ନୂଆଦିଲ୍ଲୀ:ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତ ଓ ବାଙ୍ଗଲାଦେଶ ମଧ୍ୟରେ ମୈତ୍ରୀ ସେତୁର ଉଦଘାଟନ କରିବେ । ଏହା ସହିତ ତ୍ରିପୁରାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ମୋଦି । ଭିଡିଓ କମଫରେନ୍ସିଂ ଜରିଆରେ ସମସ୍ତ କାର୍ଯ୍ୟକ୍ରମ ହେବ ବୋଲି କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
ମୈତ୍ରୀ ସେତୁ ଫେନି ନଦୀ ଉପରେ ନିର୍ମାଣ ହୋଇଛି । ଯାହା ତ୍ରିପରା ରାଜ୍ୟରେ ଭାରତ ସୀମା ଓ ବାଙ୍ଗାଲାଦେଶକୁ ପ୍ରଭାବିତ ହେଉଛି । ଏହି ସେତୁର ନିର୍ମାଣ କାର୍ଯ୍ୟ ଜାତୀୟ ରାଜପଥ ଓ ଭିତ୍ତିଭୂମି ବିକାଶ ନିଗମ ଲିମିଟେଡ ଦ୍ବାରା କରାଯାଇଛି । ଏହି ସେତୁର ନିର୍ମାଣ ପାଇଁ 133 କୋଟି ବ୍ୟୟ ଅଟକଳ ହୋଇଛି ।
1.9କିଲୋମିଟର ଲମ୍ବା ଏହି ସେତୁ ଭାରତର ସାବରୁମ ସହିତ ବାଙ୍ଗଲାଦେଶର ରାମଘରକୁ ଯୋଗାଯୋଗ ସୃଷ୍ଟି କରିବ । ଏବା ଭାରତ ଓ ବାଙ୍ଗଲାଦେଶ ବାଣିଜ୍ୟ କାରବାରରେ ଲୋକଙ୍କ ମଧ୍ୟରେ ଯୋଗାଯୋଗର ମାଧ୍ୟମ ସାଜିବ । ଏହି ଉଦଘାଟନରେ ବାଙ୍ଗଲାଦେଶର ଚିତଙ୍ଗ ପୋର୍ଟରେ ତ୍ରିପୁରା ଉତ୍ତର ପୂର୍ବର ଗେଟୱେ ହେବାକୁ ଯାଉଛି । ଏହି ପ୍ରକଳ୍ପ ଭାରତ ଲ୍ୟାଣ୍ଡ ପୋର୍ଟ ଅଥରିଟି ଦ୍ବାରା କରାଯାଉଛି । ଏଥିପାଇଁ 232କୋଟି ଟଙ୍କା ବ୍ୟୟ ଅଟକଳ ହୋଇଛି ।
ମୈତ୍ରୀ ସେତୁର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମଧ୍ୟାହ୍ନ 12 ଟା ସମୟରେ ଭାରତ ଏବଂ ବାଂଲାଦେଶ ମଧ୍ୟରେ ‘ମୈତ୍ରୀ ସେତୁ’ର ଉଦଘାଟନ ସହିତ ତ୍ରିପୁରା ପାଇଁ ଅନେକ ବିକାଶମୂଳକ କାର୍ଯ୍ୟ ଉଦ୍ଘାଟନ ହେବ । ଏହି କାର୍ଯ୍ୟଗୁଡ଼ିକ ତ୍ରିପୁରାର ବିକାଶ ପଥ ଉପରେ ଏକ ସକରାତ୍ମକ ପ୍ରଭାବ ପକାଇବ ବୋଲି ଟ୍ବିଟ କରି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।
@ANI