ଓଡିଶା

odisha

ETV Bharat / bharat

ବାଇଡେନଙ୍କ ସହ ଭେଟଘାଟ, କ୍ବାଡରେ ଆତଙ୍କବାଦକୁ କାଉଣ୍ଟର; ଜାଣନ୍ତୁ ମୋଦିଙ୍କ ଆମେରିକା ଯାତ୍ରା କାର୍ଯ୍ୟକ୍ରମ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

କୋରୋନା ସଙ୍କଟ କାରଣରୁ ଦୀର୍ଘ 6 ମାସ ପରେ ବୁଧବାର ବିଦେଶ ଯାତ୍ରା କରିବେ ପ୍ରଧାନମନ୍ତ୍ରୀ । ଆମେରିକା ଯାତ୍ରାରେ ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟାକ୍‌ ଟୁ ବ୍ୟାକ୍‌ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ । ଅଧିକ ପଢନ୍ତୁ...

ବାଇଡେନଙ୍କ ସହ ଭେଟଘାଟ, କ୍ବାଡରେ ଆତଙ୍କବାଦକୁ କାଉଣ୍ଟର; ଜାଣନ୍ତୁ ମୋଦିଙ୍କ ଆମେରିକା ଯାତ୍ରାର କାର୍ଯ୍ୟକ୍ରମ
ବାଇଡେନଙ୍କ ସହ ଭେଟଘାଟ, କ୍ବାଡରେ ଆତଙ୍କବାଦକୁ କାଉଣ୍ଟର; ଜାଣନ୍ତୁ ମୋଦିଙ୍କ ଆମେରିକା ଯାତ୍ରାର କାର୍ଯ୍ୟକ୍ରମ

By

Published : Sep 21, 2021, 6:03 PM IST

ନୂଆଦିଲ୍ଲୀ:ବାଇଡେନଙ୍କ ସହ ହେବ ଭେଟଘାଟ । କ୍ବାଡରେ କ୍ଷେତ୍ରୀୟ ଶାନ୍ତିରୁ ନେଇ କୋରୋନା, ଆତଙ୍କବାଦ ଓ ଆଫଗାନିସ୍ତାନ ଉପରେ ହେବ ଉଚ୍ଚସ୍ତରୀୟ ଆଲୋଚନା । ଆମେରିକାରେ ଏଭଳି ସ୍ଥିର ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟାକ୍‌ ଟୁ ବ୍ୟାକ୍‌ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ।

ବୁଧବାର ଆମେରିକା ଗସ୍ତରେ ଯାଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କୋରୋନା ସଙ୍କଟ କାରଣରୁ ଦୀର୍ଘ 6 ମାସ ପରେ ବିଦେଶ ଯାତ୍ରା କରିବେ ପ୍ରଧାନମନ୍ତ୍ରୀ । ପ୍ରଥମ ଥର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ହେବ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ ।

ଆମେରିକାରେ ମୋଦିଙ୍କ କାର୍ଯ୍ୟକ୍ରମ

23 ସେପ୍ଟେମ୍ବର ଟପ୍‌ ସିଇଓଙ୍କୁ ସାକ୍ଷାତ

ସେପ୍ଟେମ୍ବର 23 ସକାଳେ ଆମେରିକାର ଟପ୍‌ ସିଇଓ (CEO)ଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିରେ ଆପଲ CEO ଟିମ୍‌ କୁକ ସାମିଲ ଅଛନ୍ତି । ଏହି ଦିନ ଆମେରିକାର ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଭେଟିପାରନ୍ତି ପିଏମ ମୋଦି ।

23 ସେପ୍ଟେମ୍ବର ପ୍ରଧାନମନ୍ତ୍ରୀ ମୋଦି ଅଷ୍ଟ୍ରେଲିଆ ଓ ଜାପାନ ପ୍ରତିପକ୍ଷଙ୍କ ସହ ଦ୍ବିପାକ୍ଷିକ ବୈଠକ କରିବେ । ଏହାସହିତ ଆମେରିକା ରାଷ୍ଟ୍ରପତି କ୍ବାଡ ଦେଶର ନେତାଙ୍କ ପାଇଁ ରାତ୍ରଭୋଜନ କାର୍ଯ୍ୟକ୍ରମ ରଖିଛନ୍ତି, ଯେଉଁଥିରେ ମୋଦି ମଧ୍ୟ ସାମିଲ ହେବେ ।

24 ସେପ୍ଟମ୍ବର ବାଇଡେନଙ୍କ ସହ ଭେଟଘାଟ

24 ସେପ୍ଟମ୍ବରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ବିପାକ୍ଷିକ ବୈଠକ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହ୍ବାଇଟହାଉସରେ ହେବ ଏହି ଆଲୋଚନା ।

ଦ୍ବିପାକ୍ଷିକ ବୈଠକରେ ଆଫଗାନିସ୍ତାନରେ ସାମ୍ପ୍ରତିକ ବଡ଼ ପରିବର୍ତ୍ତନ ପରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଆମେରିକା ରାଷ୍ଟ୍ରପତି ମଧ୍ୟ ଆଞ୍ଚଳିକ ସୁରକ୍ଷା ପରିସ୍ଥିତି ଉପରେ ଆଲୋଚନା କରିବେ । ଆଞ୍ଚଳିକ ସୁରକ୍ଷା ଚ୍ୟାଲେଞ୍ଜ, ଉଗ୍ରବାଦ, ସୀମା ପାର୍‌ ଆତଙ୍କବାଦ ଏବଂ ବିଶ୍ବ ଆତଙ୍କବାଦୀ ନେଟୱାର୍କର ମୂଳୋତ୍ପାଟନ ଆବଶ୍ୟକତା ବିଷୟ ଉଠାଇବେ ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଦ୍ବିପାକ୍ଷିକ ଆଲୋଚନା ପରେ କ୍ବାଡ ଦେଶର ନେତାଙ୍କ ବୈଠକ ହେବ । ଏଥିରେ ଚୀନ ପକ୍ଷରୁ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ଉତ୍ପନ୍ନ ଅଶାନ୍ତି ଉପରେ ଚର୍ଚ୍ଚା ସମ୍ଭାବନା ରହିଛି । ପ୍ରଧାନମନ୍ତ୍ରୀ ମୋଦି କ୍ବାଡ ସମୂହର ପ୍ରଥମ ଇନ-ପର୍ସନ(ସାମ୍ନାସାମ୍ନି ବୈଠକ)ରେ ସାମିଲ ହେବେ । ଏଥିରେ ଅଷ୍ଟ୍ରେଲିଆ, ଜାପାନ ଓ ଆମେରିକା ସଦସ୍ୟ ଦେଶ ମଧ୍ୟରେ ସାମିଲ ଅଛନ୍ତି ।

25 ସେପ୍ଟମ୍ବର UNGA ରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ପ୍ରଧାନମନ୍ତ୍ରୀ ମୋଦି ୱାଶିଂଟନରୁ ଯିବେ ନ୍ୟୁୟର୍କ । ସେଠାରେ ଜାତିସଂଘ ସାଧାରଣ ପରିଷଦ(UNGA)କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ । ଏହି କାର୍ଯ୍ୟକ୍ରମ 25 ସେପ୍ଟେମ୍ବରରେ ହେବ ।

26 ସେପ୍ଟେମ୍ବର ସ୍ବଦେଶ ପ୍ରତ୍ୟାବର୍ତ୍ତନ

ବୁଧବାର ଆମେରିକା ଅଭିମୁଖେ ଉଡାଣ ଭରିବେ ପ୍ରଧାନମନ୍ତ୍ରୀ ମୋଦି । ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ପରେ 26 ସେପ୍ଟେମ୍ବରରେ ଭାରତ ଫେରିବେ ପ୍ରଧାନମନ୍ତ୍ରୀ । ମୋଦିଙ୍କ ଏହି ଯାତ୍ରାରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସମେତ ଏକ ଉଚ୍ଚସ୍ତରୀୟ ପ୍ରତିନିଧୀ ମଣ୍ଡଳୀ ଯୋଗଦେବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details