ଓଡିଶା

odisha

ETV Bharat / bharat

ସମ୍ମୁଖ ଯୋଦ୍ଧାଙ୍କ ପାଇଁ କ୍ରାସ କୋର୍ସର ଶୁଭାରମ୍ଭ କରିବେ ମୋଦି - ସମ୍ମୁଖ ଯୋଦ୍ଧାଙ୍କ ପାଇଁ କ୍ରାସ କୋର୍ସ

ଆସନ୍ତାକାଲି(ଶୁକ୍ରବାର) କୋରୋନା ସମ୍ମୁଖ ଯୋଦ୍ଧାଙ୍କ ପାଇଁ କ୍ରାସ କୋର୍ସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି । ଏହି କୋର୍ସର ଉଦ୍ଦେଶ୍ୟ ପ୍ରାୟ ଏକ ଲକ୍ଷ କୋଭିଡ ଯୋଦ୍ଧାଙ୍କ ଦକ୍ଷତା ବୃଦ୍ଧି । ଅଧିକ ପଢନ୍ତୁ...

ସମ୍ମୁଖ ଯୋଦ୍ଧାଙ୍କ ପାଇଁ କ୍ରାସ କୋର୍ସର ଶୁଭାରମ୍ଭ କରିବେ ମୋଦି
ସମ୍ମୁଖ ଯୋଦ୍ଧାଙ୍କ ପାଇଁ କ୍ରାସ କୋର୍ସର ଶୁଭାରମ୍ଭ କରିବେ ମୋଦି

By

Published : Jun 17, 2021, 7:20 AM IST

ନୂଆଦିଲ୍ଲୀ: କୋରୋନା ସମ୍ମୁଖ ଯୋଦ୍ଧାଙ୍କ ପାଇଁ ଆରମ୍ଭ ହେବ କ୍ରାସ କୋର୍ସ । ଆସନ୍ତାକାଲି(ଶୁକ୍ରବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ଏହି କୋର୍ସର ଶୁଭାରମ୍ଭ କରିବେ । ଏନେଇ ବୁଧବାର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।

ଏହି କାର୍ଯ୍ୟକ୍ରମ 26ଟି ରାଜ୍ୟରେ ଥିବା 111ଟି ପ୍ରଶିକ୍ଷଣ କେନ୍ଦ୍ରରେ ଶୁଭାରମ୍ଭ କରାଯିବ । କାର୍ଯ୍ୟକ୍ରମକୁ ପିଏମ ମୋଦି ସମ୍ବୋଧିତ କରିବେ । ଏଥିରେ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ଉପସ୍ଥିତ ରହିବେ । ତେବେ ଏହି କୋର୍ସର ଉଦ୍ଦେଶ୍ୟ ପ୍ରାୟ ଏକ ଲକ୍ଷ କୋଭିଡ ଯୋଦ୍ଧାଙ୍କ ଦକ୍ଷତା ବୃଦ୍ଧି କରିବା । ଏଥିରେ ସମ୍ପୃକ୍ତ ଯୋଦ୍ଧାଙ୍କୁ ଗୃହ ଚିକିତ୍ସା ସହାୟତା, ମୌଳିକ ଚିକିତ୍ସା ସହାୟତା, ଅତ୍ୟାଧୁନିକ ଚିକିତ୍ସା ସହାୟତା, ସାମ୍ପୁଲ ସଂଗ୍ରହ ସହାୟତା, ମେଡିକାଲ ଉପକରଣ ସହାୟତା ଆଦି ପ୍ରଶିକ୍ଷଣ ଦିଆଯିବ ।

ଉଲ୍ଲେଖଯୋଗ୍ୟ, ଏହି କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ କୌଶଳ ବିକାଶ ଯୋଜନା 3.0ର ଏକ ମୁଖ୍ୟ ଉପାଦାନ ଭାବେ ପ୍ରସ୍ତୁତ କରାଯାଇଛି । ଏଥିରେ ମୋଟ 276 କୋଟି ବ୍ୟୟ କରାଯିବ ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟଳୟ ସୂଚନା ଦେଇଛି । ସ୍ବାସ୍ଥ୍ୟ କ୍ଷେତ୍ରରେ ବର୍ତ୍ତମାନ ଓ ଭବିଷ୍ୟତର ମାନବ ସମ୍ବଳ ଆବଶ୍ୟକତା ପୂରଣ ଦିଗରେ ଦକ୍ଷ ଅଣ ସ୍ବାସ୍ଥ୍ୟକର୍ମୀ ସୃଷ୍ଟି କରିବାରେ ଏହି କାର୍ଯ୍ୟକ୍ରମ ସହାୟକ ହେବ ।

ABOUT THE AUTHOR

...view details