ନୂଆଦିଲ୍ଲୀ: କୋଭିଡ ସଙ୍କଟ ମଧ୍ୟରେ ପୁଣି ଘରେ ଘରେ ପହଞ୍ଚିବ ରୋଷେଇ ଗ୍ୟାସ । ଅଗଷ୍ଟ ୧୦ରେ ଲଞ୍ଚ ହେବାକୁ ଯାଉଛି ଉଜ୍ଜ୍ବଳା ୨.୦(ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନା) । ଏହାକୁ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କାର୍ଯ୍ୟକ୍ରମ ସମୟରେ ଉଜ୍ଜ୍ବଳା ଲାଭାର୍ଥୀଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ।
୨୦୧୬ରେ ଲଞ୍ଚ ହୋଇଥିବା ଉଜ୍ଜ୍ବଳା ୧.୦ ସମୟରେ ଗରିବ ପରିବାରର ୫ କୋଟି ମହିଳାଙ୍କୁ ଗ୍ୟାସ କନେକ୍ସନ ଉପଲବ୍ଧ କରାଇବାର ଲକ୍ଷ ରଖାଯାଇଥିଲା । ୨୦୧୮ରେ ଏହି ଯୋଜନାର ବିସ୍ତାର କରାଯାଇ ଆଉ ୭ ବର୍ଗଙ୍କୁ ଏଥିରେ କରାଯାଇଥିଲା ସାମିଲ । ଏହାସହ ୮ କୋଟି ଗ୍ୟାସ କନେକ୍ସନ ଦେବାର ରଖାଗଲା ଲକ୍ଷ୍ୟ । ୭ ମାସ ପୂର୍ବରୁ ଅଗଷ୍ଟ ୨୦୧୯ରେ ଏହି ଲକ୍ଷ୍ୟ ହାସଲ ହୋଇଥିଲା ।