ଓଡିଶା

odisha

ETV Bharat / bharat

ଆଜି ନ୍ୟାସନାଲ ଟ୍ରେନିଂ କନକ୍ଲେଭର ଉଦଘାଟନ କରିବେ ମୋଦି - ନ୍ୟାସନାଲ ଟ୍ରେନିଂ କନକ୍ଲେଭ

ଆଜି ଦିଲ୍ଲୀ ସ୍ଥିତ ପ୍ରଗତି ମୈଦାନରେ ନ୍ୟାସନାଲ ଟ୍ରେନିଂ କନକ୍ଲେଭର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି । ଅଧିକ ପଢ଼ନ୍ତୁ

national training conclave
ନ୍ୟାସନାଲ ଟ୍ରେନିଂ କନକ୍ଲେଭ

By

Published : Jun 11, 2023, 7:02 AM IST

ନୂଆଦିଲ୍ଲୀ: ଆଜି ପ୍ରଥମ ଥର ପାଇଁ ନ୍ୟାସନାଲ ଟ୍ରେନିଂ କନକ୍ଲେଭର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦିଲ୍ଲୀ ସ୍ଥିତ ପ୍ରଗତି ମୈଦାନରେ ପ୍ରଥମ ଥର ପାଇଁ ନ୍ୟାସନାଲ ଟ୍ରେନିଂ କନକ୍ଲେଭ ଆୟୋଜନ ହେବ । ଏହି ଅବସରରେ ମୋଦି ଯୋଗଦେଇ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ବୋଲି ସରକାରୀ ସ୍ତରରେ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ:PM Modi Degree Row: ମାମଲାର ପୁନଃ ବିଚାର ପାଇଁ ପିଟିସନ ଦାଖଲ କଲେ କେଜ୍ରିୱାଲ

ପ୍ରଥମ ନ୍ୟାସନାଲ ଟ୍ରେନିଂ କନକ୍ଲେଭରେ ଦେଶର ସମସ୍ତ ତାଲିମ ଏବଂ ଅନୁସନ୍ଧାନ ପ୍ରତିଷ୍ଠାନରୁ ପ୍ରାୟ ୧୫୦୦ରୁ ଅଧିକ ପ୍ରତିନିଧୀ ସାମିଲ ହେବେ । ଏକ ସରକାରୀ ବିବୃତ୍ତିରେ କୁହାଯାଇଛି ଯେ, ପ୍ରଧାନମନ୍ତ୍ରୀ ଶାସନ ପ୍ରକ୍ରିୟା ଏବଂ ନୀତିରେ ସୁଧାର ଆଣିବାକୁ ଚାହୁଁଛନ୍ତି । ଏଥିପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ମିଶନ କର୍ମଯୋଗୀ ଆରମ୍ଭ କରାଯାଇଛି । ନୀତି ଓ ଶାସନରେ ସୁଧାର ନିମନ୍ତେ, ପ୍ରଶାସନିକ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯିବା ଆବଶ୍ୟକ । ଏଥିସହ ସେମାନଙ୍କ ଦକ୍ଷତାକୁ ଆହୁରି ଉନ୍ନତ କରାଯାଇ ପାରିବ । ପ୍ରଶାସନିକ ସେବା ତାଲିମ ପ୍ରତିଷ୍ଠାନ ଗୁଡ଼ିକ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହିତ କରିବା ଏବଂ ସାରା ଦେଶରେ ପ୍ରଶାସନିକ କର୍ମଚାରୀଙ୍କ ପାଇଁ ତାଲିମ ଭିତ୍ତିଭୂମିକୁ ସୁଦୃଢ କରିବା ନ୍ୟାସନାଲ ଟ୍ରେନିଂ କନକ୍ଲେଭ ମୂଳ ଉଦ୍ଦେଶ୍ୟ ଅଟେ । ତେବେ କେନ୍ଦ୍ର ସରକାରଙ୍କ ଦକ୍ଷତା ବିକାଶ ଆୟୋଗ ଦ୍ବାରା ନ୍ୟାସନାଲ ଟ୍ରେନିଂ କନକ୍ଲେଭ ଆୟୋଜିତ ହେଉଛି ।

ଏହା ମଧ୍ୟ ପଢ଼ନ୍ତୁ:ମୋଦିଙ୍କୁ ପସନ୍ଦ କିମ୍ବା ନାପସନ୍ଦ କରିପାର, କିନ୍ତୁ ଅପଶବ୍ଦ ବ୍ୟବହାର କରନି: ଗୁଜୁରାଟ ହାଇକୋର୍ଟ

ଏହି କନକ୍ଲେଭରେ ବିଭିନ୍ନ ତାଲିମ ପ୍ରତିଷ୍ଠାନର ୧୫୦୦ ପ୍ରତିନିଧି ଅଂଶଗ୍ରହଣ କରିବେ । ଏହି କନକ୍ଲେଭରେ କେନ୍ଦ୍ରୀୟ ତାଲିମ ପ୍ରତିଷ୍ଠାନ ସଂସ୍ଥା, ରାଜ୍ୟ ପ୍ରଶାସନିକ ତାଲିମ ପ୍ରତିଷ୍ଠାନ, ଆଞ୍ଚଳିକ ତାଲିମ ପ୍ରତିଷ୍ଠାନ ଏବଂ ଅନୁସନ୍ଧାନ ପ୍ରତିଷ୍ଠାନ ମଧ୍ୟ ସାମିଲ ହେବେ । ଏଥିସହ କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ବିଭାଗରେ କାର୍ଯ୍ୟରତ ପ୍ରଶାସନିକ କର୍ମଚାରୀ, ରାଜ୍ୟ ସରକାରଙ୍କ ପ୍ରଶାସନିକ ଅଧିକାରୀ, ସ୍ଥାନୀୟ ପ୍ରଶାସନ କର୍ମଚାରୀ ତଥା ବେସରକାରୀ କ୍ଷେତ୍ରର ବିଶେଷଜ୍ଞମାନେ ବିଭିନ୍ନ ବିଚାର ବିମର୍ଶରେ ଭାଗ ନେବେ । ଏହି ଅବସରରେ ଉପଲବ୍ଧୀ ଓ ସୁଯୋଗ ଉପରେ ଆଲୋଚନା କରାଯିବ । ଅନୁଷ୍ଠିତ କନକ୍ଲେଭରେ ୮ଟି ପ୍ୟାନେଲ ଆଲୋଚନା ହେବ । ଯେଉଁଥିରେ ପ୍ରତ୍ୟେକ ପ୍ରଶାସନିକ ସେବା ପ୍ରଶିକ୍ଷଣ ସହିତ ଜଡ଼ିତ ପ୍ରମୁଖ ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା ହେବ । ବିଭିନ୍ନ ଆଲୋଚନାର ବିଷୟ ମଧ୍ୟ ଭିନ୍ନ ରହିବ ।

ABOUT THE AUTHOR

...view details