ଓଡିଶା

odisha

ETV Bharat / bharat

ଆଜି ଦେଶକୁ ୩୫ ନୂଆ ଫସଲ କିସମ ଭେଟି ଦେବେ ପ୍ରଧାନମନ୍ତ୍ରୀ - ୩୫ ନୂଆ ଶସ୍ୟ କିସମ

ଆଜି ଦେଶକୁ ୩୫ଟି ନୂଆ ଫସଲ କିସମ ଭେଟି ଦେବେ ପ୍ରଧାନମନ୍ତ୍ରୀ ମୋଦି । ଯାହା ଜଳବାୟୁ ପରିବର୍ତ୍ତନ ଏବଂ କୁପୋଷଣ ସମସ୍ୟାର ଦୂରୀକରଣ ଦିଗରେ ସହାୟକ ହେବ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ଚାଲିବ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

ଆଜି ଦେଶକୁ ୩୫ ନୂଆ ଫସଲ କିସମ ଭେଟି ଦେବେ ପ୍ରଧାନମନ୍ତ୍ରୀ
ଆଜି ଦେଶକୁ ୩୫ ନୂଆ ଫସଲ କିସମ ଭେଟି ଦେବେ ପ୍ରଧାନମନ୍ତ୍ରୀ

By

Published : Sep 28, 2021, 7:51 AM IST

ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଚାଷୀକୂଳକୁ ବଡ ଭେଟି ଦେବାକୁ ଯାଉଛନ୍ତି । ଆଜି ମୋଦି ୩୫ଟି ନୂଆ ଫସଲ କିସମକୁ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିବେ । ଏହାବ୍ୟତୀତ ପିଏମ ଦ୍ବାରା National Institute of Biotic Stress Tolerance ରାୟପୁରର ନୂଆ କ୍ୟାମ୍ପସ ମଧ୍ୟ ଲୋକାର୍ପଣ କରାଯିବ । ମଙ୍ଗଳବାର ସକାଳ ୧୧ଟା ସମୟରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହେବ ଏବଂ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ଏଥିରେ ସାମିଲେ ହେବେ ।

ଏନେଇ ପିଏମ ମୋଦି ଟ୍ବିଟ୍ କରିଛନ୍ତି, ମଙ୍ଗଳବାର ସକାଳ ୧୧ଟାରେ ଏକ ମହତ୍ତ୍ବପୂର୍ଣ୍ଣ କୃଷି କାର୍ଯ୍ୟକ୍ରମ ହେବାକୁ ଯାଉଛି । ୩୫ଟି ନୂଆ ଫସଲର ଭେରାଇଟକୁ ଦେଶ ଆଗରେ ଉପସ୍ଥାପନ କରାଯିବ । ଏହାବ୍ୟତୀତ National Institute of Biotic Stress Toleranceର ଲୋକାର୍ପଣ ମଧ୍ୟ କରାଯିବ । ଦ୍ବିତୀୟ ଟ୍ବିଟରେ ମୋଦି ସୂଚନା ଦେଇଛନ୍ତି, ଉକ୍ତ ନୂଆ ଫସଲ ମାଧ୍ୟମରେ ଜଳବାୟୁ ପରିବର୍ତ୍ତନ ଏବଂ କୁପୋଷଣ ଭଳି ଗମ୍ଭୀର ସମସ୍ୟା ଦୂର ହେବ । ଏଥିସହ ସେ କୃଷକଙ୍କ ସହ କଥା ହେବେ ବୋଲି ମଧ୍ୟ କହିଛନ୍ତି ।

କୁହାଯାଉଛି କି, ପ୍ରଧାନମନ୍ତ୍ରୀ ଦେଶକୁ ଅନେକ ପ୍ରକାର ଫସଲ ଉପହାର କରିବାକୁ ଯାଉଛନ୍ତି । ଏହି ଫସଲ ତାଲିକାରେ ଚଣାର ଏପରି ଶସ୍ୟ ରହିଛି ଯାହା ସହଜରେ ଅନାବୃଷ୍ଟି ସହ୍ୟ କରିପାରିବ । ଏହା ସଙ୍ଗେ ସଙ୍ଗେ ରୋଗ ପ୍ରତିରୋଧକ କ୍ଷମତା ବିଶିଷ୍ଟ ଧାନ ମଧ୍ୟ ପ୍ରସ୍ତୁତ କରାଯିବ । ବାଜରା, ମକା, ବକହ୍ବିଇଟ୍, ୱିଙ୍ଗି ବିନ ଏବଂ ଫାବା ବିନ୍ ଭଳି ବିଭିନ୍ନ ପ୍ରକାର ଶସ୍ୟର ଭିନ୍ନ ଭିନ୍ନ କିସମ ବି ଦେଶକୁ ମିଳିବାକୁ ଯାଉଛି ।

ଏହି ଶସ୍ୟ ବ୍ୟତୀତ ମୋଦି ଆଜି କୃଷି ବିଶ୍ବବିଦ୍ୟାଳୟଗୁଡିକୁ ଗ୍ରୀନ କ୍ୟାମ୍ପସ ଆୱାର୍ଡରେ ସମ୍ମାନିତ କରିବେ । କାର୍ଯ୍ୟକ୍ରମରେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏବଂ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ମଧ୍ୟ ଉପସ୍ଥିତ ରହିବେ ।

ABOUT THE AUTHOR

...view details