ଓଡିଶା

odisha

CBI Diamond Jubilee Celebrations: ସିବିଆଇର ହୀରକ ଜୟନ୍ତୀ ସମାରୋହକୁ ଉଦଘାଟନ କରିବେ ମୋଦି

By

Published : Apr 3, 2023, 11:11 AM IST

ଆଜି ନୂଆଦିଲ୍ଲୀରେ ସିବିଆଇର ହୀରକ ଜୟନ୍ତୀ ସମାରୋହକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ଅନେକ ଅଧିକାରୀଙ୍କୁ ମଧ୍ୟ ସମ୍ମାନିତ କରାଯିବ । ଅଧିକ ପଢନ୍ତୁ

CBI Diamond Jubilee Celebrations
CBI Diamond Jubilee Celebrations

ନୂଆଦିଲ୍ଲୀ:ଆଜି ସିବିଆଇର ହୀରକ ଜୟନ୍ତୀ । ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଆଦି ଦିଲ୍ଲୀରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)ର ହୀରକ ଜୟନ୍ତୀ ସମାରୋହକୁ ଉଦଘାଟନ କରିବେ । ଏନେଇ ଗତକାଲି( ରବିବାର) ପିଏମଓ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇ ସୂଚନା ଦିଆଯାଇଛି । ବିବୃତ୍ତି ଅନୁସାରେ, ଏହି କାର୍ଯ୍ୟକ୍ରମରେ ନିଜର କାର୍ଯ୍ୟଦକ୍ଷତା ପାଇଁ ରାଷ୍ଟ୍ରପତି ପଦକ ଏବଂ ସ୍ବର୍ଣ୍ଣ ପଦକ ପାଇବାରକୁ ଯୋଗ୍ୟ ବିବେଚିତ ହୋଇଥିବା ଅଧିକାରୀ ଯୋଗଦେବେ । ସେମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଦକ ଦେଇ ସମ୍ମାନିତ କରାଇବେ ।

ଏହା ମଧ୍ୟ ପଢନ୍ତୁ: ‘କଂଗ୍ରେସ ଫାଇଲ୍ସ’ ଭିଡିଓ ସିରିଜ ଜାରି କଲା ବିଜେପି, କହିଲା 70 ବର୍ଷରେ କଂଗ୍ରେସ ଲୁଟିଛି 48 ଖାରବ ସମ୍ପତ୍ତି

ସୂଚନାଅନୁସାରେ, ଆଜି(ସୋମବାର) ମଧ୍ୟାହ୍ନ ୧୨ଟା ସମୟରେ ଦିଲ୍ଲୀର ବିଜ୍ଞାନ ଭବନରେ ସିବିଆଇର ହୀରକ ସମାରୋହକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହାସହ ଭିଡିଓ କନଫେରେନ୍ସ ଜରିଆରେ ଶିଲଂ, ପୁଣେ ଏବଂ ନାଗପୁରରେ ହୋଇଥିବା ସିବିଆଇର ନବନିର୍ମିତ କାର୍ଯ୍ୟାଳୟକୁ ମଧ୍ୟ ଉଦଘାଟନ କରିବେ । ଜାରି କରାଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ, ସିବିଆଇର ହୀରକ ଜୟନ୍ତୀ ଉତ୍ସବ ପାଳନ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକ ଟିକଟ ଏବଂ ମୁଦ୍ରା ଜାରି କରିବେ । ଏହାସହ ଆଜି ଅନୁସନ୍ଧାନକାରୀ ସଂସ୍ଥାର ଟ୍ବିଟର ପେଜକୁ ମଧ୍ୟ ଜାରି କରିବେ ପ୍ରଧାନମନ୍ତ୍ରୀ । ଗତବର୍ଷ ଅକ୍ଟୋବର ମାସରେ ଇଣ୍ଟରପୋଲ ମହାସଭାରେ ସିବିଆଇ ପ୍ରଥମେ ଟ୍ବିଟର ଆରମ୍ଭ କରିଥିଲା ।

ଏହା ମଧ୍ୟ ପଢନ୍ତୁ: Conviction In Defamation Case: ଆଜି ସୁରଟ କୋର୍ଟ ଯିବେ ରାହୁଲ, ଦଣ୍ଡାଦେଶ ରଦ୍ଦ ଲାଗି ଦାଖଲ କରିବେ ପିଟିସନ

ଟ୍ବିଟରରେ ଖବର ପ୍ରଚାରିତ କରିବା ପାଇଁ ସିବିଆଇ ପକ୍ଷରୁ ଏକ ଟ୍ବିଟର ପେଜ କରାଯାଇଥିଲା । କିନ୍ତୁ ବ୍ଲୁ ଟିକ ମିଳିନଥିଲା । କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ୧୯୬୩ ମସିହା ଏପ୍ରିଲ ୧ ତାରିଖରେ ସିବିଆଇର ସ୍ଥାପନା କରିଥିଲେ । ବର୍ତ୍ତମାନ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଭାରତ ସରକାରଙ୍କ ପ୍ରମୁଖ ତଦନ୍ତକାରୀ ସଂସ୍ଥା ଅଟେ । ଆଜି ସିବିଆଇ ଦେଶର ବଡବଡ ସ୍କାମ ଏବଂ ଘୋଟାଲାର ତଦନ୍ତ କରୁଛି । ଏହାକୁ ଦେଶର ଏକ ବିଶ୍ବାସନୀୟ ଅନୁସନ୍ଧାନକାରୀ ସଂସ୍ଥା ଭାବେ ବିବେଚନା କରାଯାଇଛି । ଏହାର ମୁଖ୍ୟ କାର୍ଯ୍ୟାଳୟ ନୂଆଦିଲ୍ଲୀରେ ରହିଛି । ତଦନ୍ତ ପାଇଁ ସିବିଆଇ ପାଖରେ ଅତ୍ୟାଧୁନିକ ସୁବିଧା ଉପଲବ୍ଧ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details