ଓଡିଶା

odisha

ETV Bharat / bharat

ଆଜି ମୋଦିଙ୍କ ବାରଣାସୀ ଗସ୍ତ; 1500 କୋଟି ମୂଲ୍ୟ ପ୍ରକଳ୍ପର କରିବେ ଉଦଘାଟନ - development work

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସଂସଦୀୟ କ୍ଷେତ୍ର ବାରଣାସୀ ଗସ୍ତ କରିବେ । ସେଠାରେ 1500 କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିବେ । ଅଧିକ ପଢନ୍ତୁ...

ଆଜି ପ୍ରଧାନମନ୍ତ୍ରୀଙ୍କ ବାରାଣାସୀ ଗସ୍ତ
ଆଜି ପ୍ରଧାନମନ୍ତ୍ରୀଙ୍କ ବାରାଣାସୀ ଗସ୍ତ

By

Published : Jul 15, 2021, 7:09 AM IST

Updated : Jul 15, 2021, 7:43 AM IST

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ସଂସଦୀୟ କ୍ଷେତ୍ର ବାରଣାସୀ ଗସ୍ତ କରିବେ । ସେଠାରେ 1500 କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ କରିବେ । ଏହା ସହିତ ପୂର୍ବାହ୍ନ 11ଟାରେ ବିଭିନ୍ନ ଜନ କଲ୍ୟାଣମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ ।

ବନାରସ ବିଶ୍ବବିଦ୍ୟାଳୟ ପରିସରରେ ଥିବା ମେଡ଼ିକାଲ କଲେଜ ହସ୍ପିଟାଲରେ ୧୦୦ ଶଯ୍ୟା ବିଶିଷ୍ଟ ଏମସିଏଚ ୱିଙ୍ଗ, ଗୋଡାଉଲିଆ ଠାରେ ଏକ ବିବିଧ ସ୍ତରୀୟ ପାର୍କିଂ ବ୍ୟବସ୍ଥା, ପର୍ଯ୍ୟଟନର ବିକାଶ ପାଇଁ ଗଙ୍ଗା ନଦୀରେ ରୋ-ରୋ ଭେସେଲେ,ବାରାଣାସୀ ଗାଜିପୁର ଜାତୀୟ ରାଜପଥ ଉପରେ ଏକ ତିନି ଲେନ ବିଶିଷ୍ଟ ଫ୍ଲାଏଓଭର ସାମିଲ ହୋଇଛି । ଏହି ସମସ୍ତ ପ୍ରକଳ୍ପ ପ୍ରାୟ ୭୪୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ।

ସେହିପରି ୮୩୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଆଉ କେତେ ଗୋଟି ପ୍ରକଳ୍ପ ଓ ଜନକଲ୍ୟାଣ କାର୍ଯ୍ୟର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ । ସେଥିରେ କେନ୍ଦ୍ରୀୟ ପେଟ୍ରୋକେମିକାଲ୍‍ ଇଞ୍ଜିନିୟରିଂ ଏବଂ ପ୍ରଯୁକ୍ତି ପ୍ରତିଷ୍ଠାନ (ସିପେଟ) ସହାୟତାରେ ପ୍ରତିଷ୍ଠା ହେବାକୁ ଥିବା ଏକ କୌଶଳ ଓ ପ୍ରଯୁକ୍ତି ସହାୟକ କେନ୍ଦ୍ର, ଜଳ ଜୀବନ ମିଶନ ଅଧୀନରେ ୧୪୩ଟି ଗ୍ରାମାଞ୍ଚଳ ପ୍ରକଳ୍ପ ଓ ଆମ୍ବ ଓ ଅନ୍ୟାନ୍ୟ ପନିପରିବା ବିକ୍ରୟ ନିମନ୍ତେ କାରଖିଆନଭ ଠାରେ ନିର୍ମିତ ଏକ ସମନ୍ବିତ କେନ୍ଦ୍ର ସାମିଲ ହୋଇଛି ।

ମଧ୍ୟାହ୍ନ 12ଟା 15 ମିନିଟରେ ରୁଦ୍ରାକ୍ଷ ନାମକ ଏକ ଆନ୍ତର୍ଜାତୀୟ ସହଯୋଗ ଏବଂ ସମ୍ମିଳନୀ କେନ୍ଦ୍ରର ଉଦଘାଟନ କରିବେ ଯାହା ଜାପାନ ସରକାରଙ୍କ ସହାୟତାରେ ନିର୍ମିତ ହୋଇଛି । ଏହା ପରେ ଅପରାହ୍ନ 2ଟାରେ ବିଏଚୟୁରେ ମାତୃ ଓ ଶିଶୁ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିବେ । ସେଠାରେ ଅଧିକାରୀ ଓ କର୍ମଚାରୀଙ୍କ ସହିତ କୋଭିଡ ସଂକ୍ରମଣ ପ୍ରସ୍ତୁତି ନେଇ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି ।

@ANI

Last Updated : Jul 15, 2021, 7:43 AM IST

ABOUT THE AUTHOR

...view details