ନୂଆଦିଲ୍ଲୀ:ବିଶ୍ବରେ ପୁଣି ଉପର ମୁହାଁ କୋରୋନା ସଂକ୍ରମଣ । ଚୀନ, ଜାପାନ, ବାଜ୍ରିଲ ସମେତ ବିଶ୍ବର ଅନେକ ସ୍ଥାନରେ କୋରାନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହାକୁ ନେଇ ଆଗୁଆ ସତର୍କ ହୋଇଛି ଭାରତ । ଆଜି ଅପରାହ୍ନରେ ଦେଶର କୋରୋନା ସ୍ଥିତି ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Modi to Review Covid Situation at High-Level Meeting Today) । ଏହାସହ କୋରାନାର ନୂଆ ଭାରିଆଣ୍ଟକୁ ନେଇ ଆଲୋଚନା କରିବେ । ଆଜି ଅପରାହ୍ନରେ ଉଚ୍ଚସ୍ତରୀୟ ବୈଠକ କରିବେ ପ୍ରଧାନମନ୍ତ୍ରୀ । ଗତକଲି(ବୁଧବାର) ସାମ୍ଭାବ୍ୟ ସଂକ୍ରମଣକୁ ଦେଖି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା. ମନସୁଖ ମାଣ୍ଡଭିୟ(Dr Mansukh Mandaviya) ଏକ ଉଚ୍ଚସ୍ତରୀୟ ବୈଠକ କରିଥିଲେ ।
ଜାତୀୟ ଗଣମାଧ୍ୟମରେ ରିପୋର୍ଟ ଅନୁସାରେ ଓମିକ୍ରନ BF.7 ସବଭାରିଏଣ୍ଟ(BF.7 Omicron Sub-Variant) ସଂକ୍ରମିତ ଦେଶରେ ଚିହ୍ନଟ ହୋଇଛି । ଯେଉଁଥିରେ ଓଡିଶାର ଜଣେ ଥିବାବେଳେ ଗୁଜୁରାଟର 2 ଜଣ ଅଛନ୍ତି । ଏହି ନୂଆ ଭାରିଆଣ୍ଟ ଗତ ଅକ୍ଟୋବରରେ ଚିହ୍ନଟ ହୋଇଛି । ସଂପ୍ରତି BF.7 ସବଭାରିଏଣ୍ଟ ଚୀନରେ ଆତଙ୍କ ସୃଷ୍ଟି କରିଛି । କୋରୋନାର ଏହି ନୂଆ ଭାରିଆଣ୍ଟକୁ ନେଇ ବୈଠକରେ ଆଲୋଚନା କରାଯିବା ନେଇ ସୂଚନା ରହିଛି ।