ନୂଆଦିଲ୍ଲୀ: ଆଜି(ସୋମବାର) e-RUPIର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡିଜିଟାଲ ପେମେଣ୍ଟର ସମାଧାନ ପାଇଁ ଏହି e-RUPIର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଅପରାହ୍ନ ୪ଟା ୩୦ରେ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଉଦଘାଟନ ହେବ ବୋଲି ସୂଚନା ମିଳିଛି ।
ପ୍ରଧାନମନ୍ତ୍ରୀ ସବୁବେଳେ ଡିଜିଟାଲ ଲେଣ ଦେଣକୁ ବିକଶିତ କରିବା ଉପରେ ଗୁରୁତ୍ବ ଦେଇ ଆସୁଛନ୍ତି । e-RUPI ପଦକ୍ଷେପ ବର୍ଷ ବର୍ଷ ଧରି ଆରମ୍ଭ ହୋଇଥିବା ଏକ କାର୍ଯ୍ୟକ୍ରମ ଯାହା ସରକାର ଓ ହିତାଧିକାରୀଙ୍କ ମଧ୍ୟରେ ଏକ ମୂଳଦୁଆ ସୃଷ୍ଟି କରିଛି । ହିତାଧିକାରୀଙ୍କ ନିକଟରେ ପହଞ୍ଚିବା ପାଇଁ ଓ ଲକ୍ଷ୍ୟ ଧାର୍ଯ୍ୟ କରିବା ପାଇଁ ଏହି ଡିଜିଟାଲ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହାକୁ ଅଧିକରୁ ଅଧିକ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବାକୁ ଚେଷ୍ଟା କରାଯାଉଛି । ଉତ୍ତମ ଗଭର୍ଣ୍ଣାନ୍ସ ଲକ୍ଷ୍ୟକୁ ଆଗେଇ ନେଇଥାଏ । ଏହି ଇଲେକ୍ଟ୍ରୋନିକ ଭାଉଚର ଡିଜିଟାଲ ବ୍ୟବସ୍ଥାରେ ସହାୟକ ହେବ ।
ଡିଜିଟାଲ ପେମେଣ୍ଟ ପାଇଁ e-RUPI ହେଉଛି ଏକ କ୍ୟାସଲେସ ଏବଂ ବିନା ଯୋଗାଯୋଗ ଉପକରଣ । ଆପଣ ଯେଉଁଠି ଥିବେ ମଧ୍ୟ ଟଙ୍କା ପୈଠ କରିପାରିବେ । ଏହା ଏକ QR କୋଡ୍ କିମ୍ବା SMS ଷ୍ଟ୍ରିଙ୍ଗ-ଆଧାରିତ ଇ-ଭାଉଚର୍, ଯାହା ହିତାଧିକାରୀଙ୍କ ମୋବାଇଲକୁ ପଠାଯାଇଥାଏ । ଏହି ଡିଜିଟାଲ ପେମେଣ୍ଟ ବ୍ୟବସ୍ଥାରେ ବ୍ୟବହାରକାରୀ କୌଣସି କାର୍ଡ, ଜିଜିଟାଲ ପେମେଣ୍ଟ ଆପ ଅଥବା ଇଣ୍ଟରନେଟ ବ୍ୟାଙ୍କିଙ୍କ ବ୍ୟବହାର ନ କରି ଇ -ଭାଉଚର ପଠାଇ ପାରିବେ ।