ଓଡିଶା

odisha

ETV Bharat / bharat

୨୮ରେ ମୋଦିଙ୍କ ଆସାମ ଗସ୍ତ, ୭ଟି କ୍ୟାନସର ହସ୍ପିଟାଲର କରିବେ ଉଦଘାଟନ

ଆସନ୍ତା ୨୮ରେ ଆସାମ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏ ଅବସରରେ ଦିବ୍ରୁଗଡ(Assam's Dibrugarh)ରେ ୭ଟି କ୍ୟାନସର ହସ୍ପିଟାଲକୁ ଉଦଘାଟନ କରିବେ । ଏହାସହ ରାଜ୍ୟ ପାଇଁ ଅନ୍ୟ ୭ଟି କ୍ୟାନସର ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୋଦି । ଅଧିକ ପଢନ୍ତୁ

୨୮ରେ ମୋଦିଙ୍କ ଆସାମ ଗସ୍ତ : ୭ଟି କ୍ୟାନସର ହସପିଟାଲର କରିବେ ଉଦଘାଟନ
୨୮ରେ ମୋଦିଙ୍କ ଆସାମ ଗସ୍ତ : ୭ଟି କ୍ୟାନସର ହସପିଟାଲର କରିବେ ଉଦଘାଟନ

By

Published : Apr 25, 2022, 9:16 AM IST

ନୂଆଦିଲ୍ଲୀ: ଆସନ୍ତା ୨୮ରେ ଆସାମ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏ ଅବସରରେ ଦିବ୍ରୁଗଡ (Assam's Dibrugarh)ରେ ୭ଟି କ୍ୟାନସର ହସପିଟାଲକୁ ଉଦଘାଟନ କରିବେ । ଏହାସହ ରାଜ୍ୟ ପାଇଁ ଅନ୍ୟ ୭ଟି କ୍ୟାନସର ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୋଦି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଦିବ୍ରୁଗଡ଼ରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା(Assam Chief Minister Himanta Vishwa Sharma) ରବିବାର ଦିବ୍ରୁଗଡ଼ ଯାଇ ପ୍ରସ୍ତୁତି ପର୍ବର ସମୀକ୍ଷା କରିଛନ୍ତି । ଏକ ଟୁଇଟ୍‌ରେ ସିଏମ ବୈଠକର ଏକ ଫଟୋ ସେୟାର କରି କହିଛନ୍ତି ଯେ ଏପ୍ରିଲ୍ 28ରେ ଆସାମକୁ ଆମର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୀଙ୍କୁ ସ୍ବାଗତ କରିବାକୁ ଆମେ ସମସ୍ତେ ପ୍ରସ୍ତୁତ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ 28ରେ ଆସାମର ପ୍ରଥମେ ଦିଫୁ(Diphu ) ପରିଦର୍ଶନ କରିବେ । ଯେଉଁଠାରେ ସେ ପ୍ରଥମେ ଏକ ଦଳୀୟ ସଭାରେ ଯୋଗ ଦେବେ । ଏହାପରେ ସେ ଦିବ୍ରୁଗଡ଼ରେ ସାତୋଟି କ୍ୟାନସର ହସ୍ପିଟାଲ (cancer hospitals in Dibrugarh)ର ଉଦଘାଟନ କରିବେ । ଆସାମ ସରକାର ଓ ଟାଟା ଟ୍ରଷ୍ଟର ମିଳିତ ସହଯୋଗରେ କ୍ୟାନସର ହସ୍ପିଟାଲ ଗୁଡିକ ନିର୍ମାଣ କରାଯାଇଛି । ଯେଉଁଥିରେ 4000 କୋଟି ଟଙ୍କା ବିନିଯୋଗ ହୋଇଛି।

ଏହାସହ ମୋଦି ରାଜ୍ୟରେ ଅନ୍ୟ ସାତୋଟି କ୍ୟାନସର ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଗୌହାଟୀ ମ୍ୟୁନିସିପାଲିଟି କର୍ପୋରେସନ୍ ନିର୍ବାଚନରେ ​​ଭାରତୀୟ ଜନତା ପାର୍ଟିର ବିପୁଳ ବିଜୟ ହୋଇଛି । ପ୍ରଧାନମନ୍ତ୍ରୀ ମୋଦି ଉତ୍ତର-ପୂର୍ବ ରାଜ୍ୟ ପାଇଁ ଯାହା କରୁଛନ୍ତି ତାହାକୁ ନେଇ ଆସାମବାସୀ ବେଶ ଖୁସି ଅଛନ୍ତି । ଗୌହାଟୀ ମ୍ୟୁନିସିପାଲିଟି କର୍ପୋରେସନ୍ ନିର୍ବାଚନ(Guwahati municipal corporation election)ରେ ବିଜେପି (BJP) ଏବଂ ଏଜିପି( AGP) 60ଟି ସିଟ ମଧ୍ୟରୁ 58ଟି ପାଇଛନ୍ତି ବୋଲି କହିଛନ୍ତି ଆସାମ ସିଏମ ।

@ANI

ABOUT THE AUTHOR

...view details