ଓଡିଶା

odisha

Ayushman Bharat Digital Mission: ଗୋଟିଏ ପ୍ଲାଟଫର୍ମରେ ପ୍ରତି ନାଗରିକଙ୍କୁ ମିଳିବ ଏବେ ସ୍ବାସ୍ଥ୍ୟସେବା, ଶୁଭାରମ୍ଭ କଲେ ମୋଦି

By

Published : Sep 27, 2021, 7:46 AM IST

Updated : Sep 27, 2021, 1:06 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଶୁଭାରମ୍ଭ କରିଛନ୍ତି । ପ୍ରତି ଭାରତୀୟଙ୍କୁ ମିଳିବ ସ୍ବାସ୍ଥ୍ୟ କାର୍ଡ ଯାହାଦ୍ବାରା ଘରେ ବସି ବଡ ବଡ ହସ୍ପିଟାଲର ଡାକ୍ତରଙ୍କ ଠାରୁ ପରାମର୍ଶ ନେଇପାରିବେ ରୋଗୀ । ଅଧିକ ପଢନ୍ତୁ...

Ayushman Bharat Digital Mission: ଗୋଟିଏ ପ୍ଲାଟଫର୍ମରେ ପ୍ରତି ନାଗରିକଙ୍କୁ ମିଳିବ ଏବେ ସ୍ବାସ୍ଥ୍ୟସେବା, ଶୁଭାରମ୍ଭ କଲେ ମୋଦି
Ayushman Bharat Digital Mission: ଗୋଟିଏ ପ୍ଲାଟଫର୍ମରେ ପ୍ରତି ନାଗରିକଙ୍କୁ ମିଳିବ ଏବେ ସ୍ବାସ୍ଥ୍ୟସେବା, ଶୁଭାରମ୍ଭ କଲେ ମୋଦି

ନୂଆଦିଲ୍ଲୀ:ସୋମବାର ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ଶୁଭ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହା ଜରିଆରେ ପ୍ରତି ଭାରତୀୟଙ୍କୁ ମିଳିବ ସ୍ବାସ୍ଥ୍ୟ କାର୍ଡ ଯାହାକି ଏକ ସ୍ବାସ୍ଥ୍ୟ ଖାତା ରୁପେ କାମ କରିବ । ଏହି କାର୍ଡ ସଂପୂର୍ଣ୍ଣ ଡିଜିଟାଲ ହେବ ଯାହା ଆଧାର କାର୍ଡ ପରି ଦେଖାଯିବା ସହ ଏଥିରେ ଆପଣ ଏକ ନମ୍ବର ପାଇବେ । ଏହି କାର୍ଡ ଦ୍ବାରା ଦେଶର ଯେକୌଣସି ସ୍ଥାନରେ ରହିଲେ ମଧ୍ୟ ଘରେ ବସି ବଡ ବଡ ହସ୍ପିଟାଲର ଡାକ୍ତରଙ୍କ ଠାରୁ ପରାମର୍ଶ ନେଇପାରିବେ ରୋଗୀ । ଏଥିରେ ବ୍ୟକ୍ତିଗତ ସ୍ବାସ୍ଥ୍ୟର ରେକର୍ଡ ରହିବ। ଏକ ମୋବାଇଲ ଆପ୍ଲିକେସନ ଜରିଆରେ ଏହାକୁ ଲିଙ୍କ କରାଯାଇ ଦେଖିହେବ।

Ayushman Bharat Digital Mission: ଗୋଟିଏ ପ୍ଲାଟଫର୍ମରେ ପ୍ରତି ନାଗରିକଙ୍କୁ ମିଳିବ ଏବେ ସ୍ବାସ୍ଥ୍ୟସେବା, ଶୁଭାରମ୍ଭ କଲେ ମୋଦି

3 ବର୍ଷ ପୂର୍ବେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀରେ ସମଗ୍ର ଦେଶରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ କରାଯାଇଥିଲା । ତେବେ ଆଜି ଏହାକୁ ଡିଜିଟାଲରେ ରୁପାନ୍ତରିତ କରି ଖୁସିବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ୨୦୨୦ ଅଗଷ୍ଟ ୧୫ ତାରିଖରେ ଲାଲକିଲ୍ଳାର ପ୍ରାଚୀର ଉପରୁ ପ୍ରଧାନମନ୍ତ୍ରୀ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ପାଇଲଟ ପ୍ରୋଜେକ୍ଟ ବିଷୟରେ ଘୋଷଣା କରିଥିଲେ । ସମ୍ପ୍ରତି ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଏକ ପାଇଲଟ ପ୍ରକଳ୍ପ ଭାବେ ଛ’ଟି କେନ୍ଦ୍ରଶାସିତ ଅଞ୍ଚଳରେ କାର୍ଯ୍ୟକାରୀ ହେଉଛି।

ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ବା ଏନଏଚଏ ଏହାର ପ୍ରତିଷ୍ଠାର ତୃତୀୟ ବର୍ଷ ପୂର୍ତ୍ତିପାଳନ କରିବା ଅବସରରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ଦେଶବ୍ୟାପୀ କାର୍ଯ୍ୟକାରୀ ହେବ । ଏହା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (ଏବିପିଏମ-ଜେଏୱାଇ)କୁ ତ୍ୱରାନ୍ୱିତ କରିବ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ।

ଏହି ମିଶନର ରୂପରେଖ-ଜନଧନ, ଆଧାର ଓ ମୋବାଇଲ ଅଧୀନରେ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ କେନ୍ଦ୍ର ସରକାରଙ୍କ ଆଉ ଏକ ନୂଆ ପ୍ର୍ରୟାସ । ଏହା ମାଧ୍ୟମରେ ଏକ ସିମଲେସ ଅନଲାଇନ ପ୍ଳାଟଫର୍ମ ସୃଷ୍ଟି କରାଯିବ । ଯାହା ହିତାଧିକାରୀଙ୍କୁ ବିଭିନ୍ନ ପ୍ରକାର ଡାଟା, ସୂଚନା, ଭିତ୍ତିଭୂମି, ସେବା ଯୋଗାଇଦେବ । ଏହା ମଧ୍ୟ ଡିଜିଟାଲ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥା ମଧ୍ୟରେ ଇଣ୍ଟରପୋଟେବିଲିଟ ସୁବିଧା ଯୋଗାଇଦେବ । ଏହି ପ୍ଲାଟଫର୍ମ ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବ୍ୟକ୍ତିଗତ ସୂଚନା ଓ ଅନ୍ୟ ସମସ୍ତ ତଥ୍ୟ ଗୁପ୍ତ ରଖିବ । ଏହାର ନିରାପତ୍ତା ବ୍ୟବସ୍ଥା ଓ ଗୋପନୀୟତାକୁ ସୁନିଶ୍ଚିତ କରାଯାଇଛି । ଏହି ମିଶନ ମାଧ୍ୟମରେ ହିତାଧିକାରୀଙ୍କ ବିଭିନ୍ନ ସ୍ୱାସ୍ଥ୍ୟଗତ ତଥ୍ୟାବଳୀ ରେକର୍ଡକୁ ସେମାନଙ୍କ ଅନୁମତିକ୍ରମେ ଆକସେସ କରିହେବ ।

ଏହି ମିଶନରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଶେଷତ୍ୱ ହେଲା ପ୍ରତ୍ୟେକ ନାଗରିକଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଆଇଡି ପ୍ରଦାନ କରାଯିବ । ଏହି ଆଇଡି ସେମାନଙ୍କ ସ୍ୱାସ୍ଥ୍ୟ ଆକାଉଣ୍ଟଭାବେ କାର୍ଯ୍ୟ କରିବ । ଆବଶ୍ୟକସ୍ଥଳେ ସେମାନଙ୍କ ବ୍ୟକ୍ତିଗତ ସ୍ୱାସ୍ଥ୍ୟ ବିବରଣୀକୁ ମୋବାଇଲ ଆପ୍ଲିକେଶନ ଦ୍ୱାରା ଲିଙ୍କ କରିହେବ କିମ୍ବା ଦେଖି ହେବ । ଆହୁରି ମଧ୍ୟ ଏଥିପାଇଁ ହେଲଥ କେୟାର ପ୍ରଫେସନାଲସ ରେଜିଷ୍ଟ୍ରି ଓ ସ୍ୱାସ୍ଥ୍ୟ ସୁବିଧା ରେଜିଷ୍ଟ୍ରାର ତିଆରି କରାଯିବ ଯାହା ଏ କ୍ଷେତ୍ରରେ ସବୁ ଆଧୁନିକ ଓ ପାରମ୍ପରିକ ଚିକିତ୍ସା ଏବଂ ଔଷଧ ବ୍ୟବସ୍ଥା ପ୍ରଦାନକାରୀଙ୍କର ଏକ ରିପୋଜିଟରୀଭାବେ କାମ କରିବ । ସଂକ୍ଷେପରେ ଏହି ରିପୋଜିଟରୀରେ ଚିକିତ୍ସକ, ହସ୍‌ପିଟାଲ, ଚିକିତ୍ସାସେବା ଯୋଗାଣ ସଂକ୍ରାନ୍ତ ସବୁ ତଥ୍ୟ ରହିବ ଏବଂ ଏହା ସାହାଯ୍ୟରେ ଚିକିତ୍ସା ସେବା ବ୍ୟବସ୍ଥା ଅଧିକ ବ୍ୟାପକ ତଥା ସଫଳ କରାଯାଇପାରିବ ।

ଏ ମିଶନର ଅଂଶସ୍ୱରୂପ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ସ୍ୟାଣ୍ଡବକ୍ସ ତିଆରି କରାଯାଇଛି । ଏହା ସାମଗ୍ରୀ ଓ ଟେକ୍ନୋଲୋଜି ଟେଷ୍ଟିଂର ଏକ ଢାଞ୍ଚାଭାବେ କାମ କରିବ । ଏହାଦ୍ୱାରା ଘରୋଇ କ୍ଷେତ୍ର ସମେତ ବିଭିନ୍ନ ପ୍ରତିଷ୍ଠାନ ଉପକୃତ ହେବେ । ସେମାନେ ଚାହିଁଲେ ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟମିଶନରେ ସହଜରେ ସାମିଲ ହୋଇପାରିବ । ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ ଭଳି ଏହି ମିଶନ ଏହାର ଡିଜିଟାଲ ସ୍ୱାସ୍ଥ୍ୟ ବ୍ୟବସ୍ଥା ମଧ୍ୟରେ ଏକ ବୈପ୍ଲବିକ ପରିବର୍ତ୍ତିତ ଆଣିପାରିବ । ଗୋଟିଏ କ୍ଲିକରେ ନାଗରିକ ସ୍ୱାସ୍ଥ୍ୟସେବା ସୁବିଧା ଏହା ମାଧ୍ୟମରେ ଆକସେସ କରିପାରିବେ ।

Last Updated : Sep 27, 2021, 1:06 PM IST

ABOUT THE AUTHOR

...view details