ନୂଆଦିଲ୍ଲୀ: ଆସନ୍ତାକାଲି( ମଙ୍ଗଳବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମୁଦ୍ରିକ ଭାରତ ସମ୍ମଳନୀ 2021କୁ ଉଦଘାଟନ କରିବେ । ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମ ହେବ ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ସୂଚନାଅନୁଯାୟୀ ସାମୁଦ୍ରିକ ଭାରତ ସମ୍ମିଳନୀ 2021 ମାର୍ଚ୍ଚ 2ରୁ 4 ପର୍ଯ୍ୟନ୍ତ ଚାଲିବ । ବନ୍ଦର ପରବହନ ଓ ଜଳପଥ ମନ୍ତ୍ରଣାଳୟ ଦ୍ବାରା ଭର୍ଚୁଆଲ ପ୍ଲାଟଫର୍ମରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ଏହି ସମ୍ମିଳନୀ ଆସନ୍ତା ଦଶନ୍ଧି ପାଇଁ ଭାରତ ସାମୁଦ୍ରିକ ବିଭାଗରେ ଏକ ରୋଡମ୍ୟାପ ସୃଷ୍ଟି କରିବ । ଏହା ସହିତ ସାମୁଦ୍ରିକ କ୍ଷେତ୍ରରେ ଭାରତକୁ ବିଶ୍ବ ସ୍ତରରେ ଆଗରେ ପହଞ୍ଚାଇବାକୁ କାର୍ଯ୍ୟ କରିବ ।