ନୂଆଦିଲ୍ଲୀ: କୋଭିଡ ଲଢେଇରେ ମାନବ ସମ୍ବଳ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମୀକ୍ଷୀ ବୈଠକ କରିଛନ୍ତି । ଏହାସହ ବୈଠକରେ ଅକ୍ସିଜେନ ଓ ମେଡିସିନ ଉପଲବ୍ଧି ନେଇ ଆଲୋଚନା କରିଛନ୍ତି ।
ବୈଠକରେ ଦେଶରେ ଅକ୍ସିଜେନର ଅଭାବ କିପରି ଦୂର ହେବ ତା ସହିତ ଅଧୁକରୁ ଅଧିକ ଅକ୍ସିଜେନ ଉପଲବ୍ଧ କରିବା ନେଇ ବୈଠକେ ଆଲୋଚନା ହୋଇଛି । ଦେଶରେ କିପରି ଅଧିକରୁ ଅଧିକ ଅକ୍ସିଜେନ ଉପଳବ୍ଧ ହେବ ସେ ନେଇ ଉପାୟ ବାହାର କରିବାକୁ ଆଲୋଚନା ହୋଇଛି ।
କୋରୋନା ଦ୍ବିତୀୟ ଲହରରେ ପ୍ରଧାନମନ୍ତ୍ରୀ ଲଗାତର ଭାବେ ସ୍ଥିତି ସମୀକ୍ଷା ନେଇ ବୈଠକ କରିଛନ୍ତି । ବୈଠକରେ ଅକ୍ସିଜେନ ଉତ୍ପାଦନକାରୀ କମ୍ପାନୀ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହିତ ବୈଠକ କରିଛନ୍ତି । ପ୍ରକାଶ ଥାଉ କି, ରବିବାର 24ଘଣ୍ଟାରେ 3,92,488 ନୂଆ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । 3,92,488ଜଣଙ୍କୁ ମୃତ୍ୟୁ ହୋଇଛି । ଦେଶରେ ବର୍ତ୍ତମାନ ସୁଦ୍ଧା 1,95,57,457ଜଣ କୋରୋନାରେ ସଂକ୍ରମିତ ହୋଇଛନ୍ତି ।
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ