ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମ ମନ କି ବାତ୍ର ଆଜି 91ତମ ସଂସ୍କରଣ(91th edition of Mann Ki Baat) । ପୂର୍ବାହ୍ନ 11ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି । ଏହି କାର୍ଯ୍ୟକ୍ରମକୁ ଦେଶର କୋଣ ଅନୁକୋଣରୁ ଲୋକମାନେ ଶୁଣିଥାନ୍ତି । ଭାରତୀୟ ଜନତା ପାର୍ଟି ଦ୍ବାରା ଦେଶର ବିଭିନ୍ନ ସ୍ଥାନରେ ଲୋକମାନେ ଏହି କାର୍ଯ୍ୟକ୍ରମକୁ ଶୁଣିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।
Mann Ki Baat: ଅଲ୍ ଇଣ୍ଡିଆ ରେଡିଓରେ ମନର କଥା କହିବେ ମୋଦି - ପିଏମ ମୋଦିଙ୍କ ମନ କି ବାତ
ପ୍ରଧାନମନ୍ତ୍ରୀଙ୍କ ମନ କି ବାତ୍ କାର୍ଯ୍ୟକ୍ରମରେ ପୂର୍ବାହ୍ନ 11ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ ମୋଦି । ମନ କି ବାତ୍(Mann Ki Baat) କାର୍ଯ୍ୟକ୍ରମର ଏହା 91ତମ ସଂସ୍କରଣ । ଅଧିକ ପଢନ୍ତୁ
5 ରାଜ୍ୟରେ ବିଧାନସଭା ନିର୍ବାଚନରେ ବିରାଟ ବିଜୟ ପରେ ପଞ୍ଚମ ଥର ପାଇଁ ମନ କଥା କହିବେ ମୋଦି । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ ବହୁ ଦଳୀୟ କର୍ମୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ । ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ ଏକ ମାସିକ ରେଡିଓ କାର୍ଯ୍ୟକ୍ରମ । ଯାହା ପ୍ରତି ମାସ ଶେଷ ରବିବାର ପ୍ରସାରିତ ହୋଇଥାଏ । ୨୦୧୪ ଅକ୍ଟୋବର ୩ରେ ମନ୍ କି ବାତ୍ର ପ୍ରଥମ ଏପିସୋଡ ପ୍ରସାରିତ ହୋଇଥିଲା । ହିନ୍ଦୀ ଭାଷାରେ ମନ କି ବାତ୍ ପ୍ରସାରଣ ପରେ ତୁରନ୍ତ ଆକାଶବାଣୀ ଆଞ୍ଚଳିକ ଭାଷାରେ ମୋଦିଙ୍କ ମନର କଥାକୁ ପ୍ରସାରିତ କରିଥାଏ ।
ଜୁନ 26 ତାରିଖରେ 90ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ । ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ମହତ୍ତ୍ବ କଥା କହିଥିଲେ ପ୍ରଧାନମନ୍ତ୍ରୀ । କ୍ରୀଡାରେ ପ୍ରଦର୍ଶନୀ ନେଇ ଭାରତୀୟ ମହିଲା କ୍ରିକେଟର ଅଧିନାୟକ ମିଥାଲି ରାଜ ଓ ଟୋକିଏ ଅଲମ୍ପିକ୍ସରେ ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରାଙ୍କୁ ପ୍ରଶଂସା କରିଥିଲେ । ଏହା ସହ 1975 ଜରୁରୀକାଳୀନ ପରିସ୍ଥିତିକୁ ସମାଲୋଚନା କରି କଳା ଫର୍ଦ୍ଦ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ ।