ନୂଆଦିଲ୍ଲୀ:ଆଜି ବିପ୍ଲବୀ ଭାରତ ଗ୍ୟାଲେରୀର ଉଦଘାଟନ କରିବେ ମୋଦି । ଶହୀଦ ଦିବସ ଅବସରରେ ଆଜି ସନ୍ଧ୍ୟା 6ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଗ୍ୟାଲେରିର ଉଦଘାଟନ କରିବା ନେଇ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି ସୂଚନା ଦେଇଛନ୍ତି । ଆଜି କୋଲକାତାର ଭିକ୍ଟୋରିଆ ମେମୋରିଆଲ ହଲରେ ବିପ୍ଲବୀ ଭାରତ ଗ୍ୟାଲେରୀର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ।
ଆଜି ବିପ୍ଲବୀ ଭାରତ ଗ୍ୟାଲେରୀର ଉଦଘାଟନ କରିବେ ମୋଦି - ବିପ୍ଲବୀ ଭାରତ ଗ୍ୟାଲେରୀର ଉଦଘାଟନ କରିବେ ମୋଦି
ଆଜି ବିପ୍ଲବୀ ଭାରତ ଗ୍ୟାଲେରୀର ଉଦଘାଟନ କରିବେ ମୋଦି । ଶହୀଦ ଦିବସ ଅବସରରେ ଆଜି ସନ୍ଧ୍ୟା 6ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଗ୍ୟାଲେରିର ଉଦଘାଟନ କରିବା ନେଇ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି ସୂଚନା ଦେଇଛନ୍ତି। ଅଧିକ ପଢ଼ନ୍ତୁ
![ଆଜି ବିପ୍ଲବୀ ଭାରତ ଗ୍ୟାଲେରୀର ଉଦଘାଟନ କରିବେ ମୋଦି pm modi to inaugurate the biplobi bharat gallery at victoria memorial hall in kolkata via vc](https://etvbharatimages.akamaized.net/etvbharat/prod-images/768-512-14807660-thumbnail-3x2-mo.jpg)
ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି ସୂଚନା ଦେଇଛନ୍ତି ଯେ, "23 ମାର୍ଚ୍ଚ ହେଉଛି ଶହୀଦ ଦିବସ, ତେଣୁ ଏହା ଆମ ସମସ୍ତଙ୍କ ପାଇଁ ଏକ ବିଶେଷ ଦିନ'। ଏହି ଅବସରରେ ବୁଧବାର ସନ୍ଧ୍ୟା 6ଟା ସମୟରେ ଭିସି ମାଧ୍ୟମରେ କୋଲକାତାର ଭିକ୍ଟୋରିଆ ମେମୋରିଆଲ ହଲରେ ବିପ୍ଲବୀ ଭାରତ ଗ୍ୟାଲେରୀର ଉଦଘାଟନ କରିବେ। ଦେଶର ସ୍ବାଧୀନତା ପାଇଁ ଆମ ବୀରପୁରୁଷଙ୍କ ବଳିଦାନ ଏହି ଗ୍ୟାଲେରୀରେ ପ୍ରତିଫଳିତ ହେବ ବୋଲି ମୋଦି କହିଛନ୍ତି । ଏଥିସହ ସେ ଗ୍ୟାଲେରୀର ଫଟୋ ମଧ୍ୟ ଟ୍ବିଟର ପୋଷ୍ଟରେ ସେୟାର କରିଛନ୍ତି ।
ଏହି ଗ୍ୟାଲେରୀ ସ୍ବାଧୀନତା ସଂଗ୍ରାମୀ ତଥା ବିପ୍ଳବୀମାନଙ୍କ ଦେଶ ପ୍ରତି ଅବଦାନ ଏବଂ ବ୍ରିଟିଶ ଔପନିବେଶିକ ଶାସନ ପ୍ରତି ସେମାନଙ୍କର ସଶସ୍ତ୍ର ପ୍ରତିରୋଧ ପ୍ରଦର୍ଶନ କରିବ । ଏହି ନୂତନ ଗ୍ୟାଲେରୀ ଦେଶର ବିପ୍ଲବୀମାନଙ୍କ ଭୂମିକାକୁ ମନେ ପକାଇବ । 1947 ମସିହା ପର୍ଯ୍ୟନ୍ତ ଦେଶରେ ହୋଇଥିବା ବିପ୍ଲବ ଓ ସ୍ବାଧିନତା ସଂଗ୍ରାମୀଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକାକୁ ଏହି ଗ୍ୟାଲେରୀରେ ପ୍ରଦର୍ଶିତ ହେବ।