ଡେରାଡୁନ:ଆଜିଠୁ ଉତ୍ତରାଖଣ୍ଡର ଡେରାଡୁନରେ ଦୁଇ ଦିନିଆ ବିଶ୍ବ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଗ୍ଲୋବାଲ ସମ୍ମିଳନୀର ଉଦଘାଟନ କରିବେ । ଏହି ଅବସରରେ ଦେବଭୂମି ପାଇଁ 44କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ । ଡେରାଡୁନ ଜଙ୍ଗଲ ଗବେଷଣା ପ୍ରତିଷ୍ଠାନରେ ଏହି ସମ୍ମିଳନୀ ଆୟୋଜିତ ହେବ । ସମ୍ମିଳନୀରେ ଦେଶ ବିଦେଶର 1 ହଜାରୁ ଅଧିକ ନିବେଷକ ଓ ପ୍ରତିନିଧି ସାମିଲ ହେବେ । ସମ୍ମିଳନୀର ଉଦଘାଟନ ସହିତ ସେଠାରେ ଜନସଭାକୁ ସମ୍ବୋଧିନ କରିବେ ପ୍ରଧାନମନ୍ତ୍ରୀ ।
ବିଶ୍ବ ନିବେଶକ ସମ୍ମିଳନୀ 2023ରେ ବିଷୟବସ୍ତୁ ରହିଛି, ''ପିସ୍ ଟୁ ପ୍ରସପରିଟି'' (Peace to Prosperity) ଅର୍ଥାତ ଶାନ୍ତିରୁ ପ୍ରଗତି । ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଥିବା ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ସୂଚନା ଦେଇଛନ୍ତି । ସକାଳ 9ଟାରେ ସମ୍ମିଳନୀରେ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତ୍ତରାଖଣ୍ଡରେ ନିବେଶର ଏକ ଆକର୍ଷଣ କେନ୍ଦ୍ର କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ ହେଉଛି । ସମ୍ମିଳନୀରୁ ରାଜ୍ୟ ପାଇଁ 2.5 ଲକ୍ଷ କୋଟିର ନିବେଶ ଆସିବ ଟାର୍ଗେଟ ରଖାଯାଇଛି । ଏନେଇ ଶିଳ୍ପଗୋଷ୍ଠୀ ସହ ଏମ୍ଓୟୁ ସ୍ୱାକ୍ଷର ହୋଇଛି ।