ନୂଆଦିଲ୍ଲୀ: ନୂଆବର୍ଷ 2022ରେ ବିଦେଶ ଗସ୍ତ କରିବାକୁ ଯୋଜନା ରଖିଛନ୍ତି ପ୍ରଧାନମନ୍ତ୍ରୀ । ୨୦୨୨ ଜାନୁଆରୀ ୬ରେ ସଂଯୁକ୍ତ ଆରବ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ । ନୂଆବର୍ଷରେ ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ବିଦେଶ ଗସ୍ତ ହେବ (PM Modi to embark on his first foreign visit in New Year to UAE )। ଏ ବାବଦରେ କାର୍ଯ୍ୟାଳୟ ପକ୍ଷରୁ କିଛି ସୂଚନା ମିଳି ନାହିଁ ।
ଦୁଇ ଦେଶ ନିଜର କୂଟନୈତିକ ସମ୍ପର୍କର ୫୦ ବର୍ଷ ପୂରଣ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ୟୁଏଇ ଗସ୍ତରେ ଯିବେ । ଦୁବାଇ ଏକ୍ସ ପୋରେ ଆୟୋଜିତ ଭାରତୀୟ ପାଭିଲିୟନରେ ପ୍ରଧାନମନ୍ତ୍ରୀ ଯୋଗ ଦେଇପାରନ୍ତି ବୋଲି ସୂଚନା ମିଳିଛି । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ରହିବ ଦୁଇ ଦେଶ ମଧ୍ୟରେ ବାଣିଜ୍ୟକ ଚୁକ୍ତିନାମା ଏବଂ ଅନ୍ୟାନ୍ୟ ଆଞ୍ଚଳିକ ତଥା ବିଶ୍ବ ସ୍ତରୀୟ ପ୍ରସଙ୍ଗ । ବାଣିଜ୍ୟିକ ସମ୍ପର୍କକୁ ସୁଦୃଢ କରିବା ବ୍ୟତୀତ ଭାରତ ଏବଂ ୟୁଏଇ ମଧ୍ୟ ଏକ ଦୃଢ ରଣନୀତି ଭାଗିଦାରୀ ଗଢିଛନ୍ତି ଯାହା ଗତ କିଛି ବର୍ଷ ମଧ୍ୟରେ ଏକ ଅତୁଳନୀୟ ଅଭିବୃଦ୍ଧି ଆଣିଛି ।