ଓଡିଶା

odisha

ETV Bharat / bharat

ପ୍ରଥମ ଲତା ଦିନାନାଥ ମଙ୍ଗେସକର ଆଓ୍ୱାର୍ଡରେ ସମ୍ମାନିତ ହେବେ ମୋଦି - ପ୍ରଧାନମନ୍ତ୍ରୀ ପାଇବେ ଲତା ଦିନାନାଥ ମଙ୍ଗେସକର ଆଓ୍ବାର୍ଡ

କିମ୍ବଦନ୍ତୀ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କ ସ୍ମୃତି ତଥା ସମ୍ମାନାର୍ଥେ ଘୋଷିତ ପୁରସ୍କାର ‘ଲତା ଦିନାନାଥ ମଙ୍ଗେସକର ଆଓ୍ବାର୍ଡ’ ରେ ସମ୍ମାନିତ ହେବେ ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢନ୍ତୁ

ପ୍ରଥମ ଲତା ଦିନାନାଥ ମଙ୍ଗେସକର ଆଓ୍ବାର୍ଡରେ ସମ୍ମାନିତ ହେବେ ପ୍ରଧାନମନ୍ତ୍ରୀ
ପ୍ରଥମ ଲତା ଦିନାନାଥ ମଙ୍ଗେସକର ଆଓ୍ବାର୍ଡରେ ସମ୍ମାନିତ ହେବେ ପ୍ରଧାନମନ୍ତ୍ରୀ

By

Published : Apr 23, 2022, 9:51 PM IST

ମୁମ୍ବାଇ: କିମ୍ବଦନ୍ତୀ କଣ୍ଠଶିଳ୍ପୀ ଲତା ମଙ୍ଗେସକରଙ୍କ ସ୍ମୃତିରେ ପ୍ରତିଷ୍ଠା ହୋଇଥିବା ଲତା ଦିନାନାଥ ମଙ୍ଗେସକର ଆଓ୍ବାର୍ଡରେ ସମ୍ମାନିତ ହେବେ ପ୍ରଧାନମନ୍ତ୍ରୀ ମୋଦି । ଲତାଙ୍କ ଦେହାନ୍ତ ପରେ ଘୋଷିତ ଏହି ଆଓ୍ବାର୍ଡର ପ୍ରଥମ ବିଜେତା ଭାବେ ପ୍ରଧାନମନ୍ତ୍ରୀ ମୋଦି ଆସନ୍ତାକାଲି (ଏପ୍ରିଲ 24)ରେ ହେବାକୁ ଥିବା ମାଷ୍ଟର ଦିନାନାଥ ମଙ୍ଗେସକର ଆଓ୍ବାର୍ଡର 80ତମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ଅବସରରେ ମୁମ୍ବାଇରେ ସମ୍ମାନ ଗ୍ରହଣ କରିବେ ।

ଚଳିତ ବର୍ଷ ପ୍ରାରମ୍ଭରେ କିମ୍ବଦନ୍ତୀ କଣ୍ଠଶିଳ୍ପୀ ଲାତା ମଙ୍ଗେସକର 92ବର୍ଷ ବୟସରେ ଦେହାନ୍ତ ହୋଇଥିଲା । ପରେ ଲତାଙ୍କ ସମ୍ମାନାର୍ଥେ ଏହି ଆଓ୍ବାର୍ଡ ଘୋଷଣା କରିଥିଲା ତାଙ୍କ ପିତାଙ୍କ ନାମରେ ଗଠିତ ମାଷ୍ଟର ଦିନାନାଥ ସ୍ମୃତି ପ୍ରତିଷ୍ଠାନ ଚାରିଟେବୁଲ ଟ୍ରଷ୍ଟ (The Master Deenanath Mangeshkar Smruti Pratishthan charitable trust)। ଦେଶ ପାଇଁ କୌଣସି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରହିିଥିବା ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ଏହି ସ୍ମାରକୀ ସମ୍ମାନରେ ସମ୍ମାନିତ କରିବା ପାଇଁ ଟ୍ରଷ୍ଟ ଏହି ଆଓ୍ବାର୍ଡର ପ୍ରତିଷ୍ଠା କରାଯାଇଥିବା ଘୋଷଣା କରିଥିଲା ।

ତେବେ ଘୋଷଣା ହେବା ପରେ ପ୍ରଥମ ଥର ପାଇଁ ଏହି ସମ୍ମାନରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନିତ କରିବା ପାଇଁ ମନୋନୀତ କରିଛି ଟ୍ରଷ୍ଟ । ପ୍ରଧାନମନ୍ତ୍ରୀ ଜଣେ ବିଶ୍ବ ଜନନାୟକ ଓ ସାରା ବିଶ୍ବ ଦରବାରରେ ଭାରତର ଛବି ଉଜ୍ଜଳ କରିବାରେ ତାଙ୍କର ବଡ ଭୂମିକା ଥିବା ଯୋଗୁ ପ୍ରଥମ ସମ୍ମାନ ପାଇଁ ତାଙ୍କ ନାମ ମନୋନୀତ କରାଯାଇଥିବା ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ।

ଆସନ୍ତାକାଲି (ଏପ୍ରିଲ 24) ରେ ମାଷ୍ଟର ଦିନାନାଥ ମଙ୍ଗେସରଙ୍କ 80ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ମୁମ୍ବାଇର ସମ୍ମୁଖାନନ୍ଦ ହଲରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି । ଗତାକାଲି କାଶ୍ମୀରରେ ଜନସଭାକୁ ସମ୍ବୋଧିତ କରି ଫେରିବା ପରେ ମୁମ୍ବାଇରେ ପହଞ୍ଚି ଆଓ୍ବାର୍ଡ ଗ୍ରହଣ କରିବେ ପ୍ରଧାନମନ୍ତ୍ରୀ । ଚଳିତ ବର୍ଷ ପ୍ରାରମ୍ଭରେ ଲତା ମଙ୍ଗେସକରଙ୍କ ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁ 92 ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିଲା । ଶୀବାଜୀ ପାର୍କରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଶେଷଦର୍ଶନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details