ଓଡିଶା

odisha

ETV Bharat / bharat

ଆଜି ନବନିଯୁକ୍ତ IPSଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ

ଆଜି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ନ୍ୟାସନାଲ ପୋଲିସ ଏକାଡେମୀରେ (SVPNPA) ନବନିଯୁକ୍ତ ଆଇପିଏସଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ...

By

Published : Jul 31, 2021, 7:41 AM IST

ଆଜି ନବ ନିଯୁକ୍ତ IPS ଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି VC ଯୋଗେ କାର୍ଯ୍ୟକ୍ରମ
ଆଜି ନବ ନିଯୁକ୍ତ IPS ଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି VC ଯୋଗେ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଆଜି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ନ୍ୟାସନାଲ ପୋଲିସ ଏକାଡେମୀରେ (SVPNPA) ନବନିଯୁକ୍ତ ଆଇପିଏସଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବାହ୍ନ ୧୧ଟା ସମୟରେ ଆଭାସି ଯୋଗେ ସମସ୍ତ ଯୁବ ଆଇପିଏସଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ।

କାର୍ଯ୍ଯକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ରାଜ୍ୟ ଗୃହମନ୍ତ୍ରୀ ନିତ୍ୟାନନ୍ଦ ରାୟ ଉପସ୍ଥିତ ରହିବେ । ଏହା ସହିତ ତାଲିମ କେନ୍ଦ୍ରର ନିର୍ଦ୍ଦେଶକ ଅଧିକାରୀ, କର୍ମଚାରୀ ଓ ତାଲିମପ୍ରାପ୍ତ କର୍ମଚାରୀ । ଯୁବ ଆଇପିଏସଙ୍କ ସୀମିତ ସଂଖ୍ୟକ ପରିବାର ସଦସ୍ୟ ମଧ୍ୟ ଉପସ୍ଥିତ ରହିବେ ।

ହାଇଦ୍ରାବାଦ ସ୍ଥିତ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ନ୍ୟାସନାଲ ପୋଲିସ ଏକାଡେମୀ ଦେଶର ସର୍ବ ପ୍ରଥମ ପୋଲିସ ତାଲିମ ପ୍ରତିଷ୍ଠାନ। ଏହି କେନ୍ଦ୍ରରେ ଭାରତୀୟ ପୋଲିସ ସେବାର ଅଧିକାରୀଙ୍କୁ ତାଲିମ ବିଭିନ୍ନ ବର୍ହିଭୁକ୍ତ ଓ ବିଭିନ୍ନ ଶାରୀରିକ ମାନସିକ ତାଲିମ ପ୍ରଦାନ କରାଯାଇଥାଏ । ଏହାବାଦ ଭାରତୀୟ ସମ୍ବିଧାନ ପ୍ରଦତ୍ତ ସମସ୍ତ ଆଇନ, ନୀତି, ନିୟମ ସମ୍ପର୍କରେ ଆଇପିଏସ ମାନଙ୍କୁ ଶିକ୍ଷା ପ୍ରଦାନ କରାଯାଇଥାଏ ।

ତାଲିମ ଶେଷ ପରେ ପ୍ରଶିକ୍ଷିତ ଆଇପିଏସ ମାନଙ୍କୁ ପ୍ରଧାନମନ୍ତ୍ରୀ ସମ୍ଭୋଧିତ କରିବାର ପରମ୍ପରା ରହିଆସିଛି । ଆଜିର କାର୍ଯ୍ୟକ୍ରମ ପରେ ସମସ୍ତ ଆଇପିଏସ ମାନଙ୍କୁ ନିଜ ନିଜ କ୍ୟାଡର ରାଜ୍ୟକୁ ପଠାଯିବ ।

@ANI

ABOUT THE AUTHOR

...view details