ନୂଆଦିଲ୍ଲୀ: ଆଜି ଗୁଜୁରାଟର ସରଦାରଧାମ ଦ୍ବାରା ବିଶ୍ୱ ପଟିଦାର ବାଣିଜ୍ୟ ସମ୍ମିଳନୀ (GPBS)କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭିଡିଓ କନଫରେନ୍ସିଂ ମାଧ୍ୟମରେ ମଧ୍ୟାହ୍ନ ୧୨ଟା ସମୟରେ ଏହାକୁ ଉଦଘାଟନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏନେଇ ପ୍ରଧାନମନ୍ତ୍ରୀ ଟ୍ବିଟ କରି ସୂଚନା ପ୍ରଦାନ କରିଛନ୍ତି ।
ଆଜି GPBS ସମ୍ମିଳନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ - ବିଶ୍ୱ ପଟିଦାର ବାଣିଜ୍ୟ ସମ୍ମିଳନୀକୁ ଉଦଘାଟନ କରିବେ ମୋଦି
ଆଜି ବିଶ୍ୱ ପଟିଦାର ବାଣିଜ୍ୟ ସମ୍ମିଳନୀ (GPBS)କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅଧିକ ପଢନ୍ତୁ
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ଅନୁଯାୟୀ ପଟିଦାର ସମ୍ପ୍ରଦାୟର ସାମାଜିକ-ଅର୍ଥନୈତିକ ବିକାଶକୁ ଏକ ଉତ୍ସାହ ଯୋଗାଇବା ପାଇଁ ସରଦାରଧାମ " ମିଶନ ୨୦୨୬" ଅଧୀନରେ GPBS ଆୟୋଜନ କରୁଛନ୍ତି । ପ୍ରତି ଦୁଇ ବର୍ଷରେ ଏହି ସମ୍ମିଳନୀ ଆୟୋଜିତ ହୋଇଥାଏ । 2018 ଏବଂ ୨୦୨୦ ରେ ଗାନ୍ଧିନଗରରେ ପ୍ରଥମ ଦୁଇଟି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଏବଂ ବର୍ତ୍ତମାନ ସୁରଟରେ ଅନୁଷ୍ଠିତ ହେଉଛି । GPBS ୨୦୨୨ର ଥିମ ହେଉଛି 'ଆତ୍ମନିର୍ଭର କମ୍ୟୁନିଟିରୁ ଆତ୍ମନିର୍ଭର ଗୁଜୁରାଟ ଏବଂ ଭାରତ '(Aatmanirbhar Community to Aatmanirbhar Gujarat and India)।
PMO ଅନୁଯାୟୀ, ସମାଜର କ୍ଷୁଦ୍ର, ମଧ୍ୟମ ଏବଂ ବୃହତ ଉଦ୍ୟୋଗଗୁଡ଼ିକୁ ଏକତ୍ର କରିବାକୁ ସମ୍ମିଳନୀର ଲକ୍ଷ୍ୟ । ୨୯ ଏପ୍ରିଲରୁ ୧ ମଇ ପର୍ଯ୍ୟନ୍ତ ଆୟୋଜିତ ଏହି ତିନି ଦିନିଆ ସମ୍ମିଳନୀରେ ଅନ୍ୟଗୁଡିକ ମଧ୍ୟରେ ସରକାରୀ ଶିଳ୍ପ ନୀତିର ବିଭିନ୍ନ ଦିଗ, ଏମ୍ଏସ୍ଏମ୍ଇ, ଷ୍ଟାର୍ଟ ଅପ୍ ଆଦି ଅର୍ନ୍ତଭୁକ୍ତ ।