ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ଶନିବାର) ଉତ୍ତରପ୍ରଦେଶର ଶାହାଜାହାନପୁରରେ ଗଙ୍ଗା ଏକ୍ସପ୍ରେସୱେ (Ganga Expressway)ର ଭିତ୍ତି ପ୍ରସ୍ତର ସ୍ଥାପନ କରିବେ । ଗଙ୍ଗା ଏକ୍ସପ୍ରେସୱେ (Ganga Expressway) ପଛର କାହାଣୀ ହେଉଛି ସମଗ୍ର ଦେଶରେ ଦ୍ରୁତ ଗତିଶୀଳ ସଂଯୋଗ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍ବପ୍ନ । ଏହା ୫୯୪ କିଲୋମିଟର ଲମ୍ବା (6) ଛଅ ଲେନ ବିଶିଷ୍ଟ ଏକ୍ସପ୍ରେସୱେ ହେବ । ଏଥିପାଇଁ ଖର୍ଚ୍ଚ ହେବ ୩୬ ହଜାର ୨୦୦ କୋଟିରୁ ଅଧିକ ଟଙ୍କା ।
ଏହା ମିରଟର ବିଜାଉଲି ଗାଁ (Starting near the Bijauli village in Meerut) ନିକଟରୁ ଆରମ୍ଭ ହୋଇ ଏକ୍ସପ୍ରେସୱେ ପ୍ରୟାଗରାଜର ଜୁଦାପୁର ଦାଣ୍ଡୁ ଗ୍ରାମ ନିକଟ ପର୍ଯ୍ୟନ୍ତ ଯିବ । ପୁଣି ମିରଟ, ହାପୁର, ବୁଲନ୍ଦଶାହର, ଆମରୋହା, ସମ୍ଭଲ, ବୁଦାଉନ, ଶାହାଜାହାନପୁର, ହାରଦୋଇ, ଉନ୍ନାଓ, ରାୟବରେଲି, ପ୍ରତାପଗଡ ଓ ପ୍ରୟାଗରାଜ ଦେଇ ଯିବ । ଏହି ପ୍ରକଳ୍ପ ଶେଷ ହେଲେ ଏହା ହେବ ଉତ୍ତରପ୍ରଦେଶର ଦୀର୍ଘତମ ଏକ୍ସପ୍ରେସୱେ । ଏହି ଏକ୍ସପ୍ରେସୱେ ରାଜ୍ୟର ପଶ୍ଚିମ ଏବଂ ପୂର୍ବାଞ୍ଚଳକୁ ସଂଯୋଗ କରିବ । ଶାହଜାହାନପୁରର ଏକ୍ସପ୍ରେସୱେରେ ଜରୁରୀକାଳୀନ ବିମାନ ଚଳାଚଳ ଏବଂ ଅବତରଣ କରିବାରେ ସହାୟତା ଲାଗି ୩.୫ କିଲୋମିଟର ଲମ୍ବା ଏୟାର ଷ୍ଟ୍ରିପ ମଧ୍ୟ ର୍ନିମାଣ ହେବ । ଏକ୍ସପ୍ରେସୱେରେ ଏକ ଶିଳ୍ପ କରିଡର ମଧ୍ୟ ର୍ନିମାଣ କରିବାକୁ ପ୍ରସ୍ତାବ ଦିଆଯାଇଛି ।