ନୂଆଦିଲ୍ଲୀ:ଆସନ୍ତାକାଲିଠୁ (ଶନିବାର) ଜାତୀୟ ରାଜଧାନୀ ଦିଲ୍ଲୀରେ ଦୁଇଦିନ ଧରି ଜି20 ସମ୍ମିଳନୀ ଅନୁଷ୍ଠିତ ହେବ । ଏନେଇ ଭାରତରେ କିଛି ବିଶ୍ବ ନେତାଙ୍କ ସମେତ ବିଶିଷ୍ଟ ବ୍ୟକ୍ତିବିଶେଷ ପହଞ୍ଚି ସାରିଥିବା ବେଳେ କିଛି ଭାରତ ଅଭିମୁଖେ ବାହାରି ସାରିଛନ୍ତି । ଆସନ୍ତା ସେପ୍ଟେମ୍ବର 9 ତାରିଖ ଓ 10 ତାରିଖରେ 15 ବିଶ୍ବନେତାଙ୍କୁ ନେଇ ଜି20 ସମ୍ମିଳନୀ ଅନୁଷ୍ଠିତ ହେବ । ଏହି ଦୁଇ ଦିନରେ ଅନେକ ବିଶ୍ବନେତାଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଦ୍ବିପାକ୍ଷିକ ଆଲୋଚନା ନେଇ କାର୍ଯ୍ୟକ୍ରମ ସ୍ଥିର ହୋଇଛି । 2 ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 15ଜଣ ବିଶ୍ବନେତାଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି । ଆଜିଠୁ ଏହି ବୈଠକ ଆରମ୍ଭ ହେବ ।
ବିଶ୍ବନେତାଙ୍କ ସହ ଦ୍ବିପାକ୍ଷିକ ଆଲୋଚନା:ଜି20 ସମ୍ମିଳନୀ ଅବସରରେ 15ରୁ ଉର୍ଦ୍ଧ୍ବ ରାଷ୍ଟ୍ରମୁଖ୍ୟଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ । ଆଜିଠୁ ବିଶ୍ବନେତାଙ୍କ ସହ ବୈଠକ ଆରମ୍ଭ ହେବ । ଆଜି ପ୍ରଧାନମନ୍ତ୍ରୀ ମୋଦି ମରିସସ, ବାଂଲାଦେଶ ଓ ଆମେରିକୀୟ ନେତାଙ୍କ ସହ ଆଲୋଚନା କରିବେ । ପୂର୍ବରୁ ଆଜି କେବଳ ମୋଦି ବାଇଡେନ ଦ୍ବିପାକ୍ଷିକ ଆଲୋଚନା ହେବାର ଥିଲା ମାତ୍ର ଏହା ସହିତ ବାଂଲାଦେଶ ଓ ମରିସସ ବିଶ୍ବନେତା ସାମିଲ ହୋଇଛନ୍ତି । ଆସନ୍ତାକାଲି (ଶନିବାର) ଜି20 ସମ୍ମିଳନୀ ପ୍ରଥମ ଦିନରେ ୟୁକେ, ଜାପାନ, ଜର୍ମାନୀ, ଇଟାଲୀ ନେତାଙ୍କ ସହ ଦ୍ବିପାକ୍ଷିକ ଆଲୋଚନା କରିବେ । 10 ତାରିଖରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ବୈଠକ । ଏହାବାଦ କାନାଡା, ୟୁଏଇ, ତୁର୍କୀ, ଦକ୍ଷିଣ କୋରିଆ, ନିଗରିଆ, ବ୍ରାଜିଲ ସହ ମଧ୍ୟ ଦ୍ବିପାକ୍ଷିକ ଆଲୋଚନା କରିବେ ମୋଦି । ବୈଠକରେ ବିଶେଷ କରି ଜଳବାୟୁ ପରିବର୍ତ୍ତନ, ବିଶ୍ବସ୍ତରୀୟ ସମସ୍ୟା, ସୁରକ୍ଷା, ପ୍ରଯୁକ୍ତି ଭଳି ପ୍ରସଙ୍ଗ ଉପରେ ଗୁରୁତ୍ବ ଦିଆଯିବ ।
ଏହା ବି ପଢନ୍ତୁ...G20 summit: ଆଜି ପହଞ୍ଚିବେ ବାଇଡେନ-ସୁନକ, ସ୍ବାଗତ ପାଇଁ ସଜେଇ ହୋଇଛି ଦିଲ୍ଲୀ