ଲକ୍ଷ୍ନୌ: ଆଜି ଉତ୍ତରପ୍ରଦେଶର ବାରଣାସୀ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବାରଣାସୀରେ ପହଞ୍ଚିବା ପରେ ମଧ୍ୟାହ୍ନ ସମୟରେ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ଏହି ଷ୍ଟାଡିୟମ ତିଆରି ପାଇଁ ଜମି ଅଧିଗ୍ରହଣ ନିମନ୍ତେ 121 କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏଥିସହ ଷ୍ଟାଡିୟମର ନିର୍ମାଣ ପାଇଁ ବିସିସିଆଇ 330 କୋଟି ଟଙ୍କା ଖର୍ଚ୍ଚ କରିବ ।
ଏହା ମଧ୍ୟ ପଢନ୍ତୁ-ନୂଆ ଭାରତ ଗଣତାନ୍ତ୍ରିକ ପ୍ରତିବଦ୍ଧତାର ଆହ୍ବାନ ନାରୀ ଶକ୍ତି ବନ୍ଦନ ଅଧିନିୟନ: ପ୍ରଧାନମନ୍ତ୍ରୀ
ଏହି ଷ୍ଟାଡିୟମର ଥିମାଟିକ୍ ଆର୍କିଟେକ୍ସଚର ଭଗବାନ ଶିବଙ୍କ ଉପରେ ଆଧାରିତ । , ଯେଉଁଥିରେ କ୍ରେସେଣ୍ଟ୍ ଆକୃତିର ଛାତ କଭର, ତ୍ରିଶୁଳ ଆକୃତିର ଫ୍ଲଡ ଲାଇଟ୍, ଘାଟ ଷ୍ଟେପ୍ ଆଧାରିତ ବସିବା ସୁବିଧା, ବେଲ ପତ୍ର ଆକୃତିର ଧାତବ ସିଟ୍ ପାଇଁ ଡିଜାଇନ୍ ପ୍ରସ୍ତୁତ କରାଯାଇଛି । ଏହି ଷ୍ଟାଡିୟମରେ 30,000 ଦର୍ଶକ ବସିବାର କ୍ଷମତା ରହିବ । 30 ଏକରରୁ ଊର୍ଦ୍ଧ୍ବ ପରିମିତ ଅଞ୍ଚଳରେ ପ୍ରାୟ 450 କୋଟି ଟଙ୍କା ବ୍ୟୟରେ ଷ୍ଟାଡିୟମ ନିର୍ମାଣ କରାଯିବ । ବାରଣାସୀ କ୍ରିକେଟ୍ ଷ୍ଟାଡିୟମର ଶିଳାନ୍ୟାସ କରିବା ପରେ ପ୍ରଧାନମନ୍ତ୍ରୀ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବେ । ଏହି ସମୟ ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକର, ସୁନୀଲ ଗାଭାସ୍କର, କପିଲ ଦେବ, ରବି ଶାସ୍ତ୍ରୀ ପରି କ୍ରିକେଟ୍ ତାରକା ମଧ୍ୟ ମଞ୍ଚରେ ଉପସ୍ଥିତ ରହି ପାରନ୍ତି ।
ଏହା ମଧ୍ୟ ପଢନ୍ତୁ-ଜି20ରେ ସମ୍ମିଳନୀରେ ଦେଖାଇଥିଲେ ଦାୟିତ୍ୱବୋଧତା, ଅଧିକାରୀଙ୍କ ସହ ରାତ୍ରି ଭୋଜନ କରିବେ ପ୍ରଧାନମନ୍ତ୍ରୀ
ପୂର୍ବାହ୍ନ 3 ଟା15 ମିନିଟ ସମୟରେ ପ୍ରଧାନମନ୍ତ୍ରୀ ରୁଦ୍ରାକ୍ଷ ଇଣ୍ଟରନାସନାଲ୍ କୋପରେସନ ଆଣ୍ଡ କନଭେନ୍ସନ ସେଣ୍ଟରରେ ପହଞ୍ଚି କାଶୀ ସଂସଦ ସାଂସ୍କୃତିକ ମହୋତ୍ସବ 2023ର ଉଦଯାପନୀ ସମାରୋହରେ ସାମିଲ ହେବେ । ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି ପାଇଁ ଉତ୍ତରପ୍ରଦେଶରେ 16ଟି ଅଟଳ ଆବାସିକ ବିଦ୍ୟାଳୟକୁ ଦେଶ ପାଇଁ ଉତ୍ସର୍ଗିକୃତ କରିବେ ମୋଦି । ପ୍ରାୟ 1115 କୋଟି ଟଙ୍କା ବ୍ୟୟରେ ଏହା ନିର୍ମିତ ହୋଇଛି । ଶ୍ରମିକମାନଙ୍କର ପିଲା ଏବଂ କୋରୋନା ମହାମାରୀ ସମୟରେ ବାପା ମାଆଙ୍କୁ ହରାଇଥିବା ପିଲାଙ୍କ ପାଇଁ ଏହି ଆବାସିକ ବିଦ୍ୟାଳୟ ନିର୍ମାଣ କରାଯାଇଛି । ଏହା ପିଲା ମାନଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇବା ସହିତ ସାମଗ୍ରିକ ବିକାଶରେ ସାହାଯ୍ୟ କରିବ । ପ୍ରତ୍ୟେକ ବିଦ୍ୟାଳୟରେ ଶ୍ରେଣୀଗୃହ, ଖେଳ ପଡିଆ, ମିନି ଅଡିଟୋରିୟମ୍, ହଷ୍ଟେଲ କମ୍ପ୍ଲେକ୍ସ, ମେସ୍ ଏବଂ କର୍ମଚାରୀଙ୍କ ପାଇଁ ଆବାସିକ ଫ୍ଲାଟ ରହିଛି । ପ୍ରତ୍ୟେକ ଆବାସିକ ବିଦ୍ୟାଳୟ ଗୁଡ଼ିକରେ ପ୍ରାୟ 1000 ଛାତ୍ରଛାତ୍ରୀଙ୍କ ରହିବାର ସୁବିଧା ରହିଛି।