ନୂଆଦିଲ୍ଲୀ:ମହାରାଷ୍ଟ୍ର ଥାଣେ ଓ ଦିବାକୁ ସଂଯୋଗ କରୁଥିବା ଦୁଇଟି ରେଳପଥକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି (ଶୁକ୍ରବାର) ଅପରାହ୍ନ ୪ ଟା ୩୦ ମିନିଟରେ ଭିଡିଓ କନଫରେନ୍ସିଂ ଯୋଗେ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଏହାସହ ଆୟୋଜିତ ଏକ କାର୍ଯ୍ୟକ୍ରମକୁ ମଧ୍ୟ ସମ୍ବୋଧନ କରିବେ ।
କେନ୍ଦ୍ରୀୟ ରେଳବାଇ (Central Railway) ରେ କଲ୍ୟାଣ ହେଉଛି ମୁଖ୍ୟ ଜଙ୍କସନ । ଦେଶର ଉତ୍ତର ଓ ଦକ୍ଷିଣ ପାର୍ଶ୍ବରୁ ଆସୁଥିବା ଯାନବାହାନ କଲ୍ୟାଣଠାରେ ଏକତ୍ରିତ ହୋଇ ସେଠାରୁ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାଲ (Chhatrapati Shivaji Maharaj Terminus) ଯାଇଥାଆନ୍ତି । କଲ୍ୟାଣ ଓ ସିଏଫଏମଟି ମଧ୍ୟରେ ଥିବା ଚାରୋଟି ରେଳ ପଥ ମଧ୍ୟରୁ ଦୁଇଟି ମନ୍ଥର ଗତିରେ ଯାଉଥିବା ସ୍ଥାନୀୟ ଟ୍ରେନ ପାଇଁ ବ୍ୟବହୃତ ହେଉଥିବାବେଳେ ଅନ୍ୟ ଦୁଇଟି ଟ୍ରାକରେ ଦୃତ ଗତିଶୀଳ ସ୍ଥାନୀୟ ଟ୍ରେନ, ମେଲ ଏକ୍ସପ୍ରେସ ଓ ମାଲବାହୀ ଟ୍ରେନ ଯାତାୟତ କରିଥାନ୍ତି । ସହର ଉପକଣ୍ଠ ଓ ଦୂରଗାମୀ ଟ୍ରେନ ଅଲଗା ଅଲଗା ଯାତାୟତ ନିମନ୍ତେ ଦୁଇଟି ଅତିରିକ୍ତ ଟ୍ରାକର ଯୋଜନା କରାଯାଇଛି ।