ନୂଆଦିଲ୍ଲୀ: ଆଜି କେନ୍ଦ୍ର ମନ୍ତ୍ରୀ ପରିଷଦର ବୈଠକ ବସିବ । ଯେଉଁଥିରେ ଅଧକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଠକରେ କୋଭିଡ ସ୍ଥିତି ନେଇ ଆଲୋଚନା ହେବାର ସୂଚନା ମିଳିଛି । ଆଜି (ବୁଧବାର) ସଂନ୍ଧ୍ୟାରେ ଭର୍ଚୁଆଲ ଜରିଆରେ ଅନୁଷ୍ଠିତ ହେବ ଏହି ଆଲୋଚନା ।
ବୈଠକରେ ସଡକ ଏବଂ ପରିବହନ ମନ୍ତ୍ରଣାଳୟ ଏବଂ ବେସାମରିକ ବିମାନ ଚଳାଚଳ ଏବଂ ଟେଲିକମ୍ ମନ୍ତ୍ରଣାଳୟ ଦ୍ବାରା କରାଯାଇଥିବା କାର୍ଯ୍ୟର ସମୀକ୍ଷା କରାଯିବା ନେଇ ସୂତ୍ରରୁ ସୂଚନା ମିଳିଛି । ଏହି ସହିତ କୋରୋନା ପରିସ୍ଥିତି ଉପରେ ଏକ ବ୍ୟାପକ ଆଲୋଚନା ହେବାର ସମ୍ଭାବନା ରହିଛି ।