ଓଡିଶା

odisha

ETV Bharat / bharat

ଆଜି UNSC ବୈଠକର ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ମୋଦି - ଜାତିସଂଘ ସୁରକ୍ଷା ପରିଷଦ

ଆଜି ସୁରକ୍ଷା ପରିଷଦର ଅଧ୍ୟକ୍ଷତା କରିବା ସହ ବାର୍ତ୍ତା ରଖିବେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ...

ଆସନ୍ତାକାଲି UNSC ବୈଠକର ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ମୋଦି
ଆସନ୍ତାକାଲି UNSC ବୈଠକର ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ମୋଦି

By

Published : Aug 8, 2021, 9:26 PM IST

Updated : Aug 9, 2021, 6:30 AM IST

ନୂଆଦିଲ୍ଲୀ: ଏଥର ଭାରତ ସଭାପତିତ୍ବ କରୁଥିବା ଜାତିସଂଘ ସୁରକ୍ଷା ପରିଷଦ(UNSC)ର ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି(ସୋମବାର) ସୁରକ୍ଷା ପରିଷଦର ଅଧ୍ୟକ୍ଷତା କରିବା ସହ ବାର୍ତ୍ତା ରଖିବେ ପ୍ରଧାନମନ୍ତ୍ରୀ । ସମୁଦ୍ର ସୁରକ୍ଷା ଉପରେ ହେବ ଆଲୋଚନା । ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାତିସଂଘ ସୁରକ୍ଷା ପରିଷଦର ଉଚ୍ଚସ୍ତରୀୟ ବିତର୍କର ଅଧ୍ୟକ୍ଷତା କରିବେ। ବୈଦେଶିକ ମନ୍ତ୍ରଣାଳୟ ରବିବାର ଏହି ସୂଚନା ଦେଇଛି।

ସୁରକ୍ଷା ପରିଷଦରେ ବିତର୍କ ଏପରି ଏକ ସମୟରେ ହେଉଛି ଯେତେବେଳେ ଭାରତୀୟ ନୌସେନା ଦକ୍ଷିଣ ଚୀନ ସାଗର, ପଶ୍ଚିମ ପ୍ରଶାନ୍ତ ମହାସାଗରୀୟ ଏବଂ ଦକ୍ଷିଣ ପୂର୍ବ ଏସିଆ ସମୁଦ୍ର କ୍ଷେତ୍ରରେ ସାମୁଦ୍ରିକ ଯୁଦ୍ଧ ଜାହାଜକୁ ନିୟୋଜିତ କରିଛି । ମହତ୍ବପୂର୍ଣ୍ଣ ସମୁଦ୍ରକ୍ଷେତ୍ରରେ ରଣନୈତିକ ରୂପରେ ନିଜ ସ୍ଥିତି ମଜବୁତ କରିବା ରହିଛି ଉଦ୍ଦେଶ୍ୟ ।

ଯୁଦ୍ଧ ଜାହାଜଗୁଡିକ ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଜାପାନ, ଅଷ୍ଟ୍ରେଲିଆ, ଆମେରିକାର ନୌସେନା ସହିତ ମାଲାବାର ଯୁଦ୍ଧାଭ୍ୟାସର ପରବର୍ତ୍ତୀ ସଂସ୍କରଣରେ ଅଂଶଗ୍ରହଣ କରିବେ । ସମୁଦ୍ରରେ ଚୀନର ଘେରାବନ୍ଦୀ ପାଇଁ ମାଲବାର ଯୁଦ୍ଧାଭ୍ୟାସର ଲକ୍ଷ୍ୟ । ଦୀର୍ଘ ୭୫ ବର୍ଷ ମଧ୍ୟରେ ଏହା ପ୍ରଥମ ଅବସର, ଯେବେ କୌଣସି ଭାରତୀୟ ପ୍ରଧାନମନ୍ତ୍ରୀ ଜାତିସଂଘର ୧୫ ସଦସ୍ୟ ସଂଗଠନର କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା କରିବେ ।

ରକ୍ଷା ପରିଷଦରେ ଏହା ଭାରତର ଅଷ୍ଟମ କାର୍ଯ୍ୟକାଳ । ନରେନ୍ଦ୍ର ମୋଦି ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ଏହାର ଅଧ୍ୟକ୍ଷତା କରିବେ । ଏହା ପୂର୍ବରୁ ୧୯୯୨ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ ସୁରକ୍ଷା ପରିଷଦ ବୈଠକରେ ସାମିଲ ହୋଇଥିଲେ । ଯଦିଓ ଏହା ଭର୍ଚୁଆଲ ବୈଠକ ହେବ ତଥାପି ଭାରତ ପାଇଁ ଐତିହାସିକ ଦିନ କୁହାଯାଇପାରେ ।

ଜାତିସଂଘ ସୁରକ୍ଷା ପରିଷଦରେ ୧୫ ଦେଶ ସାମିଲ ଅଛନ୍ତି । ଏଥିରେ ୫ ସ୍ଥାୟୀ ଓ ୧୦ ଅସ୍ଥାୟୀ ସଂଦସ୍ୟ ଅଛନ୍ତି । ସ୍ଥାୟୀ ଦେଶଗୁଡିକ ମଧ୍ୟରେ ଚୀନ, ଫ୍ରାନ୍ସ, ଋଷ, ବ୍ରିଟେନ ଓ ଆମେରିକା ରହିଥିବାବେଳେ ଭାରତ ଅସ୍ଥାୟୀ ସଦସ୍ୟ ମଧ୍ୟରେ ରହିଛି ।

Last Updated : Aug 9, 2021, 6:30 AM IST

ABOUT THE AUTHOR

...view details