ନୂଆଦିଲ୍ଲୀ: ଦେଶରେ ମହାମାରୀ କୋରୋନାର ଦ୍ବିତୀୟ ଲହରୀ ମଧ୍ୟରେ ବିଗୁଡୁଥିବା ପରିସ୍ଥିତିର ସମୀକ୍ଷା ପାଇଁ ବସିବ କେନ୍ଦ୍ର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ଶୁକ୍ରବାର ଦିନ 11ଟାରେ ଏହି ବୈଠକ ଆରମ୍ଭ ହେବାକୁ ଯାଉଥିବାବେଳେ ଏହାର ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
କୋରୋନା ସ୍ଥିତିର ସମୀକ୍ଷା ପାଇଁ ଶୁକ୍ରବାର କ୍ୟାବିନେଟ ବୈଠକ - କ୍ୟାବିନେଟ ବୈଠକ'
କୋରୋନାର ଦ୍ବିତୀୟ ଲହରୀ ମଧ୍ୟରେ ବିଗୁଡୁଥିବା ପରିସ୍ଥିତିର ସମୀକ୍ଷା ପାଇଁ ବସିବ କେନ୍ଦ୍ର କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ । ଶୁକ୍ରବାର ଦିନ 11ଟାରେ ଏହି ବୈଠକ ଆରମ୍ଭ ହେବାକୁ ଯାଉଥିବାବେଳେ ଏହାର ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...
କୋରୋନା ସ୍ଥିତିର ସମୀକ୍ଷା ପାଇଁ ଶୁକ୍ରବାର କ୍ୟାବିନେଟ ବୈଠକ
ଦେଶରେ ସଂକ୍ରମଣ ବୃଦ୍ଧି ମଧ୍ୟରେ କ୍ରମାଗତ ବୈଠକ କରୁଛନ୍ତି ପ୍ରଧାନମନ୍ତ୍ରୀ । ତେବେ ବୁଧବାର ମଧ୍ୟ ଏକ ବୈଠକରେ ବଡ ନିଷ୍ପତ୍ତି ନେଇଥିଲେ ସରକାର । ଏହି ବୈଠକରେ ଅକ୍ସିଜେନ ପ୍ଲାଣ୍ଟକୁ ନେଇ କରାଯାଇଥିଲା ବଡ ଘୋଷଣା ।
ଦେଶରେ କୋରୋନା ସଙ୍କଟ ମଧ୍ୟରେ ଅକ୍ସିଜେନର ଘୋର ଅଭାବ ବଡ ସମସ୍ୟା ହୋଇ ଛିଡା ହୋଇଛି । ଏହାରି ମଧ୍ୟରେ ବଡ ପଦକ୍ଷେପ ନେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପିଏମ କେୟାର୍ସ ଫଣ୍ଡରୁ 1 ଲକ୍ଷ ପୋର୍ଟେବଲ ଅକ୍ସିଜେନ କଣ୍ଟେନର୍ସ କିଣିବାକୁ ମଞ୍ଜୁରୀ ଦେଇଥିଲେ ପ୍ରଧାନମନ୍ତ୍ରୀ ।