିଶ୍ବରେ ଏହି ମନ୍ କି ବାତ୍ କାର୍ଯ୍ୟକ୍ରମର ଲୋକପ୍ରିୟତା ବଢୁଛି । ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ଶୁଣିବାକୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ରାଜ୍ୟବାସୀଙ୍କୁ ଅନୁରୋଧ କରିଛି ବିଜେପି ।

ଇଟିଭି ଭାରତ

ABOUT THE AUTHOR

...view details