ଓଡିଶା

odisha

ETV Bharat / bharat

Mann Ki Baat, ଅଲ୍‌ ଇଣ୍ଡିଆ ରେଡିଓରେ ମନର କଥା କହିବେ ମୋଦି - ମନ କି ବାତ୍

ଆଜି ମନ କି ବାତ କାର୍ଯ୍ୟକ୍ରମର 92ତମ ସଂସ୍କରଣ (92th edition of Mann Ki Baat) । ପୂର୍ବାହ୍ନ 11ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ

ଅଲ୍‌ ଇଣ୍ଡିଆ ରେଡିଓରେ ମନର କଥା କହିବେ ମୋଦି
ଅଲ୍‌ ଇଣ୍ଡିଆ ରେଡିଓରେ ମନର କଥା କହିବେ ମୋଦି

By

Published : Aug 28, 2022, 7:39 AM IST

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତ୍‌ର ଆଜି 92ତମ ସଂସ୍କରଣ(92th edition of Mann Ki Baat) । ପୂର୍ବାହ୍ନ 11ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି । ଏହି କାର୍ଯ୍ୟକ୍ରମକୁ ଦେଶର କୋଣ ଅନୁକୋଣରୁ ଲୋକମାନେ ଶୁଣିଥାନ୍ତି । ଭାରତୀୟ ଜନତା ପାର୍ଟି ଦ୍ବାରା ଦେଶର ବିଭିନ୍ନ ସ୍ଥାନରେ ଲୋକମାନେ ଏହି କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି ।

ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ ବହୁ ଦଳୀୟ କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ ଏକ ମାସିକ ରେଡିଓ କାର୍ଯ୍ୟକ୍ରମ । ଯାହା ପ୍ରତି ମାସ ଶେଷ ରବିବାର ପ୍ରସାରିତ ହୋଇଥାଏ । ୨୦୧୪ ଅକ୍ଟୋବର ୩ରେ ମନ୍ କି ବାତ୍‌ର ପ୍ରଥମ ଏପିସୋଡ ପ୍ରସାରିତ ହୋଇଥିଲା । ହିନ୍ଦୀ ଭାଷାରେ ମନ କି ବାତ୍ ପ୍ରସାରଣ ପରେ ତୁରନ୍ତ ଆକାଶବାଣୀ ଆଞ୍ଚଳିକ ଭାଷାରେ ମୋଦିଙ୍କ ମନର କଥାକୁ ପ୍ରସାରିତ କରିଥାଏ ।

ଏହା ବି ପଢନ୍ତୁ...ବଢୁଛି Mann ki Baatର ଲୋକପ୍ରିୟତା, ରବିବାର କାର୍ଯ୍ୟକ୍ରମ ଶୁଣିବାକୁ ବିଜେପିର ଅନୁରୋଧ

ଜୁଲାଇ 32 91ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ମନର କଥା କହିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏହି ସଂସ୍କରଣରେ ସ୍ବାଧୀନତା ଦିବସ 75 ବର୍ଷ ପୂରଣ କରିଥିବା ନେଇ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ । ଆଜାଦୀ କା ଅମୃତ ମହୋତ୍ସବ ଜନ ଆନ୍ଦୋଳନର ରୂପ ନେଉଥିବା କହିଥିଲେ ପିଏମ । ଏହା ସହିତ ଅଗଷ୍ଟ 13ରୁ 15 ତାରିଖ ଯାଏ 'ହର ଘର ତ୍ରିରଙ୍ଗା' ଅଭିଯାନ ପାଇଁ ଆହ୍ବାନ ଦେଇଥିଲେ ପ୍ରଧାନମନ୍ତ୍ରୀ । ଏହା ସହ 2 ଅଗଷ୍ଟରୁ 15 ଅଗଷ୍ଟ ସମସ୍ତଙ୍କୁ ନିଜ ନିଜ ସୋସିଆଲ ମିଡିଆ ପ୍ରୋଫାଇଲ ଫଟୋରେ ତ୍ରିରଙ୍ଗା ରଖିବାକୁ କହିଥିଲେ । ମାସିକ ରେଡିଓ କାର୍ଯ୍ୟକ୍ରମରେ ଦେଶ ସ୍ବାଧୀନତାରେ ବଳିଦାନ ଦେଇଥିବା ସମସ୍ତ ସ୍ବାଧୀନତା ସଂଗ୍ରାମୀଙ୍କୁ ମନେ ପକାଇଥିଲେ ପ୍ରଧାନମନ୍ତ୍ରୀ । ଦେଶ ପାଇଁ ଜୀବନ ଦେଇଥିବା ଶହୀଦ ଉଦ୍ଧମ ସିଂଙ୍କୁ ସ୍ମରଣ କରି ତାଙ୍କ ବଳିଦାନକୁ ବିଷୟରେ କହିଥିଲେ ମୋଦି ।

ପ୍ରଧାନମନ୍ତ୍ରୀଙ୍କ ଏହି ମାସିକ ରେଡ଼ିଓ କାର୍ଯ୍ୟକ୍ରମ 'ମନ୍‌ କି ବାତ୍‌' ଲୋକପ୍ରିୟତା ବଢୁଛି । ଏଥର ମନ କି ବାତ ର ଏହି ସଂସ୍କରଣ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଚଳିତ ବର୍ଷ ଦେଶ ସ୍ବାଧୀନତାର ୭୫ ବର୍ଷ ପୂରଣ କରିଛି ଦେଶ । ଦେଶବାସୀ ସ୍ବାଧୀନତାର ୭୬ ବର୍ଷରେ ପାଦ ଥାପିଛନ୍ତି । ଆଜାଦୀ କା ଅମୃତ ମହୋତ୍ସବ ପାଳିଥିବାବେଳେ ଆଗାମୀ ମନ କି ବାତ୍‌ କାର୍ଯ୍ୟକ୍ରମର ଗୁରୁତ୍ବ ବଢିଛି । ଏହି ଅବସରରେ ଆଜି (ରବିବାର) ସମସ୍ତେ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ଶୁଣିବାକୁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ରାଜ୍ୟବାସୀଙ୍କୁ ଅନୁରୋଧ କରିଛି ବିଜେପି ।

ABOUT THE AUTHOR

...view details