ଓଡିଶା

odisha

ETV Bharat / bharat

ଆଜି ହିମାଚଳପ୍ରଦେଶର ସ୍ବାସ୍ଥ୍ୟକର୍ମୀ ଓ ହିତାଧିକାରୀଙ୍କ ସହ ଆଲୋଚନା କରିବେ ମୋଦି - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ସଂକ୍ରମଣକୁ ମାତ ଦେବା ପାଇଁ ଦେଶରେ ଜାରି ରହିଛି ଟୀକାକରଣ । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିମାଚଳ ପ୍ରଦେଶର ସ୍ବାସ୍ଥ୍ୟକର୍ମୀ ଓ ହିତାଧିକାରୀଙ୍କ ସହ ଆଲୋଚନା କରିବେ । ଅଧିକ ପଢନ୍ତୁ...

Vaccination;ଆଜି ହିମାଚଳପ୍ରଦେଶ ସ୍ବାସ୍ଥ୍ୟକର୍ମୀ ,ହିତାଧିକାରୀଙ୍କ ସହ ଆଲୋଚନା କରିବେ ମୋଦି
Vaccination;ଆଜି ହିମାଚଳପ୍ରଦେଶ ସ୍ବାସ୍ଥ୍ୟକର୍ମୀ ,ହିତାଧିକାରୀଙ୍କ ସହ ଆଲୋଚନା କରିବେ ମୋଦି

By

Published : Sep 6, 2021, 7:02 AM IST

ନୂଆଦିଲ୍ଲୀ:ସଂକ୍ରମଣକୁ ମାତ ଦେବା ପାଇଁ ଦେଶରେ ଜାରି ରହିଛି ଟୀକାକରଣ । ଟୀକାକରଣରେ ସ୍ବାସ୍ଥକର୍ମୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ଏନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିମାଚଳ ପ୍ରଦେଶର ସ୍ବାସ୍ଥ୍ୟକର୍ମୀ ଓ ହିତାଧିକାରୀଙ୍କ ସହ ଆଲୋଚନା କରିବେ । ଏନେଇ ଦିନ ୧୧ଟା ସମୟରେ ଭିସି ଯୋଗେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ସମସ୍ତ ହିତାଧିକାରୀଙ୍କୁ କୋରୋନାର ପ୍ରଥମ ଡୋଜ ଦିଆଯାଉଛି । ସଂକ୍ରମଣ ବିରୋଧରେ ଯାହା ଏକ ମାଇଲଖୁଣ୍ଟ ତିଆରି କରିଛି । ସୋମବାର ପୂର୍ବାହ୍ନ 11 ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ରାଜ୍ୟର ଅନେକ ହିତାଧିକାରୀ ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ସହ ଆଲୋଚନା କରିବାର ସୌଭାଗ୍ଯ ମିଳିବ ବୋଲି ମୋଦି ଟ୍ବିଟ କରି ସୂଚନା ଦେଇଥିଲେ । ସେପଟେ ହିମାଚଳ ପ୍ରଦେଶରେ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ କୋରୋନାର ପ୍ରଥମ ଡୋଜ ଦିଆଯାଇଛି ଏବଂ ଟୀକାକରଣ ସଫଳତାର ସହ ଆଗେଇ ଚାଲିଛି ବୋଲି ପିଏମଓଙ୍କ କାର୍ଯ୍ୟାଳୟ ତରଫରୁ ମଧ୍ୟ କୁହାଯାଇଛି ।

ମହାମାରୀ କାଳରେ ଭୌଗଳିକ ମାନଚିତ୍ରକୁ ଦେଖି ପ୍ରାଥମିକତା ଭିତ୍ତିରେ ସଚେତନାତ ସୃଷ୍ଟି କରାଯାଉଛି । ଯେଉଁଥିରେ ସ୍ବାସ୍ଥ୍ୟକର୍ମୀମାନେ ଘର ଘର ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି । ଏହି ପ୍ରାଥମିକତା ଭିତ୍ତିରେ ବୟସ୍କ,ଶ୍ରମିକ,କାରଖାନାରେ କାମ କରୁଥିବା ଶ୍ରମିକ, ମହିଳା ଓ ଦିବ୍ୟାଙ୍ଗ ମାନଙ୍କୁ ସାମିଲ କରାଯାଇଛି । ଏଥିପାଇଁ ରାଜ୍ୟସରକାରଙ୍କ ପକ୍ଷରୁ ଏକ ସ୍ବତନ୍ତ୍ର ଅଭିଯାନ ‘ସୁରକ୍ଷା କି ୟୁକ୍ତି କୋରୋନା ସେ ମୁକ୍ତ’ ଆରମ୍ଭ କରାଯାଇଛି । ଯାହା କୋରୋନା ବିରୋଧରେ ସଚେତନ ସୃଷ୍ଟି କରିବାରେ ସହାୟକ ହେଉଛି । ତେବେ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହିମାଚଳ ପ୍ରଦେଶର ସ୍ବାସ୍ଥ୍ୟକର୍ମୀ ଓ ହିତାଧିକାରୀଙ୍କ ସହ ଆଲୋଚନା କରିବା ସମୟରେ ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଉପସ୍ଥିତ ରହିବେ ।

@ANI

ABOUT THE AUTHOR

...view details