ଓଡିଶା

odisha

ETV Bharat / bharat

ସେପ୍ଟେମ୍ବର 17ରେ ମଧ୍ୟପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ, ଏହି ପ୍ରକଳ୍ପର କରିବେ ଉଦଘାଟନ

ଆସନ୍ତା ସେପ୍ଟେମ୍ବର 17ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶ ଗସ୍ତ କରିବେ । ସେଠାରେ ସେ ଦେଶୀୟ ଚିତା ଟ୍ରାନ୍ସଲୋକେସନ ପ୍ରକଳ୍ପର ଉଦଘାଟନ କରିବେ । ଅଧିକ ପଢନ୍ତୁ

ସେପ୍ଟେମ୍ବର 17ରେ ମଧ୍ୟପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ
ସେପ୍ଟେମ୍ବର 17ରେ ମଧ୍ୟପ୍ରଦେଶ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

By

Published : Sep 7, 2022, 10:35 PM IST

ଭୋପାଳ: ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ଆଫ୍ରିକାନ ଚିତା ବାଘର ସ୍ବାଗତ ପାଇଁ ଜୋରସୋରରେ ପ୍ରସ୍ତୁତି ଆରମ୍ଭ ହୋଇଛି। ଆସନ୍ତା ସେପ୍ଟେମ୍ବର 17ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କୁନୋ ଗସ୍ତ କରିବେ । ଏ ନେଇ ମଧ୍ୟ ପ୍ରସ୍ତୁତି ଆଗେଇ ଚାଲିଛି। ମଧ୍ୟପ୍ରଦେଶର ଶୋପୁର ଜିଲ୍ଲାରେ ଦେଶୀୟ ଚିତା ଟ୍ରାନ୍ସଲୋକେସନ ପ୍ରକଳ୍ପର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ (PM Modi will inaugurate the intercontinental cheetah translocation project)। କୁନୋ ଜାତୀୟ ଉଦ୍ୟାନରେ ପାଞ୍ଚଟି ହେଲିପ୍ୟାଡ ତିଆରି କରାଯାଇଛି । ସେଥିରୁ 3ଟି ହେଲିପ୍ୟାଡ ଭିଭିଆଇପି ମାନଙ୍କ ପାଇଁ ରହିଛି । କୁନୋ ପାର୍କରେ ଚିତା ବାଘ ଆଣାଯିବା ନେଇ ବିଷେଷଜ୍ଞ ଟିମ ଦୁଇ ଦିନ ଆଗରୁ ପାର୍କର ନୀରିକ୍ଷଣ କରିଛନ୍ତି ।

ଏହି ପ୍ରକଳ୍ପ ଅଧୀନରେ କୁନୋ ଜାତୀୟ ଉଦ୍ୟାନକୁ 8ଟି ଚିତା ଆସିବେ । ନାମ୍ବିବିଆରୁ ଏହି ଚିତାଙ୍କୁ ଆଣାଯିବ। 1952 ରେ ବିଲୁପ୍ତ ହେବାର 70 ବର୍ଷ ପରେ ବଡ ବିରାଡି ପ୍ରଜାତି ପୁଣି ଭାରତକୁ ଆସିବ। ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ରାଜ୍ୟ କ୍ୟାବିନେଟରେ ଏନେଇ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର 17ରେ କୁନୋ ଜାତୀୟ ଉଦ୍ୟାନରେ ପହଞ୍ଚିବେ । ସେହିଦିନ ତାଙ୍କ ଜନ୍ମଦିନ। ସେହି ଦିନ ଦେଶୀୟ ଚିତା ଟ୍ରାନ୍ସଲୋକେସନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ । ଏହାସହ ଶୋପୁର କାରାହାର ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କୁ ସମ୍ବୋଧିତ କରିବା ନେଇ ସୂଚନା ଦେଇଛନ୍ତି ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ।

1952ରୁ ଭାରତରେ ବିଲୁପ୍ତ ଚିତା...

କୁନୋର ଚିତାକୁ ଅଣାଯିବାର ଅପେକ୍ଷା । ସୂଚନା ଥାଉ କି 1952ରୁ ଭାରତରେ ଚିତା ବିଲୁପ୍ତ ହୋଇଛି । ମଧ୍ୟପ୍ରଦେଶରେ ଚିତାକୁ ଦେଶୀୟ ଚିତା ଟ୍ରାନ୍ସଲୋକେସନ ପ୍ରକଳ୍ପ ଦ୍ବାରା ଆଣାଯାଉଥଛି। ଏହି ଚିତାକୁ ନାମ୍ବିିବିଆରୁ ଅଣାଯାଉଛନ୍ତି । ଏହାସହ ଦକ୍ଷିଣ ଆଫ୍ରିକା ଏବଂ ଭାରତ ସରକାର ମଧ୍ୟରେ ବୁଝାମଣା ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ଭାରତୟୀ ବନ ସଂସ୍ଥାର ଡିନ ବାଇବ ଝାଲା ସମସ୍ତ କାର୍ଯ୍ୟକ୍ରମ ଉପରେ ଅନୁଧ୍ୟାନ କରୁଛନ୍ତି ।

ଚିତାଙ୍କୁ କରାଯିବ ଏୟାରଲିଫ୍ଟ...

କୁହାଯାଉଛି ଯେ ଚିତାକୁ ନାମ୍ବିବିଆରୁ ମଧ୍ୟପ୍ରଦେଶକୁ ଏୟାରଲିଫ୍ଟ କରାଯିବ । ନାମ୍ବିବିଆରୁ ପ୍ରଥମେ ଗ୍ୱାୟାଲିଅର ଏବଂ ପରେ ଜାତୀୟ ରାଜପଥ ଦେଇ କୁନୋ ଜାତୀୟ ଉଦ୍ୟାନକୁ ଅଣାଯିବ । ଗ୍ୱାଲିଲିଅର୍ ଠାରୁ କୁନୋ ପର୍ଯ୍ୟନ୍ତ ଦୂରତା ପ୍ରାୟ 200 କିଲୋମିଟର । ଏହିପରି ଭାବରେ ଚିତାଙ୍କୁ ପ୍ରାୟ 8000 କିଲୋମିଟର ଦୂରତା ଅତିକ୍ରମ କରିବା ପରେ ସେପ୍ଟେମ୍ବର 17 ରେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ପହଞ୍ଚାଯିବ । ଯେଉଁଠାରେ ସେମାନେ ସେମାନଙ୍କର ନୂତନ ଠିକଣା ପାଇବେ । ଏହା ଭାରତ ପାଇଁ ଏକ ଗର୍ବର ମୁହୂର୍ତ୍ତ ହେବାକୁ ଯାଉଛି । ଦେଶ ମାଟିରେ ଚିତାବାଘର ଏକ ନୂଆ ବସତି ଆରମ୍ଭ ହେବ ଏବଂ ପ୍ରଜନନ ପରେ ସେମାନଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ। ଅନେକ ଦିନରୁ ବିଲୁପ୍ତ ଚିତା ବିଷୟରେ ଲୋକ ଅଧିକ ଅଧିକରୁ ଜାଣିବାକୁ ପାଇବେ । ଗତ ବର୍ଷ ନଭେମ୍ବରରେ ଏହି ପ୍ରକଳ୍ପର ଶୁଭାରମ୍ଭ ହେବାକୁ ଥିଲା କିନ୍ତୁ କୋଭିଡ ମହାମାରୀ ହେତୁ ଏହା ବିଳମ୍ବ ହୋଇଛି ।

ଇଟିଭି ଭାରତ

ABOUT THE AUTHOR

...view details