ଓଡିଶା

odisha

ଆଜି ବାରଣାସୀରେ ଡାକ୍ତରଙ୍କ ସହ ଆଲୋଚନା କରିବେ ମୋଦି

By

Published : May 21, 2021, 10:02 AM IST

ଆଜି ପ୍ରଧାନମନ୍ତ୍ରୀ ମୋଦି ଉତ୍ତରପ୍ରଦେଶ ବାରଣାସୀରେ ଡାକ୍ତର ଓ କୋରୋନା ଯୋଦ୍ଧାଙ୍କ ସହିତ ଆଲୋଚନା କରିବେ । ଅଧିକ ପଢନ୍ତୁ...

ଆଜି ବାରଣାସୀରେ ଡାକ୍ତରଙ୍କ ସହ ଆଲୋଚନା କରିବେ ମୋଦି
ଆଜି ବାରଣାସୀରେ ଡାକ୍ତରଙ୍କ ସହ ଆଲୋଚନା କରିବେ ମୋଦି

ନୂଆଦିଲ୍ଲୀ:ଆଜି(ଶୁକ୍ରବାର) ପ୍ରଧାନମନ୍ତ୍ରୀ ମୋଦି ଡାକ୍ତର, ପାରାମେଡିକାଲ କର୍ମଚାରୀ ଓ କୋରୋନା ଯୋଦ୍ଧାଙ୍କ ସହ ଦିନ 11ଟାରେ ଆଲୋଚନା କରିବେ । ଏହି ବୈଠକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ହେବାକୁ ଥିବା ବେଳେ କୋଭିଡ ଓ ଅଣକୋଭିଡ ହସ୍ପିଟାଲର କାର୍ଯ୍ୟଶୈଳୀ ଉପରେ ଆଲୋଚନା କରାଯିବ ବୋଲି ଜଣାପଡିଛି ।

ଉତ୍ତରପ୍ରଦେଶର ବାରଣାସୀଠାରେ କୋଭିଡ ହସ୍ପିଟାଲଗୁଡିକ କିପରି କାର୍ଯ୍ୟ କରୁଛି ସେ ସମ୍ପର୍କରେ ଜାଣିବା ପାଇଁ ମୋଦି ଏହି ବୈଠକ କରିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । କିଛି ଦିନ ତଳେ DRDO ଓ ଭାରତୀୟ ଆର୍ମିଙ୍କ ମିଳିତ ଉଦ୍ୟମରେ ବାରଣାସୀଠାରେ ଖୋଲିଥିବା ପଣ୍ଡିତ ରଞ୍ଜନ ମିଶ୍ର କୋଭିଡ ହସ୍ପିଟାଲରେ ହେଉଥିବା କାର୍ଯ୍ୟଶୈଳୀ ସମ୍ପର୍କରେ ମଧ୍ୟ ଆଲୋଚନା ହେବ ବୋଲି ଜଣାପଡିଛି ।

ଏହାସହିତ ରାଜ୍ୟରେ କାର୍ଯ୍ୟ କରୁନଥିବା ଅଣକୋଭିଡ ହସ୍ପିଟାଲ ସମ୍ପର୍କରେ ମଧ୍ୟ ମୋଦି ସମୀକ୍ଷା କରିବେ । ବର୍ତ୍ତମାନ ବାରଣାସୀରେ କୋରୋନା ମହାମାରୀର ଦ୍ବିତୀୟ ଲହର ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଓ ଭବିଷ୍ୟତ ପାଇଁ ହେଉଥିବା ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ଆଲୋଚନା କରିବେ ବୋଲି ସୂଚନା ମିଳିଛି ।

@ANI

ABOUT THE AUTHOR

...view details