ବେଙ୍ଗାଲୁରୁ: ଆସନ୍ତାକାଲି(ଗୁରୁବାର) 26ତମ ଜାତୀୟ ଯୁବ ଉତ୍ସବ ଅନୁଷ୍ଠିତ ହେବ । କର୍ଣ୍ଣାଟକର ହୁବ୍ବାଲିରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ଯୁବ ଉତ୍ସବର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି । ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ବାର୍ଷିକୀ ଅବସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । କେନ୍ଦ୍ର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଆସନ୍ତା 12 ତାରିଖରୁ 16 ତାରିଖ ଯାଏ ଏହି ଉତ୍ସବ ଚାଲିବ । ଉତ୍ସବର ମୁଖ୍ୟ ବିଷୟ ବସ୍ତୁ ରହିଛି 'ବିକଶିତ ଯୁବଶକ୍ତି ବକଶିତ ଭାରତ' ।
ସ୍ବାମୀ ବିବାକନନ୍ଦଙ୍କ ନୀତି, ଆଦର୍ଶ, ଶିକ୍ଷା ଏବଂ ଅବଦାନକୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ବିବେକାନନ୍ଦଙ୍କ ଜନ୍ମ ଜୟନ୍ତୀ ଅବସରରେ ଜାତୀୟ ଯୁବ ଉତ୍ସବ ଅନୁଷ୍ଠିତ କରାଯାଏ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, (PMO) ଅନୁଯାୟୀ, ଏହି ଉତ୍ସବରେ ଯୁବଗୋଷ୍ଠୀଙ୍କୁ ସାମିଲ କରାଯିବ । ଚଳିତ ଥର ଭାରତ ଜି-20ର ଅଧ୍ୟକ୍ଷ ପଦ ଗ୍ରହଣ କରିଛି । ତେଣୁ ଏଥିରେ G-20 ଏବଂ Y-20 କାର୍ଯ୍ୟକ୍ରମ ଗୁରୁତ୍ବ ପାଇବ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବ୍ୟାପୀ ଯୁବପିଢ଼ିଙ୍କୁ ନିୟୋଜିତ କରିବାର ପ୍ରକ୍ରିୟା ଆରମ୍ଭ ହେବ ଏବଂ Y-20ର ବିଷୟ ବସ୍ତୁ ସମ୍ପର୍କରେ ଯୁବ ସମାଜକୁ ସଚେତନ କରାଯିବ ।
ଏହା ମଧ୍ୟ ପଢ଼ନ୍ତୁ:ଯୋଶୀମଠ ମାଟି ଧସିବା ଘଟଣା, ୧୯୭୬ ମସିହାରେ କରାଯାଇଥିଲା ପୂର୍ବାନୁମାନ
5 ଦିନିଆ କାର୍ଯ୍ୟକ୍ରମରେ 60ରୁ ଅଧିକ ବିଶିଷ୍ଟ ବିଶେଷଜ୍ଞ ଯୋଗ ଦେବେ ବୋଲି PMO ପକ୍ଷରୁ ସୂଚନା ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଛାତ୍ର କୈନ୍ଦ୍ରିକ ଶାସନ, ଡିଜିଟାଲ ଇଣ୍ଡିଆ ଉପରେ ଆଲୋଚନା, ଗଣତନ୍ତ୍ର ଶାସନରେ ଯୁବପିଢ଼ିଙ୍କ ଭୂମିକା, ଏକ ବିଂଶ ଶତାବ୍ଦୀର ଦକ୍ଷତା, ଜଳବାୟି ପରିବର୍ତ୍ତନ, ବିପର୍ଯୟ ହ୍ରାସ, ଶାନ୍ତି ପ୍ରତିଷ୍ଠା ଓ ବୁଝାମଣା, ସ୍ବାସ୍ଥ୍ୟ ଏବଂ ନିରାମୟ ଜୀବନ ଆଦି ପ୍ରସଙ୍ଗ ସ୍ଥାନ ପାଇଛି ।
ଏହା ମଧ୍ୟ ପଢ଼ନ୍ତୁ:ପଞ୍ଜାବରେ ପହଞ୍ଚିଲା ଭାରତ ଯୋଡ ଯାତ୍ରା, ସ୍ବର୍ଣ୍ଣ ମନ୍ଦିର ପରିଦର୍ଶନ କଲେ ରାହୁଲ
ସେହିପରି ଅନେକ ଦୁଃସାହାସିକ କ୍ରୀଡ଼ା, ବିଭିନ୍ନ ରାଜ୍ୟର ପାରମ୍ପରିକ କ୍ରୀଡ଼ା, ପ୍ରତିଯୋଗୀତା ମୂଳକ ସାଂସ୍କୃତିକ କାର୍ଯ୍ୟକ୍ରମ, ଲୋକ ସଙ୍ଗୀତ ଗାୟନ ଆଦି ସ୍ଥାନ ପାଇଛି । ଏଥିପାଇଁ ବିଭିନ୍ନ ରାଜ୍ୟର ଯୁବ କଳାକାରଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । ଜାନୁୟାରୀ 15ରେ ସକାଳ 6ଟାରୁ 8ଟା ମଧ୍ୟରେ 'ଯୋଗଥନ'ର ପରିକଳ୍ପନା କରାଯାଉଛି । ଏଥିରେ ପ୍ରାୟ 10 ଲକ୍ଷ ଲୋକଙ୍କୁ ସାମିଲ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଜାତୀୟ ସ୍ତରର କଳାକାରମାନେ 8ଟି ସ୍ବଦେଶୀ କ୍ରୀଡ଼ା ଏବଂ ସାମରିକ କଳା ପ୍ରଦର୍ଶନ କରିବେ । ଏହା ଛଡ଼ା ଏହି 5 ଦିନିଆ କାର୍ଯ୍ୟକ୍ରମରେ ସାମାଜିକ ବିକାଶ ମେଳା ଯୁବକୃତି, ଫୁଡଷ୍ଟଲ, ଦୁଃସାହାସିକ ଉତ୍ସବ, ଯୁବ କଳାକାର ଶିବିର ଆଜି ଅନୁଷ୍ଠିତ ହେବ ।