ନୂଆଦିଲ୍ଲୀ:ଆଜି (ବୁଧବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କମନୱେଲଥ (commonwealth Games) ଭାରତୀୟ କଣ୍ଟିଜେଣ୍ଟଙ୍କ ସହିତ କଥା ହେବେ । ଭିଡିଓ କନଫରେନ୍ସି ଜରିଆରେ ଖେଳାଳିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ । ଆଥଲେଟମାନଙ୍କ ସହ କଥା ହୋଇ ସେମାନଙ୍କୁ ଭଲ ପ୍ରଦର୍ଶନ କରିବା ପାଇଁ ପରାମର୍ଶ ଦେବେ ମୋଦି । ପୂର୍ବରୁ ଅଲମ୍ପିକ୍ସ ଖେଳାଳିଙ୍କ ସହ ମଧ୍ୟ ପ୍ରଧାନମନ୍ତ୍ରୀ ଏପରି କଥା ହୋଇଛନ୍ତି । ଏହା କ୍ରୀଡାବିତଙ୍କୁ ପ୍ରେରଣା ଯୋଗାଇଥାଏ ।
ପ୍ରଧାନମନ୍ତ୍ରୀଙ୍କ ଏହି ପାରସ୍ପରିକ କଥାବାର୍ତ୍ତା ପ୍ରମୁଖ କ୍ରୀଡା ଇଭେଣ୍ଟରେ ଅଂଶଗ୍ରହଣ କରିବା ପୂର୍ବରୁ ଆଥଲେଟମାନଙ୍କୁ ଉତ୍ସାହିତ କରିବା । ଏହା ତାଙ୍କର ନିରନ୍ତର ପ୍ରୟାସର ଏକ ଅଂଶ । ଗତ ବର୍ଷ ପ୍ରଧାନମନ୍ତ୍ରୀ ଟୋକିଓ 2020 ଅଲିମ୍ପିକ୍ସର ଭାରତୀୟ ଆଥଲେଙ୍କ ଓ ପାରାଲିମ୍ପିକ୍ସ ଖେଳାଳିଙ୍କ ସହ କଥା ହୋଇଥିଲେ ।