ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi) ଆଜି (ଶନିବାର) ପୂର୍ବାହ୍ନ ୧୦ ଟାରେ ବିଜ୍ଞାନ ଭବନ, ନୂଆଦିଲ୍ଲୀରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିମାନଙ୍କ ସଂଯୁକ୍ତ ସମ୍ମିଳନୀ (Joint Conference of Chief Ministers of States and Chief Justices of High Courts at Vigyan Bhawan)କୁ ଉଦଘାଟନୀ କରିବେ ।
ଏହି ସଂଯୁକ୍ତ ସମ୍ମିଳନୀକୁ କାର୍ଯ୍ୟପାଳିକା ଓ ନ୍ୟାୟପାଳିକାକୁ ଗୋଟିଏ ମଞ୍ଚକୁ ଆଣିବାର ଉଦ୍ୟମ ସମ୍ପର୍କରେ ଗଭୀର ଆଲୋଚନା ହେବ। ସମ୍ମିଳନୀରେ ସରଳ ଓ ସୁବିଧାଜନକ ଭାବେ ନ୍ୟାୟ ପ୍ରଦାନର ରୂପରେଖ ସୃଷ୍ଟି ହୋଇପାରିବା ସହ ନ୍ୟାୟ ପ୍ରଣାଳୀ ଭୋଗୁଥିବା ସମସ୍ୟାର ମୁକାବିଲା ପାଇଁ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ଆଲୋଚନା ହେବ ।