ଓଡିଶା

odisha

ETV Bharat / bharat

ଆଜିଠୁ ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ପ୍ରଧାନମନ୍ତ୍ରୀ - ଆଜିଠୁ ଦୁଇ ଦିନିଆ ବାଙ୍ଗଲାଦେଶ ଗସ୍ତରେ ମୋଦି

ଆଜିଠୁ ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋରୋନା କାଳରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ବିଦେଶ ଗସ୍ତ । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ମୋଦି
ପ୍ରଧାନମନ୍ତ୍ରୀ ମୋଦି

By

Published : Mar 26, 2021, 7:49 AM IST

Updated : Mar 26, 2021, 8:46 AM IST

ନୂଆଦିଲ୍ଲୀ: ଆଜିଠୁ ଦୁଇ ଦିନିଆ ବାଂଲାଦେଶ ଗସ୍ତରେ ଗଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋରୋନା କାଳରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ବିଦେଶ ଗସ୍ତ ।

ସମୟ 7ଟା 45ରେ ଦିଲ୍ଲୀରୁ ବାଂଲାଦେଶ ଅଭିମୁଖେ ବାହାରିଛନ୍ତି ମୋଦି । ସମୟ 10ଟାରେ ଢାକାରେ ପହଞ୍ଚି 10ଟା 45 ମିନିଟରେ ଜାତୀୟ ସହିଦ ସ୍ମାରକୀ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହା ପରେ ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଏକେ ଅବଦୁଲ ମୋମେନଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ମୋଦି ।

ଏହା ପରେ 3ଟା 45ରେ ଜାତୀୟ ଦିବସ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେଠାରେ ସେ ସଂନ୍ଧ୍ୟା 7ଟା 45ରେ ବାପୁ ବଙ୍ଗବନ୍ଦୁ ଡିଜିଟାଲ ଭିଡିଓ ସମ୍ମିଳନୀକୁ ଉଦଘାଟନ କରିବେ । ଏହା ପରେ ମୋଦି ବାଂଲାଦେଶର ପ୍ରଧାନମନ୍ତ୍ରୀ ସେଖ ହାସିନାଙ୍କ ସହିତ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିବେ ।

ବାଂଲାଦେଶ ସହିତ ଆମର ସହଭାଗୀତା ଆମର ପଡ଼ୋଶୀ ପ୍ରଥମ ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ, ଏବଂ ଆମେ ଏହାକୁ ଆହୁରି ଗଭୀର ଏବଂ ବିବିଧ କରିବାକୁ ପ୍ରତିବଦ୍ଧ । ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ନେତୃତ୍ୱରେ ଆମେ ବାଂଲାଦେଶର ଉଲ୍ଲେଖନୀୟ ବିକାଶ ଯାତ୍ରାକୁ ସମର୍ଥନ କରିବା ଜାରି ରଖିବୁ ବୋଲି ଟ୍ବିଟ କରି କହିଛନ୍ତି ମୋଦି ।

ସେ ଆହୁରି କହିଛନ୍ତି, ମୁଁ ବାଂଲାଦେଶ ଗସ୍ତ କରି ବାଂଲାଦେଶ ଜାତିର ପିତା ଶେଖ ମୁଜିବୁର ରେହମାନଙ୍କ ଜୀବନ ଏବଂ ଆଦର୍ଶକୁ ମନେ ପକାଇବି । ଶେଖ ମୁଜିବୁର ରେହମାନ ଜଣେ ବରିଷ୍ଠ ନେତା । ତାଙ୍କ ନୀତି ଆଦର୍ଶ ସବୁବେଳେ ଅନେକଙ୍କୁ ଅନୁପ୍ରାଣିତ କରିଛି ।

ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ କେବଳ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ନୁହେଁ ବରଂ ଭାରତ ଓ ବାଂଲାଦେଶ ମଧ୍ୟରେ ଅର୍ଥନୈତିକ ସମ୍ପର୍କ କିପରି ସୃଦୁଢ ହେବ ସେ ନେଇ ମଧ୍ୟ ଆଲୋଚନା କରିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

@ANI

Last Updated : Mar 26, 2021, 8:46 AM IST

ABOUT THE AUTHOR

...view details