ଓଡିଶା

odisha

By

Published : Mar 18, 2022, 9:48 AM IST

ETV Bharat / bharat

ଆଜି ମାତୃଭୂମି ଶତବାର୍ଷିକୀ ସମାରୋହର ଉଦଘାଟନ କରିବେ ମୋଦି

ମାଲାୟାଲମ ଦୈନିକ ଖବରକାଗଜ 'ମାତୃଭୂମି'ର ଶତବାର୍ଷିକୀ ସମାରୋହର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଦିନ 11ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦି ସମାରୋହର ଉଦଘାଟନ କରିବା ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି । ଅଧିକ ପଢ଼ନ୍ତୁ

pm modi to inaugurate centenary year celebrations of mathrubhumi today
'ମାତୃଭୂମି' ଶତବାର୍ଷିକୀ ସମାରୋହର ଉଦଘାଟନ କରିବେ ମୋଦି

ନୂଆଦିଲ୍ଲୀ: ମାଲାୟାଲମ ଦୈନିକ ଖବରକାଗଜ 'ମାତୃଭୂମି'ର ଶତବାର୍ଷିକୀ ସମାରୋହର ଉଦଘାଟନ କରିବେ ମୋଦି । ଆଜି ଦିନ 11ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦି ସମାରୋହର ଉଦଘାଟନ କରିବା ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି । ଏହି ଅବସରରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ନିଜର ଅଭିଭାଷଣ ରଖିବେ ।

ଏହି ଅବସରରେ ବର୍ଷେ ଧରି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଯାହା ଆସନ୍ତା ମାର୍ଚ୍ଚ ୧୮, ୨୦୨୩ରେ ସମାପ୍ତ ହେବ । ସୂଚନା ଥାଉକି, 18 ମାର୍ଚ୍ଚ 1923ରେ କେରଳର ଏକ ପ୍ରମୁଖ ଖବରକାଗଜ 'ମାତୃଭୂମି'ର ଆରମ୍ଭ ହୋଇଥିଲା। ସାମାଜିକ ସଂସ୍କାର ତଥା ବିକାଶମୂଳକ କାର୍ଯ୍ୟସୂଚୀ ଓ ଜାତୀୟ ସ୍ବାର୍ଥ ପ୍ରସଙ୍ଗ ଉପରେ ଆଲୋକପାତ କରିବାରେ ଏହି ଖବରକାଗଜ ସଫଳ ହୋଇଛି । 'ମାତୃଭୂମି' ଖବରକାଗଜରେ 15ଟି ସଂସ୍କରଣ ଓ 11ଟି ପତ୍ରିକା ରହିଛି ।

ABOUT THE AUTHOR

...view details